ଯୋଗାଣ ମନ୍ତ୍ରୀଙ୍କ ରାୟଗଡା ଗସ୍ତ, ବିକାଶ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା

author img

By

Published : Sep 28, 2022, 10:10 AM IST

minister atanu sabyasachi visit rayagada

ରାୟଗଡା ଗସ୍ତରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିକାଶ ମୂଳକ କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା କଲେ ମନ୍ତ୍ରୀ । ଅଧିକ ପଢ଼ନ୍ତୁ

ରାୟଗଡା: ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରାୟଗଡା ଗସ୍ତ କରିଛନ୍ତି । ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିକାଶ ମୂଳକ କାର୍ଯ୍ୟକ୍ରମ ଗୁଡିକର ମନ୍ତ୍ରୀ ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟତଃ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା, ଆଦିବାସୀ ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ ଉପରେ ଆଲୋଚନା କରିଛନ୍ତି ।

ଯୋଗାଣ ମନ୍ତ୍ରୀଙ୍କ ରାୟଗଡା ଗସ୍ତ

ସ୍ୱାସ୍ଥ୍ୟ ବିଭାଗ ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଲାଲ୍‍ ମୋହନ ରାଉତରାୟ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ସୁବିଧା ଅସୁବିଧା ଉପରେ ଉପସ୍ଥାପନା କରି ଖାଲି ପଡିଥିବା ପଦବୀ ଗୁଡିକର ପୂରଣ ପାଇଁ ଅନୁରୋଧ କରିଛନ୍ତି । ରାୟଗଡା ସ୍ୱାସ୍ଥ୍ୟ ବିଭାଗ ପୁରସ୍କାର ପାଇଥିବା କଥା ବୈଠକର ସୂଚନା ଦେଇଛନ୍ତି । ମନ୍ତ୍ରୀ କଲେରା ନିରାକରଣରେ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି । ଜିଲ୍ଲାରେ ଜନଜାତିଙ୍କ ବିକାଶ ନିମନ୍ତେ ଦିଆଯାଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି ।

ପ୍ରକଳ୍ପ ପ୍ରଶାସକ, ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ନିଆଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନ କରିଛନ୍ତି । ଜିଲ୍ଲା ମଙ୍ଗଳ ଅଧିକାରୀ ଜାତି ଓ ଜନଜାତି ଛାତ୍ରଛାତ୍ରୀ ନିମନ୍ତେ ବିଦ୍ୟାଳୟ ଗୁଡିକର ଅସୁବିଧା ସୁବିଧା ସମ୍ପର୍କରେ ଉପସ୍ଥାପନ କରିଛନ୍ତି । କେବଳ ମରାମତି ନକରି ନୂତନ ଘର ନିର୍ମାଣ ପାଇଁ ପ୍ରସ୍ତାବ ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: କଟକର ବିଭିନ୍ନ ଅଞ୍ଚଳକୁ ସମ୍ପ୍ରସାରିତ ହେବ ମୋ ବସ୍‌ ସେବା

ଜିଲ୍ଲା ପରିଷଦ ତରଫରୁ କାର୍ଯ୍ୟକାରୀ କରାଯାଉଥିବା ନରେଗା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନ କରାଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜିଲ୍ଲାରେ ସାମାଜିକ ସୁରକ୍ଷା ଉପରେ ବିଶେଷ କରି ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ନେଇ ସୂଚନା ଦେଇଥିଲେ । ଜିଲ୍ଲାର କେତେକ ବ୍ଲକରେ ଭତ୍ତା ଠିକ ଭାବରେ ପହଞ୍ଚୁନଥିବାର ଅଭିଯୋଗ ହେଉଥିବା କଥା ମନ୍ତ୍ରୀ ପଚାରି ବୁଝିଛନ୍ତି । ଏଭଳି ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପୌରପରିଷଦର ମୁକ୍ତା ଯୋଜନା, ଜିଲ୍ଲା ଯୋଗାଣ ବିଭାଗ ଓ ସମବାୟ ବିଭାଗର କାର୍ଯ୍ୟକ୍ରମ ଓ ଅସୁବିଧା ସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି ।

ଯେଉଁ ଯେଉଁ ସ୍ଥାନରେ ଚାଉଳ ନେବାପାଇଁ ଲୋକଙ୍କୁ ବହୁତ ଦୂର ପର୍ଯ୍ୟନ୍ତ ଯିବାକୁ ପଡୁଛି ସେହି ସ୍ଥାନମାନଙ୍କରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କିମ୍ଵା ଗ୍ରାମ ପଞ୍ଚାୟତ ମାଧ୍ୟମରେ ସବସେଣ୍ଟର ଖୋଲିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରି ଚାଉଳ ମିଶ୍ରଣ ପାଇଁ ମିଲରମାନେ ବ୍ଲେଣ୍ଡିଙ୍ଗ ମେସିନ ବସାଇବାକୁ ସେ କହିଛନ୍ତି ।

ସମବାୟ ବିଭାଗର ଜନସାଧାରଣନଙ୍କ ସଚେତନତା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଉଦଘାଟନ କରିବା ସହିତ ଉପସ୍ଥିତ ଜନସାଧାରଣଙ୍କ ସହିତ ମନ୍ତ୍ରୀ ଆଲୋଚନା କରିଛନ୍ତି । ବୈଠକରେ ଅନୁସୂଚିତ ଜନଜାତି ଓ ଜାତି ବିକାଶ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ଜିଲ୍ଲାପାଳ ସ୍ୱଧାଦେବ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.