କଟକର ବିଭିନ୍ନ ଅଞ୍ଚଳକୁ ସମ୍ପ୍ରସାରିତ ହେବ ମୋ ବସ୍‌ ସେବା

author img

By

Published : Sep 28, 2022, 8:36 AM IST

କଟକର ବିଭିନ୍ନ ଅଞ୍ଚଳକୁ ସମ୍ପ୍ରସାରିତ ହେବ ମୋ ବସ୍‌ ସେବା

କଟକର ବିଭିନ୍ନ ଅଞ୍ଚଳକୁ ସମ୍ପ୍ରସାରିତ ହେବ ମୋ ବସ୍‌ ସେବା (MO BUS service to other part of Cuttack) । ଲୋକସେବା ଭବନରେ କୃଷି ମନ୍ତ୍ରୀ ରାଜା ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହେଲା ଆଲୋଚନା । ଆସନ୍ତା ଏକ ସପ୍ତାହ ମଧ୍ୟରେ କ୍ଷେତ୍ର ପରିଦର୍ଶନ କରିବ crut ଟିମ । ଅଧିକ ପଢନ୍ତୁ

ଭୁବନେଶ୍ବର: ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି କଟକର ବିଭିନ୍ନ ଅଞ୍ଚଳକୁ ସମ୍ପ୍ରସାରିତ ହେବ ମୋ ବସ୍‌ ସେବା (MO BUS service to other part of cuttack) । ଏହି ସେବାକୁ କଟକର ମଙ୍ଗରାଜପୁର, ଆଗ୍ରାହାଟ, ଗୁରୁଡ଼ିଝାଟିଆ, ଗୋବରା, ଘଣ୍ଟିଖାଲ, ମଞ୍ଚେଶ୍ୱର ଆଦି ଅଞ୍ଚଳରୁ ସମ୍ପ୍ରସାରଣ କରାଯିବ (MO BUS service to extended)। ଏଥିପାଇଁ ଗତକାଲି ଲୋକସେବା ଭବନରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

କଟକର ବିଭିନ୍ନ ଅଞ୍ଚଳକୁ ସମ୍ପ୍ରସାରିତ ହେବ ମୋ ବସ୍‌ ସେବା
କଟକର ବିଭିନ୍ନ ଅଞ୍ଚଳକୁ ସମ୍ପ୍ରସାରିତ ହେବ ମୋ ବସ୍‌ ସେବା

ମଙ୍ଗରାଜପୁର, ଆଗ୍ରାହାଟ, ଗୁରୁଡ଼ିଝାଟିଆ, ଗୋବରା, ଘଣ୍ଟିଖାଲ, ମଞ୍ଚେଶ୍ୱର ଆଦି ଅଞ୍ଚଳରୁ କଟକକୁ ଯିବାଆସିବା ପାଇଁ ପର୍ଯ୍ୟାପ୍ତ ବସ୍‌ ସେବାରେ ଅଭାବ ରହିଛି । ଏହାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁରକ୍ଷା ପାଇଁ କଟକରୁ ଆଗ୍ରାହାଟ ଯାଉଥିବା ମୋ ବସ୍‌ ଭାୟା ଶଙ୍କରପୁର ହୋଇ ମଙ୍ଗରାଜପୁର ରାଜବାଟି ଏବଂ କୋଚିଲା-ନୂଆଗାଁ ପର୍ଯ୍ୟନ୍ତ ଚଳାଚଳ ପାଇଁ ବୈଠକରେ ଆଲୋଚନା ହୋଇଛି ।

କଟକର ବିଭିନ୍ନ ଅଞ୍ଚଳକୁ ସମ୍ପ୍ରସାରିତ ହେବ ମୋ ବସ୍‌ ସେବାକଟକର ବିଭିନ୍ନ ଅଞ୍ଚଳକୁ ସମ୍ପ୍ରସାରିତ ହେବ ମୋ ବସ୍‌ ସେବା
କଟକର ବିଭିନ୍ନ ଅଞ୍ଚଳକୁ ସମ୍ପ୍ରସାରିତ ହେବ ମୋ ବସ୍‌ ସେବା

ସେହିପରି କଟକରୁ ମଞ୍ଚେଶ୍ୱର-ଧବଳେଶ୍ୱର ପର୍ଯ୍ୟନ୍ତ ଯାଉଥିବା ମୋ ବସ୍‌ ମଞ୍ଚେଶ୍ୱରରୁ ଭାୟା ନାରଙ୍ଗବସ୍ତ-କଖଡ଼ି ହୋଇ ଘଣ୍ଟିଖାଲ ରେଳଷ୍ଟେସନ୍‌ ପର୍ଯ୍ୟନ୍ତ ଯାଇ ପୁନଃ ସେହି ରାସ୍ତାରେ କଟକ ଫେରିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିସହିତ ଯାତ୍ରୀମାନଙ୍କ ଆବଶ୍ୟକତାକୁ ଦେଖି କଟକର କ୍ରୁଟ୍‌ (CRUT) ବସ୍‌ ସେବା ଭାୟା ଗୁରୁଡ଼ିଝାଟିଆ ହୋଇ ଗୋବରା ଗ୍ରାମପଞ୍ଚାୟତ ମହକୁମା ପର୍ଯ୍ୟନ୍ତ ନିୟମିତ ବ୍ୟବଧାନରେ ଯିବା ପାଇଁ ନିଷ୍ପତ୍ତି ହୋଇଛି ।

ଆସନ୍ତା ଏକ ସପ୍ତାହ ମଧ୍ୟରେ ମୋ ବସ୍‌ ସେବାର ରୁଟ୍‌ ଗୁଡ଼ିକୁ ଚୂଡ଼ାନ୍ତ କରିବା ପାଇଁ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଏକ ଅଧିକାରୀ ଟିମକୁ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ ପାଇଁ ପଠାଇବେ ବୋଲି ବୈଠକରେ ସ୍ଥିର ହୋଇଛି । ବାଣିଜ୍ୟ ଓ ପରିବହନ ବିଭାଗ ବିଜ୍ଞପ୍ତି ଅନୁଯାୟୀ ଉପରୋକ୍ତ ସମସ୍ତ ରୁଟ୍‌ କଟକ ଅର୍ବାନ ଟ୍ରାନ୍ସପୋର୍ଟ ଅଞ୍ଚଳ ଅଧୀନରେ ଆସୁଛି । ଏହିସବୁ ସ୍ଥାନରେ ଜନସାଧାରଣଙ୍କ ପାଇଁ କୌଣସି ସରକାରୀ ପରିବହନ ବ୍ୟବସ୍ଥା ଉପଲବ୍ଧ ହେଉନଥିବାରୁ ମୋ ବସ୍‌ ସେବା ସମ୍ପ୍ରସାରିତ ହେଲେ ସେହିସବୁ ଅଞ୍ଚଳର ଜନସାଧାରଣ ବହୁଳ ଭାବରେ ଉପକୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି ।

ବୈଠକରେ କ୍ରୁଟର (crut)ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ଓ ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟି, କଟକର ସେକ୍ରେଟାରୀଙ୍କ ସମେତ କଟକର ଉପ ଜିଲ୍ଲାପାଳ ଏବଂ କଟକ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.