ETV Bharat / city

ଲୋକସେବା ଭବନ ଗେଟ ନିକଟ ଗଛରେ ବସିରହିଲେ ଯୁବକ, ଉଦ୍ଧାର କଲେ ସୁରକ୍ଷାକର୍ମୀ

author img

By

Published : Aug 27, 2020, 8:06 PM IST

ଲୋକସେବା ଭବନ ଗେଟ ପାଖ ଗଛରେ ବସିରହିଲେ ମାନସିକ ବିକୃତ ବ୍ୟକ୍ତି
ଲୋକସେବା ଭବନ ଗେଟ ପାଖ ଗଛରେ ବସିରହିଲେ ମାନସିକ ବିକୃତ ବ୍ୟକ୍ତି

ସଚିବାଳୟ ବା ଲୋକସେବା ଭବନ ସମ୍ମୁଖରେ ଥିବା ଏକ ଗଛ ଉପରରେ ଜଣେ ମାନସିକ ବିକୃତ ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ବସି ରହିଥିଲେ । ଯାହା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଭୁବନେଶ୍ବର: ରାଜଧାନୀର ପ୍ରମୁଖ ମାର୍ଗ ହେଉଛି ସଚିବାଳୟ ମାର୍ଗ। ଆଉ ଏହି ସଚିବାଳୟ ବା ଲୋକସେବା ଭବନ ସମ୍ମୁଖରେ ଥିବା ଏକ ଗଛ ଉପରେ ଜଣେ ମାନସିକ ବିକୃତ ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ବସି ରହିଥିଲେ । ଯାହା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଲୋକସେବା ଭବନ ଗେଟ ପାଖ ଗଛରେ ବସିରହିଲେ ମାନସିକ ବିକୃତ ବ୍ୟକ୍ତି

ଲୋକସେବା ଭବନର ଗେଟ ନମ୍ବର 4 ନିକଟରେ ଥିବା ଗଛରେ ଅପରାହ୍ନ 1.30 ମିନିଟ ସମୟରେ ଏକ ମାନସିକ ବିକୃତ ବ୍ୟକ୍ତି ଚଢି ଯାଇଥିଲେ। ଏହାପରେ ସେ ଡାଳରେ ନିଜ ଦେହକୁ ବାନ୍ଧି ଶୋଇ ରହିଥିଲେ। ପାଖାପାଖି ଅଧଘଣ୍ଟା କାଳ ସେହି ଗଛ ଉପରେ ବସି ରହିବା ପରେ ସ୍ଥାନୀୟ ସୁରକ୍ଷା କର୍ମୀମାନେ ତାଙ୍କୁ ସେଠାରୁ ହଟାଇବା ପାଇଁ ପହଞ୍ଚିଥିଲେ। ବହୁ ସମୟ ଡାକିବା ପରେ ସେ ଗଛରୁ ନଓଲ୍ଲାଇବାରୁ ସୁରକ୍ଷାକର୍ମୀମାନେ ଗଛ ଉପରେ ଚଢି ତାଙ୍କୁ ଉଦ୍ଧାର କରିଥିଲେ। ତେବେ ଉକ୍ତ ବ୍ୟକ୍ତି ପୂର୍ବରୁ ମଧ୍ୟ ଏପରି କାଣ୍ଡ ଘଟାଇଥିବା ଜଣା ପଢ଼ିଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.