ETV Bharat / city

ସମ୍ବେଦନଶୀଳ ଖବର ପ୍ରସାରଣକୁ ନେଇ UNICEF ପକ୍ଷରୁ ମିଡିଆ ୱାର୍କସପ

author img

By

Published : Aug 26, 2022, 11:35 AM IST

ସମାଜରେ ସାମ୍ବାଦିକତା କ୍ଷେତ୍ରରେ ଲିଙ୍ଗଗତ ସମାନତା ଓ କାର୍ଯ୍ୟ ଧାରାର ପ୍ରାଧାନ୍ୟକୁ ନେଇ ଭୁବନେଶ୍ବରେ ୟୁନିସେଫ ଓଡିଶା ପକ୍ଷରୁ ଏକ ୱାର୍କସପ ବା ଆଲୋଚନା ଚକ୍ର ହୋଇଯାଇଛି । ଅଧିକ ପଢନ୍ତୁ

ସାମ୍ବାଦିକତା କ୍ଷେତ୍ରରେ ଲିଙ୍ଗଗତ ସମାନତା ନେଇ ଆଲୋଚନା ଚକ୍ର
ସାମ୍ବାଦିକତା କ୍ଷେତ୍ରରେ ଲିଙ୍ଗଗତ ସମାନତା ନେଇ ଆଲୋଚନା ଚକ୍ର

ଭୁବନେଶ୍ବର: ସମ୍ବୋଦନଶୀଳ ଖବର କିପରି ଲେଖିବେ । ସମ୍ବେଦନଶୀଳ ଖବର ସଂଗ୍ରହ ଓ ପରିବେଷଣ ବେଳେ କ'ଣ କରିବା ଉଚିତ ଏବଂ ଅନୁଚିତ ବିଶେଷ କରି ଏହି ଖବର ପ୍ରସାରଣ ଉପରେ କେଉଁ ଦିଗ ଉପରେ ଧ୍ୟାନ ଦେବେ । କେଉଁ ସବୁ ତଥ୍ୟ ସାର୍ବଜନିନ କରିବା ନାହିଁ କିଭଳି ଶଦ୍ଦ ଚୟନ କରିବା ଓ ବିଶେଷ କରି ଖବର ସଂଗ୍ରହ ବେଳେ ସାମ୍ବାଦିକ କେତେ ସମ୍ବୋଦନଶୀଳ ରହିବା ଉଚିତ ସେ ଦିଗରେ ଭୁବନେଶ୍ବରରେ ୟୁନିସେଫ ଓଡିଶା ପକ୍ଷରୁ ଏକ ମିଡିଆ ୱାର୍କସପ ବା ଆଲୋଚନା ଚକ୍ର ଆୟୋଜିତ ହୋଇଛି ।

ସାମ୍ବାଦିକତା କ୍ଷେତ୍ରରେ ଲିଙ୍ଗଗତ ସମାନତା ଓ ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମ କିଭଳି ଲିଙ୍ଗଗତ ସମାନତା ରଖି କାର୍ଯ୍ୟ କରିବ ସେ ସମ୍ବନ୍ଧରେ ଆଲୋଚନା କର୍ମଶାଳାରେ ଆଲୋଚନା ହୋଇଛି । କର୍ମଶାଳାର ବିଷୟବସ୍ତୁ ରହିଥିଲା ଜେଣ୍ଡର୍ ସେନସିଟିଭ ରିପୋରଟିଙ୍ଗ ଆଣ୍ଡ ରାଇଟିଙ୍ଗ (Gender Sensitive Reporting and Writing) । ଓଡିଶାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ କର୍ମଶାଳାରେ ଯୋଗ ଦେଇଥିଲେ ।

ସମ୍ବେଦନଶୀଳ ଖବର ପ୍ରସାରଣକୁ ନେଇ UNICEF ପକ୍ଷରୁ ମିଡିଆ ୱାର୍କସପ

ସାମ୍ପ୍ରତିକ ପରିସ୍ଥିତିରେ ଗଣ ମାଧ୍ୟମ କିଭଳି ଲିଙ୍ଗଗତ ସମାନତା ରଖି କାର୍ଯ୍ୟ କରିବ ସେ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ଗଣମାଧ୍ୟମର ଉତ୍ତରଦାୟିତ୍ବ ଓ ଗଣାମାଧ୍ୟମ କେମିତି ନିୟମ ଏବଂ କଟକଣାର ପରିସୀମା ମଧ୍ୟରେ ଲେଖିବ ଓ କିପରି ଖବରକୁ ପରିବେଷଣ କରିବା ଦରକାର ସେନେଇ ଅନେକ ଆଲୋଚନା ହୋଇଛି । ବିଶେଷ ଭାବେ ଲିଙ୍ଗଗତ ବୈଷମତାକୁ ନେଇ ମହିଳାମାନେ କିଭଳି ଗଣମାଧ୍ୟମରେ କାର୍ଯ୍ୟ କରୁଛନ୍ତି ସେନେଇ ଆଲୋଚନା କରାଯାଇଥିଲା । ସମ୍ବେଦନଶୀଳ ପ୍ରସଙ୍ଗରେ ଗଣମାଧ୍ୟମର ଭୂମିକା ଓ ସାମ୍ବାଦିକତା କ୍ଷେତ୍ରରେ ନାରୀ କି ପୁରୁଷର ପ୍ରକାର ଭେଦ ନୁହେଁ ବର ଜ୍ଞାନର ବା ଅନୁଭବର ପରିପକ୍ୱତାକୁ ନେଇ ନିଜର ଦାୟିତ୍ୱ ସମ୍ପାଦନ ଉପରେ ବେଶ ସୁନ୍ଦର ଭାବେ ବୁଝାଇଥିଲା ୟୁନିସେଫ।

ବିଶେଷ କରି ଦୁଷ୍କର୍ମ ଖବର ବା କ୍ରାଇମ ଷ୍ଟୋରୀରେ ଭିକ୍ଟମ ଲେଖାଯାଉଛି । ଏ ଦିଗରେ ସମ୍ବେଦଶୀଳ ହୋଇ ପୀଡିତା ଲେଖି ପାରିଲେ ବହୁତ ଭଲ ହୋଇପାରିବ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକା କସ୍ତୁରୀ ରାଏ । ଖହର ଜରିଆରେ କାହାକୁ ଦୟାର ପାତ୍ର ନ କାରଯାଉ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକା । ସେହିପରି କୌଣସି ଯୌତୁକ ହତ୍ୟା ମାମଲା ହେଉ କି ଦୁଷ୍କର୍ମ ଖବର ପ୍ରସାରଣ ସମୟରେ ସମ୍ବେଦନଶୀଳ ହେବା ଦରକାର । ଏ ଦିଗରେ ମିଡିଆ ଏକ ସେନସେଟିଭ ଭୂମିକା ତୁଲାଇବା କଥା । ଜେଣ୍ଡର ସେନ୍ସସିଟିଭରେ ମିଡିଆରେ ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣ କାରଣ ମିଡିଆ ଏକ ଏପରି ଅସ୍ତ୍ର ଯିଏକି ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିଥାଏ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକା ଶାରଦା ଲାହାଙ୍ଗୀର ।

ଏହା ବି ପଢନ୍ତୁ...ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀ ସମ୍ମାନିତ

ଏହି କାର୍ଯ୍ୟକ୍ରମରେ ଭିଡିଓ କନଫେରଫେରେନ୍ସ ଜରିଆରେ ୟୁନିସେଫ ଓଡିଶା କ୍ଷେତ୍ରର ମୁଖ୍ୟ ମୋନିକା ନିଲସେନ ୟୁନିସେଫ ଓଡିଶା କମ୍ଯୁନିକେସନ ଆଣ୍ଡ ଆଡଭୋକେସୀ ସ୍ପେସାଲିଷ୍ଟ ରାଧିକା ଶ୍ରୀବାସ୍ତବ ୟୁନିସେଫ ଦିଲ୍ଲୀର ଜେଣ୍ଡର୍ ସ୍ପେସାଲିଷ୍ଟ ମାଧୁରୀ ଦାସ ବରିଷ୍ଠ ସାମ୍ବାଦିକା କସ୍ତୁରୀ ରାୟ ଓ ଶାରଦା ଲାହାଙ୍ଗୀର ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.