ETV Bharat / city

Mamita Murder Case: ନରସିଂହଙ୍କ ପୁଅ PP ହେବା ସହଜରେ ଗ୍ରହଣୀୟ ନୁହେଁ କହିଲେ ସାଲୁଜା

author img

By

Published : Apr 20, 2022, 5:51 PM IST

Updated : Apr 20, 2022, 6:57 PM IST

ସାଲୁଜା
ସାଲୁଜା

ମମିତା ମେହେର ହତ୍ୟାକାଣ୍ଡ ମାମଲାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ହେବା ଘଟଣାକୁ ସହଜରେ ଗ୍ରହଣ କରିପାରି ନାହିଁ କଂଗ୍ରେସ । ଏନେଇ ଆଜି ପୁଣି ଥରେ ଏହି ପ୍ରସଙ୍ଗ ଉଠାଇ ନରସିଂହଙ୍କୁ ନିଶାନା କରିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ଅଧିକ ପଢନ୍ତୁ

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ମାମଲାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ହେବା ଘଟଣାକୁ ସହଜରେ ଗ୍ରହଣ କରିପାରି ନାହିଁ କଂଗ୍ରେସ । ଏନେଇ ଆଜି ପୁଣି ଥରେ ଏହି ପ୍ରସଙ୍ଗ ଉଠାଇ ନରସିଂହଙ୍କୁ ନିଶାନା କରିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା ।

ନରସିଂହଙ୍କ ପୁଅ PP ହେବା କଂଗ୍ରେସ କର୍ମୀ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି :ସାଲୁଜା

ବିଧାୟକ ସାଲୁଜା କହିଛନ୍ତି ନରସିଂହଙ୍କ ପୁଅ ସରକାରଙ୍କ ପିପି ହେବା ସହଜରେ ହଜମ କରି ପାରୁନି ଦଳ । ସେ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ପରିବର୍ତ୍ତନ କରାଯାଉ । ପିସିସି ସଭାପତି ପରେ ଏବେ ବିଧାୟକ ଦଳ ନେତା ପରିବର୍ତ୍ତନ ଆବଶ୍ୟକ ବୋଲି ସନ୍ତୋଷ ସିଂହ ସାଲୁଜା କହିଛନ୍ତି ।

ସେହିପରି ସାଲୁଜା କହିଛନ୍ତି ଆବଶ୍ୟକ ସ୍ଥଳେ 6 ଜଣ ବିଧାୟକ ଦିଲ୍ଲୀ ଯାଇ ରାହୁଲ ଗାନ୍ଧୀଙ୍କୁ ଭେଟିବୁ । କଂଗ୍ରେସର କର୍ମୀ ସବୁବେଳେ ଶୃଙ୍ଖଳିତ । ଦଳରେ ବହୁତ ନେତା ଅଛନ୍ତି। ଯାହାକୁ ଚାହିଁଲେ ଏଆଇସିସି ରାଜ୍ୟ ସଭାପତି କରି ପାରିବ। ଆଉ ଦଳ ମଧ୍ୟ ତାଙ୍କୁ ସ୍ବାଗତ କରିବ। ସଭିଏଁ ଏକାଠି ହୋଇ ଲଢିଲେ ଦଳ ୨୦୨୪ ରେ ନିଶ୍ଚିତ ଭାବେ ସରକାର ଗଠନ କରିବ। ଏହି ମାସ ଶେଷରେ ଦଳ ନୂଆ ସଭାପତି ହେବ । ସଂଗଠନ ସୁଦୃଢ ପାଇଁ ଗାଁ ଗାଁକୁ ଯିବ ଦଳ ।

ସେହିଭଳି ସାଲୁଜା କହିଛନ୍ତି କାଳିଆ ଯୋଜନାରେ ଅନିୟମିତତା, ମମିତା ମେହେର ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ବଞ୍ଚାଗଲା । କଂଗ୍ରେସ ଏସବୁ ପ୍ରସଙ୍ଗ ଆଣିବ। ଲୋକଙ୍କ ବିଶ୍ବାସ ଭାଜନ ହୋଇ ପାରିବ। ନରସିଂହ ବାବୁ ବିଧାୟକ ଦଳର ନେତା ଅଛନ୍ତି। ମମିତା ମେହେରଙ୍କୁ ନ୍ୟାୟ ଦେବାକୁ କଳା କୋର୍ଟ ପିନ୍ଧିଛନ୍ତ। ତାଙ୍କ ପୁଅ କେଉଁ ପରିସ୍ଥିତିରେ ସରକାରଙ୍କ ପିପି ହୋଇ ଲଢ଼ୁଛନ୍ତି ତାହା ମୋତେ ଆଶ୍ଚର୍ଯ୍ୟ କରିଛି । ବିଜେଡି ସରକାରର ଓକିଲ ହେବା କଂଗ୍ରସ କର୍ମୀ ମାନେ ହଜମ କରି ପାରୁ ନାହାନ୍ତି। ସରକାର ମଧ୍ୟ କ୍ୟାଡର ଭିତରୁ ପିପି ନିଯୁକ୍ତ କରିବା ଅନୁଚିତ ବୋଲି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated :Apr 20, 2022, 6:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.