ETV Bharat / city

MahaShivaratri: ଲିଙ୍ଗରାଜ ଥାନାରେ ଜଳୁଛି ଅଖଣ୍ଡ ଦୀପ, ଲିଭାଇପାରିନି ବାତ୍ୟା କି ବିପର୍ଯ୍ୟୟ

author img

By

Published : Mar 1, 2022, 5:30 PM IST

Updated : Mar 1, 2022, 5:46 PM IST

MahaShivaratri: ଲିଙ୍ଗରାଜ ଥାନାରେ ଜଳୁଛି ଅଖଣ୍ଡ ଦୀପ, ଲିଭାଇପାରିନି ବାତ୍ୟା କି ବିପର୍ଯ୍ୟୟ
MahaShivaratri: Story of Special lamp at Lingaraj police station

ଭୁବନେଶ୍ବରର ଲିଙ୍ଗରାଜ ଥାନା ସମ୍ମୁଖରେ ଏକ ଅଖଣ୍ଡ ଦୀପ ରହିଛି, ଯାହାକୁ ନେଇ ମଧ୍ୟ ରହିଛି ଅନେକ ଲୋକକଥା । ଦୀପଟି ଅନବରତ ଜଳୁଥିବାରୁ ଅଖଣ୍ଡ ଦୀପ କୁହାଯାଉଛି । ଫନି ଭଳି ପ୍ରାକୃତିକ ବିପର୍ଯ୍ୟରେ ସମୟରେ କିମ୍ବା ଥାନା ସ୍ଥାନାନ୍ତର ବେଳେ କେବେବି ଲିଭିନି ଏହି ଅଖଣ୍ଡ ଦୀପ । ଅଧିକ ପଢନ୍ତୁ

ଭୁବନେଶ୍ବର: ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ସମସ୍ତ ଶିବ ମନ୍ଦିର । ଏହି ଦିନରେ ଉପବାସ ବ୍ରତ ସହ ଜାଗର ଜାଳି ମହାଦେବଙ୍କର ଆଶିଷ ଲାଭ କରୁଛନ୍ତି ଭକ୍ତ । ରାଜଧାନୀ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଏହି ଦିନକୁ ନେଇ ଅନେକ ପୌରାଣିକ କଥାବସ୍ତୁ ରହିଛି ଓ ପବିତ୍ର ମହାଶିବରାତ୍ରୀର ସ୍ବତନ୍ତ୍ର ମାହାତ୍ମ୍ୟ ରହିଛି । ଭିନ୍ନଭିନ୍ନ ଶୈବ ପୀଠରେ ନିଆରା ପୂଜାର୍ଚ୍ଚନା ଓ ଅଲୌକିକ କଥା ମଧ୍ୟ ଦେଖିବାକୁ ମିଳେ ।

MahaShivaratri: ଲିଙ୍ଗରାଜ ଥାନାରେ ଜଳୁଛି ଅଖଣ୍ଡ ଦୀପ, ଲିଭାଇପାରିନି ବାତ୍ୟା କି ବିପର୍ଯ୍ୟୟ

ଏହାମଧ୍ୟ ପଢନ୍ତୁ: MahaShivaratri: ସୁରୁଖୁରୁରେ ଚାଲିଛି ବାବା ଲିଙ୍ଗରାଜଙ୍କ ଜାଗର ଯାତ୍ରା

ଭୁବନେଶ୍ବରର ଲିଙ୍ଗରାଜ ଥାନା ସମ୍ମୁଖରେ ଏକ ଅଖଣ୍ଡ ଦୀପ ରହିଛି, ଯାହାକୁ ନେଇ ମଧ୍ୟ ରହିଛି ଅନେକ ଲୋକକଥା । ଦୀପଟି ଅନବରତ ଜଳୁଥିବାରୁ ଅଖଣ୍ଡ ଦୀପ କୁହାଯାଉଛି । ଫନି ଭଳି ପ୍ରାକୃତିକ ବିପର୍ଯ୍ୟରେ ସମୟରେ କିମ୍ବା ଥାନା ସ୍ଥାନାନ୍ତର ବେଳେ କେବେବି ଲିଭିନି ଏହି ଅଖଣ୍ଡ ଦୀପ । ସେଠାରେ କାମ କରୁଥିବା କର୍ମଚାରୀଙ୍କ କହିବା କଥା ଏହି ଦୀପ କେବେଠୁ ଜଳୁଛି ସେମାନେ ଜାଣିନାହାନ୍ତି, ତେବେ ଯେବେଠୁ ଥାନା ହେଲାଣି ସେଠାରେ ଦୀପ ଜଳୁଥିବାର ଦେଖିଆସୁଛନ୍ତି ।

ସମୟକ୍ରମେ ମନ୍ଦିର ସାମ୍ନାରୁ ପୁରୁଣା ଥାନା ନୁତନ ଏକ ସ୍ଥାନକୁ ସ୍ଥାନୀନ୍ତର ପରେ ଏବେ କଲ୍ୟାଣ ମଣ୍ଡପରେ ଚାଲୁଛି ଏହି ଥାନା । ତଥାପି ଏଠି ଜଳୁଛି ସେହି ଅଖଣ୍ଡ ଦୀପ। ଯେ କେହି ଏହା ଦୀପକୁ ଦେଖି ଥାନା ପରିସରରେ ମହାପ୍ରଭୁ ଲିଙ୍ଗରାଜଙ୍କ ନାଁ ନେଇ ସେହିଠୁ ଆରାଧନା କରିଥାନ୍ତି । ତେବେ ଥାନାରେ ଦୀପଟିଏ ଜଳୁଥିବାର ଦେଖି କେହି ପଚାରିଲେ ସଭିଙ୍କ ମୁହଁରେ ଗୋଟିଏ କଥା, ସେମାନେ କାମ କରିବା ଦିନଠୁ ଜଳୁଛି ଏହି ଅଖଣ୍ଡ ଦୀପ । ଦୀପରେ ସଳିତା ଓ ତେଲ ପକାଇଥାନ୍ତି ଥାନା କର୍ମଚାରୀ ।

ଫଳରେ ଅହରହ ଜଳୁଛି ଅଖଣ୍ଡ ଦୀପ । ଥାନାର ନିଜସ୍ବ ବିଲଡିଂ ନଥିବାରୁ ଦୀପ ଦେଖି ଅନେକ ପ୍ରଶ୍ନ କରନ୍ତି କେବେ ହେବ ଥାନାର ନିଜସ୍ବ ବିଲଡିଂ। ଥାନାକୁ ମିଳିବ ସ୍ବତନ୍ତ୍ର ପରିଚୟ । ଐତିହାସିକ ସ୍ଥଳ ଲିଙ୍ଗରାଜଙ୍କ ପୀଠ । ଯାହା ସାରା ବିଶ୍ବରେ ଖାତ । ସେହି ମନ୍ଦିର ସମେତ ସେହି ଅଞ୍ଚଳର ସୁରକ୍ଷା ଲାଗି ସେଠାରେ ରହିଛି ଲିଙ୍ଗରାଜ ଥାନା । ହେଲେ ଏହାର ବିଲଡିଂ କେବେ ତିଆରି ହେବ ଓ କେଉଁଠିକୁ ସ୍ଥାନାନ୍ତର ହେବ ତାକୁ ନେଇ ଏବେବି ଦ୍ବନ୍ଦ୍ବ ରହିଛି । କମିସନରେଟ ପୋଲିସର ଉଚ୍ଚ ପଦବିରେ ଥିବା ଅଧିକାରୀ ଏହି ପୁରୁଣା କଲ୍ୟାଣ ମଣ୍ଡପରେ ଚାଲୁଥିବା ଥାନାକୁ ଆସୁଛନ୍ତି ସତ, ମାତ୍ର କେବେ ଥାନା ପ୍ରତିଷ୍ଠା ହେବ ସେ ନେଇ ଧ୍ୟାନ ଦେଉନାହାନ୍ତି କି କୋଣସି ପ୍ରତିକ୍ରିୟା ରଖୁନାହାନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Mar 1, 2022, 5:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.