ETV Bharat / city

ଲଭ-ସେକ୍ସ ଧୋକା; ପ୍ରେମିକ ସାଜିଲା ପ୍ରତାରକ, ଭାଇରାଲ କଲା ଫଟୋ

author img

By

Published : Aug 24, 2019, 9:05 PM IST

ପ୍ରତିକାତ୍ମକ ଫଟୋ

ପୁଣି ଥରେ ପ୍ରେମରେ ଲାଗିଛି କଳଙ୍କ । ପ୍ରେମିକାର ଇଜ୍ଜତ ନିଲାମ କରିଛି ପ୍ରେମିକ । ଭାଇରାଲ କରିଛି ପ୍ରେମିକାର ଅଶ୍ଲୀଳ ଫଟୋ ଓ ଭିଡିଓ । ଏବେ ନ୍ୟାୟ ଭିକ୍ଷାରେ ପୀଡିତା ପ୍ରେମିକା ।

ଭୁବନେଶ୍ବର: ପ୍ରଥମେ ସାମାଜିକ ଗଣମାଧ୍ୟମରୁ ବନ୍ଧୁତା । ତାପରେ ଧିରେ ଧିରେ ବନ୍ଧୁତାରୁ ପ୍ରେମ । ଆଉ ପ୍ରେମରୁ ବିହାହ ପ୍ରସ୍ତାବ । ବାସ...ଏହିଠାରୁ ବଦଳିଗଲା ବନ୍ଧୁରୁ ପ୍ରେମିକ ସାଜିଥିବା ପ୍ରତାରକ ପ୍ରେମିକର ଆଚରଣ ଆଉ ଉଚାରଣ । ଯାହାକୁ ପ୍ରଲୋଭନ ଦେଖାଇ ବନ୍ଧବୀରୁ ପ୍ରେମିକା ସଜାଇଥିଲା ସେହି ପ୍ରେମିକାର ସର୍ବସ୍ବ ଲୁଟିନେଲା ପ୍ରତାରକ ପ୍ରେମିକ ।

ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମନାକୁ ଆସିଛି ନୟାଗଡ ଜିଲ୍ଲାରୁ । ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ବର ଆସି ଯୁକ୍ତି ତିନି ପାଠ ପଢୁଥିଲେ । ପାଠ ପଢା ଶେଷ ପରେ ଉକ୍ତ ଯୁବତୀ ଜଣଙ୍କ ଭୁବନେଶ୍ବର ଏକ ଏନଜିଓ ରେ ପାର୍ଟ ଟାଇମ କାମ ଆରମ୍ଭ କଲେ । ଏହି ସମୟରେ ସାମାଜିକ ଗଣମାଧ୍ୟମ ଫେସବୁକରୁ ଖୋର୍ଦ୍ଧା ଅଞ୍ଚଳର ଏକ ଯୁବକଙ୍କ ସହ ବନ୍ଧୁତା ହୋଇଥିଲା ।

PHOTO
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ସମୟକ୍ରମେ ବନ୍ଧୁତାରୁ ଧିରେ ଧିରେ ସଂର୍ପକ ବଢି ପ୍ରେମରେ ରୂପାନ୍ତରିତ ହୋଇଥିଲା । ଆଉ ସାକ୍ଷାତକାର ହୋଇ ସଂର୍ପକ ଦୃଢ ହେଲା । ଏହାପରେ ପ୍ରେମିକ ଜଣଙ୍କ ପ୍ରେମିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ଶାରୀରିକ ସଂର୍ପକ ସ୍ଥାପନ କରିବାରେ ଲାଗିଲା । ଆଉ ସେହି ଅନ୍ତରଙ୍ଗ ମୂହୁର୍ତ୍ତର ସମସ୍ତ ଚିତ୍ର ଉତ୍ତୋଳନ କରିନେଇଥିଲା ପ୍ରେମିକାର ଅଜାଣତରେ । ଏହାପରେ ବଦଳି ଗଲା ପ୍ରେମିକର ମନ । ଯାହାକୁ ଜୀବନସାଥୀ କରିବାର ପ୍ରତିଶୃତି ଦେଇ ଶାରୀରିକ ସଂପର୍କ ସ୍ଥାପନ କରିଥିଲା ଶେଷରେ ତାରି ଇଜ୍ଜତକୁ ନିଲାମ କରିବାକୁ ପଛେଇଲା ନାହିଁ । ପ୍ରେମିକାଙ୍କୁ ବାରମ୍ବାର ଅଶ୍ଲୀଳ ଫଟୋ ଭିଡିଓ ଦେଖାଇ ଟଙ୍କା ମାଗିବା ସହ ଧମକ ଚମକ ଦେବା ଆରମ୍ଭ କରିଥିଲା । ପ୍ରେମିକା ମାନ ସମ୍ମାନ ଭୟରେ 10 ହଜାର ଟଙ୍କା ଦେଇଥିଲେ । ଏତିକିରେ ମନ ଭରିଲା ନାହିଁ ଏହି ଖଳନାୟକ ପ୍ରେମିକର ।

PHOTO
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ପୁଣି ଥରେ ଭୁବନେଶ୍ବର ଡକାଇ ଦୁଷ୍କର୍ମ କରିବା ସହ ଏଟିଏମ କାର୍ଡ ନେଇଯାଇଥିଲେ । ଏହାପରେ ପୁଣି ଟଙ୍କା ମାଗିଥିଲା ପ୍ରେମିକ ହେଲେ ଯୁବତୀ ରାଜି ନହେବାରୁ ନିଜ ସାଙ୍ଗ ମାନଙ୍କ ସହ ଶାରୀରିକ ସଂର୍ପକ ରଖିବାକୁ କହିଥିଲେ । ଏଥିରେ ପ୍ରେମିକ ବିଫଳ ହେବାରୁ ଗତ 17 ତାରିଖରେ ଯୁବତୀଙ୍କ ସମସ୍ତ ଅଶ୍ଲୀଳ ଫଟୋ ଓ ଭିଡିଓକୁ ସାମାଜିକ ଗଣମାଧ୍ୟରେ ଭାଇରାଲ କରିଦେଇଥିଲେ । ଯାହା ଫଳରେ ଏବେ ସମସ୍ତ ଫଟୋ ମୋବାଇଲରୁ ମୋବାଇଲ ଘୁରିବୁଲୁଛି । ଯାହା ଯୁବତୀ ଜଣଙ୍କ ନିଜ ଏତଲାରେ ଦର୍ଶାଇଛନ୍ତି ।


ଏହି ସଂପର୍କରେ ଯୁବତୀ ଜଣଙ୍କ ନ୍ୟାୟ ପାଇଁ ନୟାଗଡ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ତେବେ ଘଟଣାଟି ଜିଲ୍ଲା ବାହାରର ହୋଇଥିବାରୁ ନୟାଗଡ ପୋଲିସ ମାମଲା ଟିକୁ ଭୁବନେଶ୍ବର ଚନ୍ଦ୍ରଶେଖର ଥାନାକୁ ପଠାଇଦେଇଛନ୍ତି । ଚନ୍ଦ୍ରଶେଖରପୁର ଥାନା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଫେସବୁକରୁ ପ୍ରେମ, ଅନ୍ତରଙ୍ଗ ମୁହୂର୍ତ୍ତ ର ଫଟୋ ଭିଡ଼ିଓ ଭାଇରାଲକଲା ପ୍ରତାରକ ପ୍ରେମିକ।

ଫେସବୁକ ରୁ ଆରମ୍ଭ ବନ୍ଧୁତା । କିଛି ଦିନ ପରେ ବନ୍ଧୁତାରୁ ରୂପ ନେଲା ପ୍ରେମ । ସାତ ଜନମର ସାକ୍ଷୀ ରଖି ବିବାହ କରିବା ପାଇଁ ନେଇଥିଲେ ନିଷ୍ପତି। ହେଲେ ପ୍ରତାରକ ପ୍ରେମିକ ର ଯୋଜନା ଥିଲା ଅନେକ।ବାରମ୍ବାର ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ଅନ୍ତରଙ୍ଗ ମୁହୁର୍ତ୍ତ ର ଫଟୋ ଓ ଭିଡ଼ିଓ କୁ ସୋସିଆଲ ମେଡିଆ ରେ ଭାଇରାଲ କରିଛି ପ୍ରେମିକ।




Body:

ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲାର ଅଧୀନରେ ରହୁଥିବା ଯୁବତୀ ଜଣଙ୍କ ଭୁବନେଶ୍ୱର ରେ ଯୁକ୍ତ ତିନି ପାଠ ପଢନ୍ତୁ । ପାଠ ବଢିବା ସହ ଏକ ଏନଜିଓ ରେ ପାର୍ଟ ଟାଇମ ଚାକିରୀ ମଧ୍ୟ କରନ୍ତି। ତେବେ ଫସବୁକରେ ଖୋର୍ଧା ଅଂଚଳର ଭାରତ ପୁଷ୍ପରାଗ ଙ୍କ ସହ ବନ୍ଧୁତା ହୋଇଥିଲା। ପରେ ବନ୍ଧୁତା ପ୍ରେମରେ ବଦଳିଥିଲା। ଭାରତ ଉକ୍ତ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା। ସେମାନଙ୍କର ଅନ୍ତରଙ୍ଗ ମୁହୁର୍ତ୍ତ ର ଭିଡ଼ିଓ ଏକ ଗୁପ୍ତ କ୍ୟାମେରା ରେ ସୁଟ କରିଲା ଭାରତ।
ଏହି ଭିଡ଼ିଓ କୁ ଭାଇରାଲ କରିଦେବା ଧମକ ଦେଇ ଟଙ୍କା ଆଦାୟ କରୁଥିଲା। ତେବେ ପରେ ଯୁବତୀ ଟଙ୍କା ନ ଦେବାକୁ ମନା କରିଦେଇଥିଲେ । ତେଣୁ ସୋସିଆଲ ମେଡିଆରେ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତର ସବୁ ଭିଡ଼ିଓ ଭାଇରାଲ କରିଦେଇଥିଲା ପ୍ରତାରକ ପ୍ରେମିକ। ଯୁବତୀ ଜଣଙ୍କ ଏହି ଘଟଣାକୁ ନେଇ ନୟାଗଡ ଏସପି ଙ୍କ ନିକଟରେ ଅଭିଯୋଗ କରିଥିଲେ। ଏସପି କିଛି କର୍ମଚାରୀଙ୍କ ସହାୟତାରେ ଉକ୍ତ ଯୁବତୀଙ୍କୁ ନେଇ ଚନ୍ଦ୍ରଶେଖର ପୁର ଥାନା କୁ ପଠାଇଥିଲେ। ତେବେ ଚନ୍ଦ୍ରଶେଖରପୁର ଥାନା ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।





Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.