ETV Bharat / city

ଶହୀଦ ପିଲାଙ୍କ ପାଠପଢା ଦାୟିତ୍ବ ବହନ କରିବ କିଟ ଓ କିସ

author img

By

Published : Jun 18, 2020, 8:23 PM IST

kit-and-kiss-will-provide-free-education-to-the-children-of-the-martyrs-achyuta-samanta
ଶହୀଦଙ୍କ ପିଲାଙ୍କୁ ମାଗଣା ଶିକ୍ଷ୍ୟା ଦେବ କିଟ ଓ କିସ: ଅଚ୍ୟୁତ ସାମନ୍ତ

ଦୁଇ ଶହୀଦ ପରିବାରର ପିଲାମାନଙ୍କ ପାଠ ପଢା ଦାୟିତ୍ବ ବହନ କରିବେ ବୋଲି କହିଛନ୍ତି କନ୍ଧମାଳ ସାଂସଦ ଡ. ଅତ୍ୟୁତ ସାମନ୍ତ ।

ଭୁବନେଶ୍ବର: ଲଦାଖର ଗାଲୱାନ ଘାଟିରେ ଭାରତ-ଚୀନ ସଂଘର୍ଷରେ ପ୍ରାଣ ହରାଇଥିବା ଦେଶର 20 ଜଣ ଯବାନଙ୍କ ମଧ୍ୟରେ ଓଡ଼ିଶାର ଦୁଇ ଜଣ ଅଛନ୍ତି । ସେମାନେ ହେଲେ କନ୍ଧମାଳରୁ ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜ ରାଇରଙ୍ଗପୁରର ନନ୍ଦୁରାମ ସୋରେନ । ତେବେ ଏହି ଦୁଇ ଶହୀଦଙ୍କ ପରିବାରର ପିଲାମାନଙ୍କ ପାଠ ପଢା ଦାୟିତ୍ବ ବହନ କରିବେ ବୋଲି କହିଛନ୍ତି କନ୍ଧମାଳ ସାଂସଦ ଡ. ଅତ୍ୟୁତ ସାମନ୍ତ ।

ଶହୀଦଙ୍କ ପିଲାଙ୍କୁ ମାଗଣା ଶିକ୍ଷ୍ୟା ଦେବ କିଟ ଓ କିସ: ଅଚ୍ୟୁତ ସାମନ୍ତ

ତେବେ ଆଜି ସନ୍ଧ୍ୟାରେ ସେମାନଙ୍କ ମରଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସଲାମୀ ଦିଆଯାଇଥିଲା । ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥି ସହ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ସେ କହିଛନ୍ତି ‘‘ଯବାନଙ୍କ ପରିବାର ସମସ୍ତ ପିଲାମାନଙ୍କ ଶିକ୍ଷା ଦାୟିତ୍ବ ମୁଁ ବହନ କରିବି । ସମସ୍ତ ପିଲାଙ୍କୁ କିଟ୍‌ ଓ କିସରେ ମାଗଣ ଶିକ୍ଷାଦାନ ପାଇଁ ମୁଁ ତାଙ୍କ ପରିବାରକୁ ପ୍ରସ୍ତାବ ଦେଇଛି ।’’

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.