ETV Bharat / city

ଖୋଲିବ କିଡନୀ ରାକେଟର ନେକ୍ସସ, ସ୍କାନରରେ ଡକ୍ଟର ଓ ବଡ଼ବଡ଼ ହସ୍ପିଟାଲ

author img

By

Published : Jan 15, 2021, 3:41 PM IST

Updated : Jan 15, 2021, 4:05 PM IST

ଖୋଲିବ କିଡନୀ ରାକେଟର ନେକ୍ସସ। ସ୍କାନରରେ ଡକ୍ଟର ଓ ବଡ଼ବଡ଼ ହସ୍ପିଟାଲ । ଅଧିକ ପଢନ୍ତୁ...

Kidney racket main accused Himanshu Bhusan Nanda will be remanded in custody
ଖୋଲିବ କିଡନୀ ରାକେଟର ନେକ୍ସସ,ସ୍କାନରରେ ଡକ୍ଟର ଓ ବଡ଼ ବଡ଼ ହସପିଟାଲ

ଭୁବନେଶ୍ବର: ରିମାଣ୍ଡରେ ଆସିବ କିଡନୀ ଠକ ହିମାଂଶୁ ଭୂଷଣ ନନ୍ଦ। ଏନେଇ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି କମିସନରେଟ ପୋଲିସ। ରିମାଣ୍ଡରେ ନେଇ ଖୋଲିବ କିଡ଼ନୀ ଠକେଇ ପଛର ଗୁମର। କେତେ ଲୋକଙ୍କଠୁ ଠକିଛି ଏହି ଠକ ? ଏହା ପଛରେ କାହାର ସମ୍ପୃକ୍ତି ରହିଛି ? ବିଭିନ୍ନ ମାମଲାରେ ବିଭିନ୍ନ ଡ଼କ୍ଟର ହସପିଟାଲ ଲିଙ୍କ ସାମ୍ନାକୁ ଆସିଥିବା ବେଳେ ହିମାଂଶୁର କାହା ସହ ଥିଲା କନେକ୍ସନ ? କିଡନୀ ଆବଶ୍ୟକ ଥିବା ଲୋକଙ୍କ ପାଖରେ କିପରି ପହଞ୍ଚୁଥିଲା ? ଆଉ ଲୋକଙ୍କ ଡାଟା କେମିତି ମିଳୁଥିଲା ? ଏହା ପଛରେ କେଉଁ ଡକ୍ଟରଙ୍କ ଲିଙ୍କ ରହିଛି। କିଏ ଥିଲେ ହିମାଂଶୁ ସହ ଯୋଗାଯୋଗରେ ? ଏସମସ୍ତ ଦିଗକୁ ନେଇ କିଛି ଡକ୍ଟର ଓ ହସପିଟାଲର ଲିଙ୍କ ଖୋଜିବାକୁ ହିମାଂଶୁକୁ ରିମାଣ୍ଡରେ ନେଇ ପରଚାଉଚରା କରିବ ପୋଲିସ।

ଖୋଲିବ କିଡନୀ ରାକେଟର ନେକ୍ସସ, ସ୍କାନରରେ ଡକ୍ଟର ଓ ବଡ଼ବଡ଼ ହସ୍ପିଟାଲ

କିଡନୀ ପ୍ରତିରୋପଣ ନାଁରେ ଠକେଇ ଟଙ୍କାରେ କିଭଳି ନିଜର ସମ୍ପତ୍ତି ଠୁଳ କରିଛି ଅଭିଯୁକ୍ତ । କେଉଁଠି ଘର ରହିଛି ଓ କେତୋଟି ଆକାଉଣ୍ଟରେ ଟଙ୍କା ରଖିଛି ଅଭିଯୁକ୍ତ ସେନେଇ ଖୋଳତାଡ଼ କରିବ କମିସନରେଟ ପୋଲିସ। ଯାହାକୁ ନେଇ କୋର୍ଟରେ ଏନେଇ ରିମାଣ୍ଡ ପାଇଁ ଆବେଦନ କରାଯାଇଛି। ଆଉ ଯେଉଁମାନେ ଏଭଳି ଠକେଇର ଶୀକାର ହୋଇଛନ୍ତି ସେମାନେ ପୋଲିସରେ ଅଭିଯୋଗ କରନ୍ତୁ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 15, 2021, 4:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.