ETV Bharat / city

IPS ସ୍ତରରେ ଅଦଳବଦଳ, ବଦଳିଲେ ବୌଦ୍ଧ ଓ ଦେବଗଡ଼ ଜିଲ୍ଲା SP

author img

By

Published : Aug 2, 2022, 6:11 PM IST

IPS ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ପଦୋନ୍ନତି ପାଇ ସୁଦାମ ସାହୁ ଟ୍ବିନ୍‌ସିଟି କଟକ-ଭୁବନେଶ୍ବର କ୍ରାଇମ DCP ଦାୟିତ୍ବ ନେବେ । ଅଧିକ ପଢ଼ନ୍ତୁ

IPS ସ୍ତରରେ ଅଦଳବଦଳ, ବଦଳିଲେ ବୌଦ୍ଧ ଓ ଦେବଗଡ଼ ଜିଲ୍ଲା SP
IPS ସ୍ତରରେ ଅଦଳବଦଳ, ବଦଳିଲେ ବୌଦ୍ଧ ଓ ଦେବଗଡ଼ ଜିଲ୍ଲା SP

ଭୁବନେଶ୍ବର: IPS ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ବଦଳିଛନ୍ତି ବୌଦ୍ଧ ଓ ଦେବଗଡ଼ ଜିଲ୍ଲା SP । କ୍ରାଇମ୍ ଡିସିପି ପ୍ରମୋଦ ରଥ ହେଲେ ଦେବଗଡ଼ SP । ସେହିଭଳି ଚିତ୍ତ ରଞ୍ଜନ ସାମନ୍ତ ହେଲେ ଭୁବନେଶ୍ବର (କମ୍ପ୍ୟୁଟର) SP ।

ପ୍ରହ୍ଲାଦ ସହାଇ ମୀନା ବୌଦ୍ଧର ନୂଆ SP ଦାୟିତ୍ବ ନେବେ । ଏହାସହ ପଦୋନ୍ନତି ପାଇ ସୁଦାମ ସାହୁ ଟ୍ବିନ୍‌ସିଟି କଟକ-ଭୁବନେଶ୍ବର କ୍ରାଇମ DCP ଦାୟିତ୍ବ ନେବେ । ସୟଦ ମୁଜିବୁର ରେହମାନଙ୍କୁ ସିଗନାଲ SP ଦାୟିତ୍ବ ଦିଆଯାଇଛି ।

କିଶୋର କୁମାର ପାଣିଗ୍ରାହୀ STF SP ଦାୟିତ୍ବ ନେବେ । ଜ୍ଞାନ ରଞ୍ଜନ ମହାପାତ୍ରଙ୍କୁ ସ୍ପେଶାଲ ବ୍ରାଞ୍ଚ ଦାୟିତ୍ବରେ ନିଯୁକ୍ତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.