ETV Bharat / city

ଘରୁ 10 କ୍ବିଣ୍ଟାଲ ଗୋମାଂସ ଜବତ, ଜଣେ ଅଟକ

author img

By

Published : Jan 27, 2021, 7:43 AM IST

Updated : Jan 27, 2021, 10:38 AM IST

ଘର ଭିତରୁ ଗୋମାଂସ ଜବତ
ଘର ଭିତରୁ ଗୋମାଂସ ଜବତ

ଭୁବନେଶ୍ବର ବାଲିପାଟଣା ଅଞ୍ଚଳରେ ଜଣଙ୍କ ଘରୁ 10 କ୍ବିଣ୍ଟାଲ ଗୋମାଂସ ଜବତ । ଜଣଙ୍କୁ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ...

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ଘରୁ ବାହାରିଲା ଗୋମାଂସ । ବାଲିପାଟଣା ଅଞ୍ଚଳରେ ଜଣଙ୍କ ଘରୁ 10କ୍ବିଣ୍ଟାଲର ଗୋମାଂସ ଜବତ କରିଛି କମିସନରେଟ ପୋଲିସ । ପୋଲିସ ଘଟଣାରେ ଜଣଙ୍କୁ ଅଟକ ରଖିଛି ।

ଘର ଭିତରୁ ଗୋମାଂସ ଜବତ

ସାହେବ ବସ୍ତିର ଜାପାନି ଖାନ ନାମକ ଜଣେ ବ୍ୟକ୍ତି ନିଜ ଘରେ ମାଂସ ଗୋଦାମ କରି ସପ୍ଲାୟ କରୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇବା ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କ ଘରୁ 30ପେଟି ଆର୍ଥାତ୍ 10 କ୍ବିଣ୍ଟାଲ ଗୋମାଂସ ଘରୁ ଜବତ କରିଛି ।

ତେବେ ପ୍ରଥମେ ପୋଲିସ ସନ୍ଦେହ କରି ଓୟୁଏଟି ଡାକ୍ତରଙ୍କ ଜରିଆରେ ମାଂସକୁ ପରୀକ୍ଷା କରିଛନ୍ତି। ପରେ ସେସବୁ ମାଂସକୁ ନଷ୍ଟ କରାଯାଇଛି। ତେବେ କାହିଁକି ଏତେ ପରିମାଣର ମାଂସ ଘରେ ରଖିଥିଲେ ଓ ଏହା ପଛର ଉଦ୍ଦେଶ୍ୟ କଣ ସେ ନେଇ ପୋଲିସ ଛାନଭିନ କରିଛି। ଘଟଣାରେ ଜଣଙ୍କୁ ଅଟକ ରଖିଛି ।

ଭୁବନେଶ୍ବରରୁ ତାପସ ପରିଡା,ଇଟିିଭି ଭାରତ

Last Updated :Jan 27, 2021, 10:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.