ETV Bharat / city

କୋରୋନା ମାଡ: ଦୁର୍ଦ୍ଦିନରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଶିଳ୍ପ

author img

By

Published : Jul 20, 2021, 12:38 PM IST

କୋରୋନା ମହାମାରୀ: ଦୁର୍ଦ୍ଦିନରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଶିଳ୍ପ
କୋରୋନା ମହାମାରୀ: ଦୁର୍ଦ୍ଦିନରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଶିଳ୍ପ

କୋରୋନା ମହାମାରୀ ଯୋଗୁଁ ରାଜଧାନୀରେ ଥିବା ହୋଟେଲ ଓ ରେଷ୍ଟୁରାଣ୍ଟ ଶିଳ୍ପ ଦୁର୍ଦ୍ଦିନରେ ରହିଛି । ଏଣୁ ଆଗକୁ ମଧ୍ୟ ସରକାର ହୋଟେଲ ଗୁଡିକୁ ଖୋଲନ୍ତୁ ବୋଲି ଦାବି କରିଛନ୍ତି ହୋଟେଲ ମାଲିକ । ଅଧିକ ପଢନ୍ତୁ...

ଭୁବନେଶ୍ବର: କୋରୋନା ମହାମାରୀ ପ୍ରଭାବରେ ବର୍ତ୍ତମାନ ଘୋର ଦୁର୍ଦ୍ଦିନରେ ରହିଛି ହୋଟେଲ ଓ ରେଷ୍ଟୁରାଣ୍ଟ ଶିଳ୍ପ । ସରକାର ୫୦ ପ୍ରତିଶତ କର୍ମଚାରୀଙ୍କ ସହିତ ହୋଟେଲ ଖୋଲିବାକୁ ଅନୁମତି ଦେଇଛନ୍ତି । ଅଳ୍ପସଂଖ୍ୟକ କର୍ମଚାରୀଙ୍କୁ ନେଇ ହୋଟେଲ ଚଳାଇବା କଷ୍ଟକର ହେଉଥିଲେ ମଧ୍ୟ ଆଗକୁ ହୋଟେଲ ନ ବନ୍ଦ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ହୋଟେଲ ମାଲିକ ।

କୋରୋନା ମହାମାରୀ: ଦୁର୍ଦ୍ଦିନରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଶିଳ୍ପ

ରାଜଧାନୀରେ ୫୦୦ରୁ ଉର୍ଦ୍ଧ୍ବ ହୋଟେଲ ଏବଂ ରେଷ୍ଟୁରାଣ୍ଟ ରହିଛି । ଏଥିରେ ୧୦ହଜାରରୁ ଅଧିକ କର୍ମଚାରୀ ନିଯୁକ୍ତି ପାଇଛନ୍ତି ଏବଂ ୧୦ ହଜାର ପରିବାର ଏହି ଶିଳ୍ପ ପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ । ବର୍ତ୍ତମାନ ଏହି ୧୦ ହଜାର ପରିବାରର ଲୋକମାନେ ଘୋର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଏହି ୧୦ହଜାର କର୍ମଚାରୀଙ୍କ ମଧ୍ୟରୁ ପାଖାପାଖି ୬ହଜାର କର୍ମଚାରୀ ଖାଦ୍ୟ ଏବଂ ପାନୀୟ ବ୍ୟବସାୟ କ୍ଷେତ୍ରରେ ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ । ଏମାନଙ୍କର ମାସିକ ଦରମା ୮ହଜାର ରୁ ୧୧ ହଜାର ମଧ୍ୟରେ ।

କୋରୋନା ମହାମାରୀକୁ ନେଇ ଲକଡ଼ାଉନ ଫଳରେ ସରକାରଙ୍କର ରାଜସ୍ବ କ୍ଷତି ସହ ପାଖାପାଖି ୧୦ହଜାର ପରିବାର ଘୋର ଦୁର୍ଦ୍ଦିନରେ ସମୟ କାଟୁଛନ୍ତି । ଲକଡ଼ାଉନ ଯୋଗୁଁ ଏବଂ କର୍ମଚାରୀମାନଙ୍କ ଦୁର୍ଦ୍ଦିନ ଯୋଗୁଁ ହୋଟେଲ ଶିଳ୍ପର ରାଜସ୍ବ ୩୦ରୁ ୫୦ ଶତାଂଶ କମିଛି । ଦେଖିବାକୁ ଗଲେ ବର୍ତ୍ତମାନ ବ୍ୟକ୍ତିଗତ ଭାବରେ ଏହି କର୍ମଚାରୀମାନେ ବଞ୍ଚିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । ଅଳ୍ପ ସଂଖ୍ୟକ କର୍ମଚାରୀରେ ହୋଟେଲଗୁଡ଼ିକୁ ଚଲାଇବା କଷ୍ଟକର ହୋଇପଡିଛି । ବର୍ତ୍ତମାନ ପ୍ରାୟତଃ ହୋଟେଲକୁ ୫୦ ଶତାଂଶ ପର୍ଯ୍ୟନ୍ତ କେତେକ କ୍ଷେତ୍ରରେ ରିହାତି ଦେବାକୁ ପଡୁଛି । ଯାହାକି ଅନୁଷ୍ଠାନକୁ ବଞ୍ଚେଇ ରଖିବା ମଧ୍ୟ କଷ୍ଟକର । ଯେକୌଣସି ପରିସ୍ଥିତିରେ ପୁଣି ଥରେ ହୋଟେଲଗୁଡ଼ିକୁ ଚଲାଇବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ହୋଟେଲ ମାଲିକ ।

ସରକାରଙ୍କ କୌଣସି ପ୍ରକାର ନିର୍ଦ୍ଦେଶାବଳୀକୁ କୋହଳ କରିବା ପାଇଁ ସେମାନେ ଚାହୁଁନାହାନ୍ତି । ଏପରିକି ଏହି ବ୍ୟବସାୟ ସହ ସମ୍ପୃକ୍ତ ସମସ୍ତ କର୍ମଚାରୀ, ଖାଦ୍ୟ ବିତରକ ଆଦି ସମସ୍ତେ ପ୍ରତିଷେଧକ ଟିକା ନେଇ ସାରିଲେଣି । ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ସ୍ବାସ୍ଥ୍ୟକର ପରିବେଶ ମଧ୍ୟ ବର୍ତ୍ତମାନ ସୃଷ୍ଟି କରାଯାଇଛି । ଓଡ଼ିଶାର ପଡୋଶୀ ରାଜ୍ୟମାନେ ଖାଦ୍ୟ ଏବଂ ପାନୀୟ ବ୍ୟବସାୟକୁ କଟକଣା ପାଳନ କରି ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଆମ ରାଜ୍ୟରେ ମଧ୍ୟ ଏହିଭଳି ଶତକଡ଼ା ୫୦ ଭାଗ କର୍ମଚାରୀଙ୍କ ସହିତ ହୋଟେଲଗୁଡ଼ିକୁ ଖୋଲି ରଖିବା ପାଇଁ ହୋଟେଲ ମାଲିକମାନେ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.