ETV Bharat / city

ଆସୁଛି ବାତ୍ୟା: ବ୍ରହ୍ମପୁର ଅଭିମୁଖେ ଅଗ୍ନିଶମ ବାହିନୀ

author img

By

Published : May 11, 2022, 7:05 AM IST

ଆସୁଛି ବାତ୍ୟା: ବ୍ରହ୍ମପୁର ଅଭିମୁଖେ ଅଗ୍ନିଶମ ବାହିନୀ
ଆସୁଛି ବାତ୍ୟା: ବ୍ରହ୍ମପୁର ଅଭିମୁଖେ ଅଗ୍ନିଶମ ବାହିନୀ

ଗତି ବଦଳାଇଲା ବାତ୍ୟା ଅସାନି । ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସଦ୍ୟତମ ସୂଚନା ଅନୁସାରେ ୧୧ ତାରିଖ ସକାଳେ ଆନ୍ଧ୍ରପ୍ରଦେଶର କାକିନାଡା ଉପକୂଳ ଏବଂ ବିଶାଖାପାଟଣା ଉପକୂଳ ଦେଇ ବାତ୍ୟା ଗତି କରିବା ସହ କ୍ରମଶଃ ଦୁର୍ବଳ ହେବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଗତି ବଦଳାଇଲା ବାତ୍ୟା ଅସାନି । ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସଦ୍ୟତମ ସୂଚନା ଅନୁସାରେ ୧୧ ତାରିଖ ସକାଳେ ଆନ୍ଧ୍ରପ୍ରଦେଶର କାକିନାଡା ଉପକୂଳ ଏବଂ ବିଶାଖାପାଟଣା ଉପକୂଳ ଦେଇ ବାତ୍ୟା ଗତି କରିବା ସହ କ୍ରମଶଃ ଦୁର୍ବଳ ହେବ । ଏପଟେ ବାତ୍ୟା ଅସାନିର ଗତି ବଳିବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ଜୋରଦାର କରାଯାଇଛି ।

ଆସୁଛି ବାତ୍ୟା: ବ୍ରହ୍ମପୁର ଅଭିମୁଖେ ଅଗ୍ନିଶମ ବାହିନୀ

ସେହିପରି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନାଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ବରରୁ ବ୍ରହ୍ମପୁର ଅଭିମୁଖେ ଅଗ୍ନିଶମ ଟିମ୍ । ଭୁବନେଶ୍ୱର ବରମୁଣ୍ଡା ଫାୟାର ଟ୍ରେନିଂ ସେଣ୍ଟରରୁ ୫ଟି ଟିମ ବ୍ରହ୍ମପୁର ଯାଇଛନ୍ତି । ଏହି ୫ଟି ଟିମ୍‌ରେ ୩୦ଜଣ ଅଗ୍ନିଶମ କର୍ମଚାରୀ ରହିଛନ୍ତି । ଏମାନଙ୍କୁ ସ୍ଥିତି ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ମୁତୟନ କରାଯିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.