ETV Bharat / city

ରାଜଧାନୀରେ ଚାଞ୍ଚଲ୍ୟ, ନିଜେ ଇଞ୍ଜେକ୍ସନ ନେଇ ହସ୍ପିଟାଲରେ ଟଳିପଡିଲେ ଡାକ୍ତର !

author img

By

Published : May 13, 2022, 1:13 PM IST

Updated : May 13, 2022, 2:27 PM IST

ରାଜଧାନୀରେ ଚାଞ୍ଚଲ୍ୟ, ନିଜେ ଇଞ୍ଜେକ୍ସନ ନେଇ ହସ୍ପିଟାଲରେ ଟଳିପଡିଲେ ଡାକ୍ତର !
ରାଜଧାନୀରେ ଚାଞ୍ଚଲ୍ୟ, ଇଞ୍ଜେକ୍ସନ ନେଇ ହସ୍ପିଟାଲରେ ଟଳିପଡିଲେ ଡାକ୍ତର

ଭୁବନେଶ୍ବର ଏକ ହସ୍ପିଟାଲରେ ଡାକ୍ତରଙ୍କ ସନ୍ଦେହ ଜନକ ମୃତ୍ୟୁ । ବନ୍ଦ ଥିବା ରେଷ୍ଟରୁମରୁ ମୃତଦେହ ଜବତ କଲା କମିଶନରେଟ୍ ପୋଲିସ । ଅଧିକ ପଢନ୍ତୁ

ଭୁବନେଶ୍ବର: ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲର ଡାକ୍ତରଙ୍କ ସନ୍ଦେହ ଜନକ ମୃତ୍ୟୁ । ବନ୍ଦ ଥିବା ରେଷ୍ଟରୁମରୁ ମୃତଦେହ ଜବତ କଲା କମିଶନରେଟ୍ ପୋଲିସ । ମୃତ ଡାକ୍ତର ହେଲେ ଶିଶିର କୁମାର ସାହୁ ଏବଂ ସେ ଅସ୍ଥିଶଲ୍ୟ ବିଭାଗୀୟ ଡାକ୍ତର ହିସାବରେ କାର୍ଯ୍ୟରତ ଥିଲେ । ଆତ୍ମହତ୍ୟା ନା ହତ୍ୟା ଏହାକୁ ନେଇ ସନ୍ଦେହ ଉପୁଜୁଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ । ସୂଚନା ଅନୁସାରେ, ଶିଶିର ଏକ ଘରୋଇ ହସ୍ପିଟାଲରେ ଅସ୍ଥିଶଲ୍ୟ ବିଭାଗୀୟ ଡାକ୍ତର ଭାବେ କାର୍ଯ୍ୟରତ ରହିଥିବା ବେଳେ କିଛି ସମୟ ପାଇଁ ରେଷ୍ଟରୁମ ଯାଇଥିଲେ ।

ରାଜଧାନୀରେ ଚାଞ୍ଚଲ୍ୟ, ନିଜେ ଇଞ୍ଜେକ୍ସନ ନେଇ ହସ୍ପିଟାଲରେ ଟଳିପଡିଲେ ଡାକ୍ତର !

ହେଲେ ସେ ନିଜ ଚାମ୍ବରକୁ ନଫେରିବାରୁ ହସ୍ପିଟାଲ କର୍ମଚାରୀ ରେଷ୍ଟରୁମକୁ ଯାଇ ଡାକ୍ତର ଜଣକ ବେଡ୍‌ରେ ପଡିଥିବା ଦେଖିବାକୁ ପାଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଡାକ୍ତରଙ୍କ ରୁମରୁ କିଛି ଇଞ୍ଜେକ୍ସନ ସିସି ଜବତ କରିଛି ପୋଲିସ । ୨୨ଦିନ‌ ତଳେ ବିବାହ କରିଥିବା ଝାରସୁଗୁଡାର ୩୨ ବର୍ଷିୟ ଯୁବ ଡାକ୍ତରଙ୍କ ମୃତଦେହ ଉଦ୍ଧାରପରେ ବଢିଛି ସନ୍ଦେହ । ନିଜ ଦେହରେ ନିଜେ ଇଞ୍ଜେକ୍ସନ ନେଇ ଏପରି ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଥିବା ବେଳେ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ଏହି ଘଟଣାରେ ଅନେକ ଦିଗକୁ ନେଇ ତଦନ୍ତ ଚଳାଇଛି ପୋଲିସ । କିଛି ଇଞ୍ଜେକ୍ସନର ରିଆକ୍ସନ ନା ଜାଣିଶୁଣି ଏପରି ଆତ୍ମହତ୍ୟା କରିଛନ୍ତି ? ଯଦି ମେଡିସିନ ରିଆକ୍ସନ ତେବେ କଣ ଥିଲା ସେହି ମେଡିସିନ ? ଏହାର ହେବି ଡୋଜ ନା କିଛି ଅଲଗା କାରଣ ତାହାକୁ ନେଇ ତଦନ୍ତ ଚଳାଇଛି ପୋଲିସ। ଅନ୍ୟପଟେ ଯଦି ଡାକ୍ତର ଜାଣି ଶୁଣି ଇଞ୍ଜେକ୍ସନ ନେଇ ଏପରି କରିଛନ୍ତି ତେବେ ୨୨ଦିନ ତଳେ ବିବାହ କରିଥିବା ଏହି ଡାକ୍ତର ଏପରି କଣ ହେଲା କାହିକି ଏପରି ଚରମ ପଦକ୍ଷେପ ନେଲେ ? ଏହା ପଛରେ କଣ ମାନସିକ ଚାପ ନା କର୍ମକ୍ଷେତ୍ରରେ ପ୍ରେସର ନା ପାରିବାରିକ ଟେନସନ ? ବ୍ୟବଚ୍ଛେଦ ପରେ ଭିପୁଲ ଗାର୍ଡେନ ସ୍ଥିତ ତାଙ୍କ ନବ ବିବାହିତ ପତ୍ନିଙ୍କ ପାଖକୁ ନିଆଯାଇ ଅନ୍ତିମ ସଂସ୍କାର କରାଯିବା ନେଇ ସୂଚନା ରହିଛି । ନିଜ ଦେହରେ ନିଜେ ଇଞ୍ଜେକ୍ସନ ନେଇ ଏପରି ମୃତ୍ୟ ହୋଇଥିବା ପୋଲିସ ଅନୁମାନ କରୁଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ ବୋଲି କହିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :May 13, 2022, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.