ETV Bharat / city

ବାତ୍ୟା ‘ୟସ’କୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଶକ୍ତି ବିଭାଗ: ଶକ୍ତିମନ୍ତ୍ରୀ

author img

By

Published : May 24, 2021, 4:12 PM IST

ବାତ୍ୟା ୟସକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଶକ୍ତି ଭିଭାଗ । ଆବଶ୍ୟକୀୟ ମାନବ ସମ୍ବଳ ଓ ଯନ୍ତ୍ରପାତି ରଖାଯାଇଛି ସଜାଗ । ସୂଚନା ଦେଲେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର । ଅଧିକ ପଢନ୍ତୁ...

ବାତ୍ୟା ‘ୟାସ’କୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଶକ୍ତି ବିଭାଗ: ଶକ୍ତିମନ୍ତ୍ରୀ
ବାତ୍ୟା ‘ୟାସ’କୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଶକ୍ତି ବିଭାଗ: ଶକ୍ତିମନ୍ତ୍ରୀ

ଭୁବନେଶ୍ବର: ବାତ୍ୟା ‘ୟସ’ କୁ ନେଇ ଶକ୍ତି ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏହାସହ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ସମ୍ବେଦନଶୀଳ ସ୍ଥାନକୁ ଚିହ୍ନଟ କରାଯିବା ସହ ମ୍ୟାନ ଆଉ ମେସିନାରୀ ପଠା ସରିଥିବା ସେ ସୂଚନା ଦେଇଛନ୍ତି । ସେହିପରି ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ବା ତାର ଛିଡିବା ଯୋଗୁଁ ବିଦ୍ୟୁତ ବ୍ୟାହତ ହେଲେ ତୁରନ୍ତ ବିଜୁଳି ଯୋଗାଇବା ପାଇଁ ବିଭାଗ ପ୍ରସ୍ତୁତ ରହିଥିବା କହିଛନ୍ତି ଶକ୍ତିମନ୍ତ୍ରୀ ।

ବାତ୍ୟା ‘ୟାସ’କୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଶକ୍ତି ବିଭାଗ: ଶକ୍ତିମନ୍ତ୍ରୀ

ପୂର୍ବରୁ ଏନଡିଆରଏଫ ଓ ଓଡ୍ରାଫ ଭଳି ବିଦ୍ୟୁତ ବିଭାଗର ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରାଯାଇଛି । ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରସ୍ତୁତ ଅଛନ୍ତି । ଲୋକଙ୍କ ପାଖରେ କମ ସମୟରେ ବିଜୁଳି ପହଞ୍ଚିବା ପ୍ରାଥମିକତା ବୋଲି କହିଛନ୍ତି ମନ୍ତ୍ରୀ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.