ETV Bharat / city

24 ଘଣ୍ଟାରେ ରାଜ୍ୟରୁ ଆଖି ବୁଜିଲେ ୪ ଆକ୍ରାନ୍ତ

author img

By

Published : Oct 28, 2021, 12:43 PM IST

24 ଘଣ୍ଟାରେ ରାଜ୍ୟରୁ ଆଖି ବୁଜିଲେ ୪ ଆକ୍ରାନ୍ତ
24 ଘଣ୍ଟାରେ ରାଜ୍ୟରୁ ଆଖି ବୁଜିଲେ ୪ ଆକ୍ରାନ୍ତ

ରାଜ୍ୟରେ କମୁଛି ଦୈନିକ ମୃତ୍ୟୁସଂଖ୍ୟା । ଆଜି(ଗୁରୁବାର) ରଜ୍ୟରେ ଚାରିଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ୩୨୨ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କୋରୋନାଜନିତ ମୃତ୍ୟୁସଂଖ୍ୟା । ରିପୋର୍ଟ ଅନୁସାରେ ଆଜି(ଗୁରୁବାର) ରାଜ୍ୟରେ ଆଜି ଆଉ ୪ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ମୃତ୍ୟୁ ରିପୋର୍ଟକୁ ଆଧାର କରି ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮୩୨୨କୁ ବୃଦ୍ଧି ହୋଇଛି ।

ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ମୟୂରଭଞ୍ଜ ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଥିବାବେଳେ ଖୋର୍ଦ୍ଧରୁ ଦୁଇଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଖୋର୍ଦ୍ଧାର ସମୁଦାୟ ମୃତ୍ୟୁସଂଖ୍ୟା ୧୫୩୭ ହୋଇଥିବାବେଳେ ମୟୂରଭଞ୍ଜରେ ୨୮୨ ଓ କେନ୍ଦ୍ରାପଡାରେ ୨୫୧ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୧୨ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬୩ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୦ ହଜାର ୨୩୦କୁ ବୃଦ୍ଧି ପାଇଛି । ସଂକ୍ରମଣ କମିଥିଲେ ମଧ୍ୟ ଦିନେ ବଢୁଛି ଦିନେ କମୁଛି । ମୃତ୍ୟୁସଂଖ୍ୟାର ସମାନ ସ୍ଥିତି ରହିଛି । ଆଗକୁ ତୃତୀୟ ଲହର ବିପଦ ରହିଛି । ଶୀତଋତୁ ସଂକ୍ରମଣ ବୃଦ୍ଧି ହେବା ସମ୍ଭାବନା ରହିଛି । ଏନେଇ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.