HSRP Deadline Extension: ଗାଡି ଚାଳକଙ୍କୁ ଆଶ୍ୱସ୍ତି, ମିଳିଲା ମାସେ ମହଲତ

author img

By

Published : Sep 30, 2022, 9:19 PM IST

HSRP Deadline Extension: ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତ, ମିଳିଲା ମାସେ ମହଲତ

ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ସ୍ଲଟ ବୁକିଂ ଅବଧି । ସମସ୍ତ ନମ୍ବର ପାଇଁ ମାସେ ପର୍ଯ୍ୟନ୍ତ ମିଳିଲା ମହଲତ । ଫଳରେ ପୁରୁଣା ନମ୍ବର ପ୍ଲେଟ ଥିଲେ ବି ଗଣିବାକୁ ପଡ଼ିବନି ଜରିମାନା । ଅଧିକ ପଢନ୍ତୁ

ଭୁବନେଶ୍ବର: ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାରେ ଗାଡି ମାଲିକଙ୍କ ପାଇ ଆଶ୍ବସ୍ତି ଖବର। ସମସ୍ତ ନମ୍ବର ପାଇଁ ମାସେ ପର୍ଯ୍ୟନ୍ତ ବଢ଼ିଲା ସମୟ ସୀମା । ଅକ୍ଟୋବର ୩୧ ଯାଏ ହାଇସିକ୍ୟୁରିଟି ନମ୍ୱର ପ୍ଲେଟ ଅବଧି ବୃଦ୍ଧି ହୋଇଛି(HSRP Deadline Extension) । ଫଳରେ ପୁରୁଣା ନମ୍ବର ପ୍ଲେଟ ରହିଥିଲେ ମଧ୍ୟ ଶନିବାର ଠାରୁ ଆଉ ଦଣ୍ଡ ଗଣିବାକୁ ପଡିବ ନାହିଁ ।

HSRP Deadline Extension: ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତ, ମିଳିଲା ମାସେ ମହଲତ
HSRP Deadline Extension: ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତ, ମିଳିଲା ମାସେ ମହଲତ

ଜାଣନ୍ତୁ କେଉଁ ଗାଡି ନମ୍ବର ପାଇଁ କେତେଦିନ ବୃଦ୍ଧି ହେଲା ଅବଧି

ଗାଡ଼ିର ଶେଷ ନମ୍ବର ୧,୨,୩,୪ ପାଇଁ ଶୁକ୍ରବାର ଥିଲା ଡେଡଲାଇନ୍ । ଏହି ନମ୍ବର ରହିଥିବା ଗାଡିଚାଳକଙ୍କ ପାଇଁ ଆଉ ମାସେ ମହଲତ ଦେଇଛନ୍ତି ରାଜ୍ୟ ପରିବହନ ବିଭାଗ । ଏବେ ସମୟ ସୀମା ବଢ଼ିବା ପରେ ୩୧ ଅକ୍ଟୋବର ସୁଦ୍ଧା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ପାରିବେ ।

ସେହିପରି ଗାଡିର ଶେଷ ନମ୍ବର ୫,୬ ପାଇଁ ନଭେମ୍ବର ୩୦ ଡେଡଲାଇନ୍ । ୭ କିମ୍ବା ୮ ଥିଲେ ୩୧ ଡିସେମ୍ବର ଏବଂ ଗାଡିର ଶେଷ ନମ୍ବର ୯ କିମ୍ବା ୦ ଥିଲେ ୩୧ ଜାନୁଆରୀ ସୁଦ୍ଧା ପଞ୍ଜୀକରଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଡେଡଲାଇନକୁ ହାଇକୋର୍ଟଙ୍କ ନାପସନ୍ଦ, ୩୦ରେ ପରବର୍ତ୍ତୀ ଶୁଣାଣି

ତେବେ ସ୍ଲଟ ବୁକିଙ୍ଗ ପାଇଁ ବିଚଳିତ ନହୋଇ ଅନଲାଇନରେ ରେଜିଷ୍ଟ୍ରେସନ କରିବାକୁ ନିବେଦନ କରାଯାଇଛି। www.siam.inରେ ରେଜିଷ୍ଟ୍ରେସନ କରିପାରିବେ‌। ଯଦି ରେଜିଷ୍ଟ୍ରେସନ କରିବାର ସ୍ଲିପ ରହିଛି ତେବେ ସ୍ଲଟ ମିଳିବା ପାଇଁ ବିଳମ୍ବ ରହିଲେ ସୁଦ୍ଧା ଅସୁବିଧା ନାହିଁ ବୋଲି ପୂର୍ବରୁ ପରିବହନ ବିଭାଗର ଜଏଣ୍ଟ କମିଶନର ସୂଚନା ଦେଇଥିଲେ।

ତେବେ ୧ଏପ୍ରିଲ୨୦୧୯ପୁର୍ବରୁ ଗାଡି କିଣିଥିବା ଲୋକଙ୍କ ପାଇଁ ଏହା ସତର୍କବାଣି । ଗାଡିର ନମ୍ବର ଶେଷ ଅଙ୍କ ଅନୁସାରେ ଆରମ୍ଭ ହୋଇଛି ନମ୍ବର ପ୍ଲେଟ ପାଇ ରେଜିଷ୍ଟ୍ରେସନ ପ୍ରକ୍ରିୟା। କେନ୍ଦ୍ର ସରକାର ସଂଶୋଧିତ CMVR ର ନିୟମ 50 ଏବଂ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତି ଆଦେଶ ଅନୁଯାୟୀ ପରିବହନ ବିଭାଗ ଜୁନ 1, 2022ରୁ ସମସ୍ତ ଶ୍ରେଣୀର ପୁରୁଣା ଯାନ ପାଇଁ HSRP ବାଧ୍ୟତାମୂଳକ କରିଛି । ଯାହା ଏପ୍ରିଲ 1, 2019 ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡି ପାଇ ବାଧ୍ୟତାମୂଳକ। HSRP ପ୍ଲେଟଗୁଡିକ ଏକ ଅପସାରଣ ଯୋଗ୍ୟ ସ୍ନାପ୍ ଲକ୍ ସହିତ ଆସିଥାଏ କିନ୍ତୁ ଏହାକୁ ବଦଳାଇବା କଷ୍ଟକର ଅଟେ ଯାହାକି ଚୋରଙ୍କ ପାଇ ଅଡୁହା ହୋଇପାରେ । ଏହି ପ୍ଲେଟଗୁଡିକ ଟାମ୍ପର-ପ୍ରୁଫ୍ ଏବଂ ଦୁଇଟି ପୁନଃ-ବ୍ୟବହାରଯୋଗ୍ୟ ଲକ୍ ସହିତ ଆସିଥାଏ । ‘IND’ ଲେଖା ସହିତ HSRP ର ବାମ ପାର୍ଶ୍ୱରେ କ୍ରୋମିୟମ ଆଧାରିତ ଅଶୋକ ଚକ୍ର ଅଛି । ଯାନର ପରିଚୟ ନମ୍ବର ଲେଜର ଏନକୋଡେଡ୍ ହେବ, ଯାହା ସ୍କାନ କରିବା ସହଜ ଏବଂ ଟ୍ୟାମ୍ପରିଂ କରିବା କଷ୍ଟକର ହୋଇଥାଏ ।

ସୂଚନାଯୋଗ୍ୟ ଯେ, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗୁ କରାଯିବାକୁ ବିରୋଧ କରି ୨ ବସ୍ ମାଲିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ଗୁରୁବାର ଶୁଣାଣି କରି ଆବଶ୍ୟକୀୟ ଭିତ୍ତିଭୂମି ବିନା ଡେଡ୍ ଲାଇନ ଧାର୍ଯ୍ୟକୁ ନାପସନ୍ଦ କରିଥିଲେ ହାଇକୋର୍ଟ । ଗାଡ଼ି ଚାଳକମାନେ ସ୍ଲଟ୍ ବୁକିଂ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥବାରୁ ସମୟସୀମା ବୃଦ୍ଧି କରିହେବ କି ନାହିଁ ସେ ସମ୍ପର୍କରେ ଜଣାଇବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଭିତ୍ତିଭୂମି ନ ଥାଇ ଡେଡଲାଇନ୍ କିଭଳି ଦେଲ ବୋଲି ମଧ୍ୟ କୋର୍ଟ ପଚାରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.