ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଡେଡଲାଇନକୁ ହାଇକୋର୍ଟଙ୍କ ନାପସନ୍ଦ, ୩୦ରେ ପରବର୍ତ୍ତୀ ଶୁଣାଣି

author img

By

Published : Sep 28, 2022, 5:16 PM IST

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଡେଡଲାଇନକୁ ହାଇକୋର୍ଟଙ୍କ ନାପସନ୍ଦ

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଡେଡଲାଇନକୁ ହାଇକୋର୍ଟଙ୍କ ନାପସନ୍ଦ । ବ୍ୟବସ୍ଥା ନଥାଇ ଡେଡ଼ ଲାଇନକୁ ନାପସନ୍ଦ କଲେ ହାଇକୋର୍ଟ । ଏନେଇ ଆସନ୍ତା ୩୦ରେ ହେବ ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ

କଟକ: ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ(HSRP Registration) ମାମଲା । ବ୍ୟବସ୍ଥା ନଥାଇ ଡେଡ଼ଲାଇନକୁ ନାପସନ୍ଦ କଲେ ହାଇକୋର୍ଟ । ଆସନ୍ତା ୩୦ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଡେଡଲାଇନକୁ ହାଇକୋର୍ଟଙ୍କ ନାପସନ୍ଦ

ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ ବ୍ୟବସ୍ଥା ନାହିଁ। HSRP(High security registration plate)ରେ ବୁକ କରିବା ସମ୍ଭବ ମଧ୍ୟ ହେଉନାହିଁ । କଣ ବିକଳ୍ପ ବ୍ୟବସ୍ଥା କରାଯିବ ସେ ନେଇ ହାଇକୋର୍ଟଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଆସନ୍ତା ୩୦ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ହାଇକୋର୍ଟ । ଅକ୍ଟୋବର ୧ରୁ ଚେକିଂ କଡାକଡି କରିବାକୁ ପରିବହନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହାସହ ପରିବହନ ବିଭାଗରୁ ମତାମତ ଆଣି କୋର୍ଟରେ ଉପସ୍ଥାପନ କରିବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ହାଇସିକ୍ୟୁରିଟି ନମ୍ବରପ୍ଲେଟ ନଥିଲେ ସାବଧାନ, ଅକ୍ଟୋବର ପହିଲାରୁ କଟିପାରେ ଚାଲାଣ

ଏନେଇ ଓକିଲ କାଜଲ ସାହୁ କହିଛନ୍ତି ଯେ, ‘‘ପରିବହନ ବିଭାଗରୁ ମତାମତ ଆଣିବାକୁ କୁହାଯାଇଛି । ଏହାପରେ ଆସନ୍ତା ୩୦ ତାରିଖରେ ଶୁଣାଣି କରାଯିବ । ଆମ ରାଜ୍ୟର ବରିଷ୍ଠ ନାଗରିକମାନେ ଏନେଇ ମାମଲା ଦାୟର କରିଥିଲେ । ରାଜ୍ୟରେ ସମସ୍ତ ଲୋକଙ୍କ ପାଖରେ ଅନଲାଇନ ବ୍ୟବସ୍ଥା ନାହିଁ । HSRPରେ ବୁକ କରିବା ସମ୍ଭବ ମଧ୍ୟ ହେଉନାହିଁ । କଣ ବିକଳ୍ପ ବ୍ୟବସ୍ଥା କରାଯିବ ସେ ନେଇ ହାଇକୋର୍ଟଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।"

ତେବେ HSRP କରିବାର ଡେଡଲାଇନ ଥିଲା ୩୦ ସେପ୍ଟେମ୍ବର ୨୦୨୨ । ଫଳରେ ଅକ୍ଟୋବର ୧ରୁ କଡାକଡି ଯାଞ୍ଚ ପାଇଁ ନିର୍ଦ୍ଦେଶ ରହିଛି । HSRP କରି ନଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ୫ ରୁ ୧୦ ହଜାର ଟଙ୍କାର ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ରହିଛି । IMVର ଧାରା ୧୯୨ ଆକ୍ଟ ୧୯୮୮ ଅଧୀନରେ, ଯଦି ଉପରୋକ୍ତ ନିର୍ଦ୍ଧାରିତ ତାରିଖ ମଧ୍ୟରେ ଗାଡିଟି HSRP ସହିତ ପଞ୍ଜିକରଣ ନହୁଏ, ତେବେ ଅପରାଧୀ ଗାଡି ବିରୋଧରେ ଇ-ଚାଲାଣ ଜାରି କରାଯିବ ଏବଂ ୫ ହଜାର କିମ୍ବା ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ।

କାରଣ କେନ୍ଦ୍ର ସରକାର ସଂଶୋଧିତ CMVRର ନିୟମ ୫୦ ଏବଂ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତି ଆଦେଶ ଅନୁଯାୟୀ ପରିବହନ ବିଭାଗ ଚଳିତ ବର୍ଷ ଜୁନ ୧ରୁ ସମସ୍ତ ଶ୍ରେଣୀର ପୁରୁଣା ଯାନ ପାଇଁ HSRP ବାଧ୍ୟତାମୂଳକ କରିଛି । ଏହା ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡି ପାଇଁ ମଧ୍ୟ ବାଧ୍ୟତାମୂଳକ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.