ETV Bharat / city

Odisha Assembly: SDPOଙ୍କ ଦବଙ୍ଗଗିରି ପ୍ରସଙ୍ଗରେ ରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

author img

By

Published : Jul 13, 2022, 7:29 PM IST

OdishaAssembly
OdishaAssembly

ବିଧାନସଭାରେ ମାଲକାନଗିରି SDPO ଅଂଶୁମାନ ଦ୍ବିବେଦୀଙ୍କ ଗୁଣ୍ଡାରାଜର ଝଡ । ଆଦିବାସୀଙ୍କ ଉପରେ ଆକ୍ରମଣକୁ ନେଇ ଏକାଠି ହେଲେ ବିଜେପି ଓ କଂଗ୍ରେସ । ପୂର୍ବାହ୍ନରେ ପ୍ରଶ୍ନକାଳ ସହ ଶୂନ୍ୟକାଳରେ ଲାଗି ରହିଲା ହଟ୍ଟଗୋଳ । ଘଟଣାକୁ ନେଇ ମିଳିତ ଭାବେ ସରକାରଙ୍କୁ ଆକ୍ରମଣ କଲେ ବିରୋଧୀ । ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଧାନସଭାରେ ମାଲକାନଗିରି SDPO ଅଂଶୁମାନ ଦ୍ବିବେଦୀଙ୍କ ଗୁଣ୍ଡାରାଜର ଝଡ । ଆଦିବାସୀଙ୍କ ଉପରେ ଆକ୍ରମଣକୁ ନେଇ ଏକାଠି ହେଲେ ବିଜେପି ଓ କଂଗ୍ରେସ । ପୂର୍ବାହ୍ନରେ ପ୍ରଶ୍ନକାଳ ସହ ଶୂନ୍ୟକାଳରେ ଲାଗି ରହିଲା ହଟ୍ଟଗୋଳ । ଘଟଣାକୁ ନେଇ ମିଳିତ ଭାବେ ସରକାରଙ୍କୁ ଆକ୍ରମଣ କଲେ ବିରୋଧୀ । ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି । ବିରୋଧୀଙ୍କ ଆକ୍ରମଣ ଦେଖି ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିବୃତ୍ତି ରଖି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ ବୋଲି କହିଛନ୍ତି ।

SDPO ଙ୍କ ଦବଙ୍ଗଗିରି, ରାଷ୍ଟ୍ରମନ୍ତ୍ରୀଙ୍କ ବିବୃତି, ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଆଜି ପୂର୍ବାହ୍ନ ଶୂନ୍ୟକାଳରେ ଏହି ଉଠାଇ କଂଗ୍ରେର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଗତ 7 ତାରିଖ ଦିନ ରାତି 1 ଟାରୁ 2 ଟା ମଧ୍ୟରେ ଚିତ୍ରକୋଣ୍ଡା ଥାନା ଅଧିନରେ ଆସୁଥିବା REC 13 ନମ୍ବର ଗାଁରେ ଦବଙ୍ଗଗିରି ଦେଖାଇଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ । ଏସଡିପିଓ ଗରିବ ଆଦିବାସୀଙ୍କୁ ମାଡ ମାରିଛନ୍ତି । ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗରେ ମଧ୍ୟ ମାଡ ମାରିଛନ୍ତି । ଏସଡିପିଓ ନିଶା ସେବନ କରି ମହିଳାଙ୍କୁ ମାଡ ମାରିବା ସହ ଦୁର୍ବ୍ୟବହାରର ସୀମା ଲଙ୍ଘିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ ତାରା ।

SDPO ଙ୍କ ଦବଙ୍ଗଗିରି, ରାଷ୍ଟ୍ରମନ୍ତ୍ରୀଙ୍କ ବିବୃତି, ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ସେହିପରି ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଯେଉଁ ରାଜ୍ୟରେ ରାଜ୍ୟ ସରକାର ମହିଳା ଓ ଆଦିବାସୀଙ୍କ ପାଇଁ ବିକାଶର ଡିଣ୍ଡିମ ପିଟିଥିବା ରାଜ୍ୟ ସରକାର, ସେହି ରାଜ୍ୟର ମହିଳା ଓ ଆଦିବାସୀଙ୍କୁ କିଭଳି ସମ୍ମାନ ଦିଆଯାଉଛି ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ଚିତ୍ରକୋଣ୍ଡା ଘଟଣା । ମୋହନ ମାଝୀ ଘଟଣାକୁ ନିନ୍ଦା କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ନଚେତ ବିଜେପି ଘଟଣାକ ନେଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ମୋହନ ।

ସେହିଭଳି ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସରକାର କହିଛନ୍ତି ଘଟଣାକୁ ମୁଁ ଦୃଢ ନିନ୍ଦା କରୁଛି । ଯଦି ଏପରି ଘଟଣା ଘଟିଥାଏ ତାହା ଗ୍ରହଣୀୟ ନୁହେଁ । ଆଦିବାସୀଙ୍କ ପ୍ରତି ଦୁର୍ବ୍ୟବହାର ଗ୍ରହଣୀୟ ନୁହେଁ । ବିଭାଗ ଘଟଣାର ତର୍ଜମା କରିବ । ଯାହାର ଭୁଲ ଥିବା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଦିବାସୀ ମନ୍ତ୍ରୀ କହିଛନ୍ତି ।

ଗୃହ ବାହାରେ ତାରା କହିଛନ୍ତି ଗଞ୍ଜେଇ ଚାଲାଣ ରୋକ ଲଗାଇବା ନାଁରେ ବିଳମ୍ବିତ ରାତିରେ ଗାଁ ପଶି ଆତଙ୍କ ସୃଷ୍ଟି କରିଛନ୍ତି ଅଂଶୁମାନ ଦ୍ବିବେଦୀ ଓ ଓଡ଼ିଶା ପୋଲିସ । ମହିଳା ଅଧିକାରୀଙ୍କୁ ସାଙ୍ଗରେ ନନେଇ ଗାଁରେ ପଶି ଗର୍ଭବତୀ ମହିଳା, 80 ବର୍ଷୀୟ ବୃଦ୍ଧା, 14 ବର୍ଷର ନାବାଳିକାଙ୍କୁ ମାଡ ମାରିଛନ୍ତି । ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗରେ ମାଡ ମାରିଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତୀୟ ଫଟୋ ମଧ୍ୟ ଗୃହରେ ପ୍ରଦର୍ଶନ କରିଥିବା ତାରା କହିଛନ୍ତି । ଖାଲି ସେତିକି ନୁହେଁ ଅଂଶୁମାନ ନିଶା ସେବନ କରି ଆତଙ୍କରାଜ କରିଛନ୍ତି ବୋଲି କହିଛନ୍ତି ତାରା ।

ତାରା ଆହୁରି ସଂଗୀନ ଅଭିଯୋଗ ଆଣି କହିଛନ୍ତି ଘଟଣାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ ବି କୌଣସି ପଦକ୍ଷେପ ନେଇ ନାହାନ୍ତି ଜିଲ୍ଲାପାଳ । ଆଉ ବିଡମ୍ବନା ହେଲା ଡାକ୍ତରଙ୍କୁ ଚାପ ପକାଇ ମିଥ୍ୟା ରିପୋର୍ଟ ଆଣିଛି ପୋଲିସ । ରାଜ୍ୟରେ ମାଆକୁ ସମ୍ମାନ କଥା କହୁଥିବା ସରକାରଙ୍କର ଏ କି ସମ୍ମାନ? ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଯାଇ ଜୁଲାଇ 5 ତାରିଖରେ ଏଭଳି କାଣ୍ଡ ଭିଆଇଛି ପୋଲିସ । ଘଟଣାରେ ଦୁଇ ଜଣ ସାମ୍ବାଦିକ, କଂଗ୍ରେସର ଜିଲ୍ଲା ଓ ସଭାପତିଙ୍କ ସହ 18 ଜଣଙ୍କୁ ଗିରଫ କରାଯାଇଛି । ତୁରନ୍ତ ଏସଡିପିଓଙ୍କୁ ନିଲମ୍ବନ କରିବା ସହ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଜରିଆରେ ତଦନ୍ତ ପାଇଁ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି ଦାବି କରିଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ସନ୍ତୋଷ ସିଂ ସାଲୁଜା ।

ଅନ୍ୟପଟେ ଘଟଣାର ଗୁରୁତର ଦୃଷ୍ଟିରୁ ବାଚସ୍ପତି ବିବୃତ୍ତି ଦେବା ପାଇଁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବା ପରେ, ମନ୍ତ୍ରୀ ଉତ୍ତର ଦେଇ କହିଛନ୍ତି , କ୍ରାଇମବ୍ରାଞ୍ଚ IG ମାଡ ଘଟଣାର ତଦନ୍ତ କରିବେ।

ଇଟିଭି ଭାରତ, ଭୁବନଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.