ETV Bharat / city

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଦୁର୍ନୀତିର ପର୍ଦ୍ଦାଫାଶ

author img

By

Published : Aug 17, 2021, 5:12 PM IST

Congress pressmeet on Biju swasthaya kalayan corruption issue
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବ୍ୟାପକ ଘୋଟାଲାର ପର୍ଦାଫାସ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏକ ବଡ଼ ଦୁର୍ନୀତି କରିଛନ୍ତି ରାଜ୍ୟ ସରକାର । ମଙ୍ଗଳବାର ଭୁବନେଶ୍ୱର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି କଂଗ୍ରେସ। ଅଧିକ ପଢନ୍ତୁ...

ଭୁବନେଶ୍ବର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବ୍ୟାପକ ଅନିୟମିତତା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ରାଜ୍ୟ କଂଗ୍ରେସ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବଡ଼ ଦୁର୍ନୀତି କରିଛନ୍ତି ରାଜ୍ୟ ସରକାର । ମଙ୍ଗଳବାର ଭୁବନେଶ୍ୱର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି କଂଗ୍ରେସ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବ୍ୟାପକ ଘୋଟାଲାର ପର୍ଦାଫାସ

୨୦୧୮ ଅଗଷ୍ଟ ୧୫ ତାରିଖରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଗତ ବିଧାନସଭାରେ ମାର୍ଚ୍ଚ ୧୫ ତାରିଖରେ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟରେ ମାର୍ଚ୍ଚ ୨୦୨୧ ସୁଦ୍ଧା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମଗ୍ର ଓଡ଼ିଶାରେ ୧୫ କୋଟି ୪୫ ଲକ୍ଷ ହିତାଧିକାରୀ ଏହି ଯୋଜନାରେ ଲାଭାର୍ଥୀ ହୋଇଛନ୍ତି । ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କଲା ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟର ସାଢ଼େ ୩ କୋଟି ଜନସାଧାରଣ ଏଥିରେ ଉପକୃତ ହେବେ। ହେଲେ ଏଠି କଂଗ୍ରେସ ରାଜ୍ୟ ସରକାରଙ୍କ ପଚାରୁଛି ଆରମ୍ଭର ମାତ୍ର ଅଢେଇ ବର୍ଷ ମଧ୍ୟରେ ୧୫ କୋଟି ହିତାଧିକାରୀଙ୍କୁ କେମିତି ଦେଲେ । ସରକାର ଏହା ସମ୍ପୂର୍ଣ୍ଣ ମିଥ୍ୟା କହୁଛନ୍ତି,ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଏହା ଭିତରେ ସମସ୍ତ ଜାଲ ହିତାଧିକାରୀ ରହିଛନ୍ତି। ସରକାର ଜାଲ ହିତାଧିକାରୀଙ୍କୁ ନେଇ ଏକ ୧୦୦୦ କୋଟି ଟଙ୍କାର ବଡ ଦୁର୍ନୀତି କରିଛନ୍ତି । ତେଣୁ କଂଗ୍ରେସ ଦାବି କରୁଛି ସରକାର ସିଏଜି ଅଡିଟ କରାନ୍ତୁ । ଏହା ଉପରେ ସରକାରଙ୍କ ଠାରୁ ଏକ ଶ୍ୱେତପତ୍ର ଦାବି କରୁଛୁ ।


ଏବେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲଥ କାର୍ଡ ଦେବା ପାଇଁ କହୁଛନ୍ତି ,ଏହା ପୁରୁଣା ଯୋଜନାରେ ନୂଆ ମଲାଟ ସଦୃଶ । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି ,କାଳେ ଲୋକେ ବିଜୁ ପଟ୍ଟନାୟକଙ୍କୁ ଭୁଲି ଯିବେ,ସେଥିପାଇଁ ରାଜ୍ୟ ସରକାର ଏଭଳି ଯୋଜନା ପୁଣି ଆରମ୍ଭ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.