ETV Bharat / city

ମନ୍ତ୍ରୀଙ୍କ ଭାଣେଜି ବିନ୍ଦାସ ଚିନୁଙ୍କୁ ଜେରା, କହିଲେ ଦେଢବର୍ଷ ହେବ ଧର୍ମେନ୍ଦ୍ରଙ୍କୁ ଜାଣିଥିଲି

author img

By

Published : Oct 12, 2022, 9:36 PM IST

ମନ୍ତ୍ରୀଙ୍କ ଭାଣେଜି ବିନ୍ଦାସ ଚିନୁଙ୍କୁ ଜେରା, କହିଲେ ଦେଢବର୍ଷ ହେବ ଧର୍ମେନ୍ଦ୍ରଙ୍କୁ ଜାଣିଥିଲି
ମନ୍ତ୍ରୀଙ୍କ ଭାଣେଜି ବିନ୍ଦାସ ଚିନୁଙ୍କୁ ଜେରା, କହିଲେ ଦେଢବର୍ଷ ହେବ ଧର୍ମେନ୍ଦ୍ରଙ୍କୁ ଜାଣିଥିଲି

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୋସିଆଲ ମିଡିଆ ବୁଝୁଥିବା ତଥାକଥିତ ଭାଣେଜି ବିନ୍ଦାସ ଚିନୁଙ୍କ ସମେତ ଅନ୍ୟ ୩ ଜଣଙ୍କୁ ଜେରା କଲା ପୋଲିସ । ଧର୍ମେନ୍ଦ୍ରଙ୍କ ଭାଇରାଲ ହୋଇଥିବା ଅଡିଓରେ ସେ ସମୀର ଦାସଙ୍କ ସମେତ ବିନ୍ଦାସ ଚିନୁ ଓ ଅନ୍ୟ ୩ ଜଣଙ୍କ ନାଁ ମଧ୍ୟ ନେଇଥିଲେ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା । ବଢ଼ିଲା ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଅଡୁଆ । ମନ୍ତ୍ରୀଙ୍କ ସୋସିଆଲ ମିଡିଆ ବୁଝୁଥିବା ତଥାକଥିତ ଭାଣେଜି ବିନ୍ଦାସ ଚିନୁଙ୍କୁ ଜେରା କଲା ପୋଲିସ । ମୃତ ଧର୍ମେନ୍ଦ୍ରଙ୍କ ଭାଇରାଲ ହୋଇଥିବା ଅଡିଓରେ ସେ ସମୀର ଦାସଙ୍କ ସମେତ ବିନ୍ଦାସ ଚିନୁ ଓ ଅନ୍ୟ ୩ ଜଣଙ୍କ ନାଁ ମଧ୍ୟ ନେଇଥିଲେ । ତେବେ ବିନ୍ଦାସ ଚିନୁ ଓ ଅନ୍ୟ ୩ ଜଣଙ୍କୁ ଆଜି ଜେରା କରିଛି କମିଶନରେଟ୍ ପୋଲିସ ।

ମନ୍ତ୍ରୀଙ୍କ ଭାଣେଜି ବିନ୍ଦାସ ଚିନୁଙ୍କୁ ଜେରା, କହିଲେ ଦେଢବର୍ଷ ହେବ ଧର୍ମେନ୍ଦ୍ରଙ୍କୁ ଜାଣିଥିଲି

ଗତ ସେପ୍ଟେମ୍ବର ୨୪ ତାରିଖରେ ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିଥିଲେ । ତେବେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଘେରକୁ ଆସିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏହାପରେ ଧର୍ମେନ୍ଦ୍ର ସାହୁ ଓ ତାଙ୍କର ଜଣେ ସାମ୍ବାଦିକ ବନ୍ଧୁ ଅକ୍ଷୟ ନାୟକଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହେବାପରେ ତାଙ୍କ ମୃତ୍ୟୁରେ ସମୀର ଦାସଙ୍କ ସମ୍ପୃକ୍ତିର ସ୍ପଷ୍ଟ ସୂଚନା ମିଳିଥିଲା । ଏହାପରେ ଅକ୍ଷୟ ନାୟକଙ୍କୁ ପଚରାଉଚରା କରି ତାଙ୍କ ଫୋନ ସିଜ କରିଥିଲା ପୋଲିସ । ଭାଇରାଲ ହୋଇଥିବା ଅଡ଼ିଓରେ ସେ ମଲେ ଏଥିପାଇଁ ସମୀର ଦାସ ଦାୟୀ ରହିବେ ବୋଲି କହିଥିଲେ । ଏଥିରେ ମନ୍ତ୍ରୀଙ୍କ ସମେତ ଅନ୍ୟ 4 ଜଣଙ୍କ ନାଁ ମଧ୍ୟ ନେଇଥିଲେ ଧର୍ମେନ୍ଦ୍ର । ଏହି 4 ଜଣଙ୍କ ଭିତରେ ରହିଥିଲା ବିନ୍ଦାସ ଚିନୁ ନାଁ । ତେବେ ଘଟଣାର ଅନେକ ଦିନ ପରେ ଆଜି (ବୁଧବାର) ବିନ୍ଦାସ ଚିନୁ ସମେତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଜେରା କରିଛି କମିଶନରେଟ୍ ପୋଲିସ ।

ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସହ କଣ ସମ୍ପର୍କ, କେବେଠାରୁ ସେ ଧର୍ମେନ୍ଦ୍ରକୁ ଜାଣିଥିଲେ, ଧର୍ମେନ୍ଦ୍ର କାହିଁକି ମାନସିକ ଚାପରେ ଥିଲେ ସେନେଇ କିଛି ଜାଣିଥିଲେ କି ନାହିଁ, ଏଭଳି ଅନେକ ପ୍ରଶ୍ନ ବିନ୍ଦାସ ଚିନୁଙ୍କୁ ପୋଲିସ ପଚାରିଥିବା ସୂଚନା ମିଳିଛି । ପୂର୍ବରୁ ସାମ୍ବାଦିକ ତଥା କଲ ରେକର୍ଡ ଭାଇରାଲ ହୋଇଥିବା ଅକ୍ଷୟ ନାୟକଙ୍କୁ ମଧ୍ୟ ପଚରାଉଚରା ହୋଇଥିଲା । ଏନେଇ ବିନ୍ଦାସ ଚିନୁ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି, "ମନ୍ତ୍ରୀ ମୋ ସମ୍ପର୍କୀୟ ମାମୁଁ । ମୁଁ ତାଙ୍କର ସୋସିଆଲ ମିଡ଼ିଆ ବୁଝୁଥିଲି । ମାମୁଁଙ୍କ ଜରିଆରେ ଧର୍ମେନ୍ଦ୍ରଙ୍କୁ ଜାଣିଥିଲି । ପରେ ଧର୍ମେନ୍ଦ୍ରଙ୍କ ସୋସିଆଲ ମିଡ଼ିଆ ମଧ୍ୟ ବୁଝୁଥିଲି । ପ୍ରାୟ ଦେଢ଼ବର୍ଷ ହେବ ଧର୍ମେନ୍ଦ୍ରଙ୍କୁ ମୁଁ ଜାଣିଥିଲି । ମୃତ୍ୟୁ ପୁର୍ବରୁ ଏପରି କଲରେ କାହିଁକି ସେ ମୋ ନାଁ ନେଲେ ସେ ବିଷୟରେ ଜାଣିନି ।" ତେବେ ପୋଲିସ ଡାକିଥିବାରୁ ଯାହା କହିବା କଥା ପୋଲିସକୁ କହିଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି ବିନ୍ଦାସ ଚିନୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.