ETV Bharat / city

ଦିଲ୍ଲୀରୁ ଭିସି ଯୋଗେ ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

author img

By

Published : Sep 26, 2021, 10:36 AM IST

Updated : Sep 26, 2021, 11:07 AM IST

ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଆଜି ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରୁ ଭିସି ଯୋଗେ କରିବେ ସମୀକ୍ଷା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମାଡି ଆସୁଛି ବାତ୍ୟା 'ଗୁଲାବ' । ଏନେଇ ଆଜି ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରୁ ଭିସିଯୋଗେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଦିନ ୧୧ଟା ୩୦ ମିନିଟରେ ବସିବ ସମୀକ୍ଷା ବୈଠକ ।

ଗ୍ରାଉଣ୍ଡର ସ୍ଥିତି ଓ ପଦକ୍ଷେପ ବାବଦରେ ସମୀକ୍ଷା କରିବା ସହ ପରାମର୍ଶ ଓ ଅବଶ୍ୟକ ନିର୍ଦ୍ଦେଶ ଦେବେ ମୁଖ୍ୟମନ୍ତ୍ରୀ । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏସଆରସି ପ୍ରଦୀପ ଜେନା, ଶକ୍ତି ସଚିବ ନିକୁଞ୍ଜ ଧଳ, ଜଳସମ୍ପଦ ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ରହିବେ । ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated :Sep 26, 2021, 11:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.