ETV Bharat / city

CM Foreign Tour: ଇଟାଲୀରେ ନବୀନ, ସ୍ୱାଗତ କଲେ ଭାରତୀୟ ରାଷ୍ଟ୍ରଦୂତ

author img

By

Published : Jun 20, 2022, 6:09 PM IST

CM Foreign Tour
CM Foreign Tour

ଇଟାଲୀର ରୋମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik Reache Rome) । ରୋମରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କଲେ ଭାରତୀୟ ରାଷ୍ଟ୍ରଦୂତ ନୀନା ମାଲହୋତ୍ରା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଇଟାଲୀର ରୋମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik Reache Rome) । ରୋମରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କଲେ ଭାରତୀୟ ରାଷ୍ଟ୍ରଦୂତ ନୀନା ମାଲହୋତ୍ରା ।

ଇଟାଲୀରେ ପହଞ୍ଚିଲେ ନବୀନ, ସ୍ୱାଗତ କଲେ ଭାରତୀୟ ରାଷ୍ଟ୍ରଦୂତ
ଇଟାଲୀରେ ପହଞ୍ଚିଲେ ନବୀନ, ସ୍ୱାଗତ କଲେ ଭାରତୀୟ ରାଷ୍ଟ୍ରଦୂତ

ଆଜି ଭୋର 4 ଟା 15 ରେ ଦିଲ୍ଲୀ ଅନ୍ତଜାର୍ତୀୟ ବିମାନ ବନ୍ଦରରୁ ଯାତ୍ରା ଆରମ୍ଭ କରିଥିଲେ । ଅପରାହ୍ନ 3 ଟାରେ ସେ ଇଟାଲୀରେ ପହଞ୍ଚିଛନ୍ତି । ତାଙ୍କୁ ସ୍ବାଗତ କରିଛନ୍ତି ଇଟାଲୀରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନିନା ମାଲହୋତ୍ରା । ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ରୋମରେ ରହିବେ ମୁଖ୍ୟମନ୍ତ୍ରୀ । ଏହି ସମୟ ମଧ୍ୟରେ ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଡେଭିଡ ବେସଲୀଙ୍କ ନିମନ୍ତ୍ରଣ ରକ୍ଷା କରି ସ୍ବତନ୍ତ୍ର ଉତ୍ସବରେ ଯୋଗଦେବେ । ସେଠାରେ ଓଡିଶାର ଦୁଇ ପ୍ରମୁଖ ସଫଳତା ବାବଦରେ ନିଜ ଅନୁଭୂତି ବଖାଣିବେ ।

ଇଟାଲୀରେ ପହଞ୍ଚିଲେ ନବୀନ, ସ୍ୱାଗତ କଲେ ଭାରତୀୟ ରାଷ୍ଟ୍ରଦୂତ
ଇଟାଲୀରେ ପହଞ୍ଚିଲେ ନବୀନ, ସ୍ୱାଗତ କଲେ ଭାରତୀୟ ରାଷ୍ଟ୍ରଦୂତ

ଓଡିଶା କିପରି ଧାନ ଉତ୍ପାଦନରେ ବଳକା ରାଜ୍ୟ ହେବା ସହ ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଇପାରୁଛି । ତା ସହିତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ମନ୍ତ୍ର ଦେବେ ନବୀନ । ରୋମ ରହଣୀ ସମୟରେ ଭାଟିକାନ ସିଟିରେ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ ଫ୍ରାନସିସିଙ୍କୁ ନବୀନ ସାକ୍ଷାତ କରିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । କୌଣସି ଭାରତୀୟ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ସାକ୍ଷାତ କରିବାରେ ନବୀନ ହେବେ ପ୍ରଥମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.