ETV Bharat / city

ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଗଡିଲା ଅହିଂସା ରଥ

author img

By

Published : Aug 15, 2022, 12:16 PM IST

ପ୍ରଦର୍ଶନୀ ପଡିଆରେ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ପ୍ରଦର୍ଶନୀ ପଡିଆରେ ଫଟୋ ଚିତ୍ର ପ୍ରଦର୍ଶନୀ

ସ୍ବାଧୀନତାର 75ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ପାଳୁଛି ସାରା ଭାରତ । ଏହି ଅବସରରେ ପ୍ରଦର୍ଶନୀ ପଡିଆରୁ ଏକ ଫଟୋଚିତ୍ର ପ୍ରର୍ଦଶନୀ ସହ ଅହିଂସା ରଥର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଜି 76ତମ ସ୍ବାଧୀନତା ଦିବସ ପାଳନ କରୁଛି ଦେଶ । ସ୍ବାଧୀନତାର 75ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ପାଳୁଛି ସାରା ଭାରତ । ଏହି ଅବସରରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପ୍ରଦର୍ଶନୀ ପଡିଆ ଠାରେ ଆୟୋଜିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି । ଏହା ସହିତ ପ୍ରଦର୍ଶନୀ ପଡିଆରୁ ଏକ ଫଟୋଚିତ୍ର ପ୍ରଦର୍ଶନୀ ସହ ଅହିଂସା ରଥର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରଦର୍ଶନୀ ପଡିଆରେ ଫଟୋ ଚିତ୍ର ପ୍ରଦର୍ଶନୀ

ସ୍ବାଧୀନତାର ସଙ୍ଘର୍ଷ କାହାଣୀ କହିବ ଏହି ଫଟୋ ପ୍ରଦର୍ଶନୀ । ରାଜ୍ୟବାସୀଙ୍କୁ ସ୍ବାଧିନତାର ସଙ୍ଘର୍ଷ କାହାଣୀ ବିଷୟରେ ଜାଣିବାକୁ ଏହା ଏକ ସୁଯୋଗ । ପ୍ରଦର୍ଶନୀ ପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କଠୁ ନେଇ ଅନେକ ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋ ରହିଛି । ସ୍ବାଧିନତା ସଂଗ୍ରାମରେ ବଳିଦାନ ଦେଇଥିବା ସଂଗ୍ରାମୀମାନଙ୍କ ଫଟୋ ସହ ସେମାନଙ୍କର ବଳିଦାନର ତଥ୍ୟ ପ୍ରଦର୍ଶନୀ ହୋଇଛି । ଗାନ୍ଧିଜୀଙ୍କ ଓଡିଶା ଗସ୍ତ ସମୟର କାହାଣୀ ମଧ୍ୟ ଫଟୋରେ ରହିଛି । ଓଡିଶାର ସଂଗ୍ରାମୀ ନେତାମାନଙ୍କର ସଂଗ୍ରାମର ଭୂମିକା ବିଷୟରେ ବଖାଣୁଛି ଫଟୋଚିତ୍ର । ଲବଣ ସତ୍ୟାଗ୍ରହଠୁ ଆରମ୍ଭ କରି ଭାରତଛାଡ ଆନ୍ଦୋଳନ, ପାଇକ ବିଦ୍ରୋହ, ଅସହଯୋଗ ଆନ୍ଦୋଳନ, କ୍ରାନ୍ତି ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ ଭଳି କନ୍ଧ ଜନଜାତିଙ୍କ ଘୁମୁସୁର ବିଦ୍ରୋହ ସମ୍ପର୍କରେ ଅବଗତ କରାଯାଇଛି । ଏପରିକି ରାଜ୍ୟର ବିଭିନ୍ନ ସଂଗ୍ରାମୀ ସ୍ମୃତିପୀଠ ଖଦୀରେ ନିର୍ମିତ ବସ୍ତ୍ର ମଧ୍ୟ ବିକ୍ରୟ ହେଉଛି ।

ଓଡିଶା ଗସ୍ତରେ ଆସିଥିବା ଗାନ୍ଧିଜୀଙ୍କ ଗନ୍ତବ୍ୟ ସ୍ଥଳର ସୂଚନା ବିଷୟରେ ମଧ୍ୟ କୁହାଯାଇଛି । କେବଳ ସେତିକି ନୁହେଁ ଯେଉଁ ଲୋକ ଆସିପାରୁନାହାନ୍ତି ପ୍ରଦର୍ଶନୀ ପଡିଆରେ ପହଁଚି ପାରୁନାହାନ୍ତି ସେମାନଙ୍କ ପାଇଁ ଏକ ଅହିଂସା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିରେ ଅଡିଓ ଭିଜୁଆଲ ଜରିଆରେ ଲୋକଙ୍କ ପାଖରେ ସ୍ବାଧିନତାର ସଙ୍ଘର୍ଷ କାହାଣୀ ପହଞ୍ଚିବ । ଆଜିଠୁ ଆକ୍ଟୋବର 2 ମଧ୍ୟ ଏହି ଅହିଂସା ରଥ ସମସ୍ତ ବୀରପୁତ୍ରଙ୍କ ଜନ୍ମସ୍ଥାନ, ସ୍ମତିପୀଠ, ସ୍କୁଲ ଓ କଲେଜ ପରିଭ୍ରମଣ କରିବ । ରଥରେ ଲାଗିଥିବା ଅଡିଓ ଭିଜୁଆଲ ସାହାଯ୍ୟରେ ସଂଗ୍ରାମୀଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.