ETV Bharat / city

ହିତାଧିକାରୀଙ୍କୁ ଋଣ ପ୍ରଦାନରେ 9 ଶ୍ରେଷ୍ଠ ବ୍ୟାଙ୍କ ସମ୍ମାନିତ

author img

By

Published : May 26, 2022, 7:47 AM IST

ଋଣ ପ୍ରଦାନରେ 9 ଶ୍ରେଷ୍ଠ ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର
ଋଣ ପ୍ରଦାନରେ 9 ଶ୍ରେଷ୍ଠ ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର

ଆହୁରୀ ସଶକ୍ତ ହେବ ମିଶନ ଶକ୍ତି । ସକ୍ରିୟ ହେବ କୃଷି ଓ ଏମଏସଏମଇ ବିଭାଗ । ଏ ନେଇ ମାଷ୍ଟର ପ୍ଲାନ କରିଛନ୍ତି ରାଜ୍ୟ ସରକାର । 5 ବର୍ଷରେ ମିଶନ ଶକ୍ତିକୁ 50 ହଜାର କୋଟି ଋଣ ଦେବା ଲକ୍ଷ୍ୟ ରଖାଯାଇଛି । ଏହା ସହ କୃଷି ଓ କୃଷକ ଏବଂ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପକୁ ଦିଆଯିବ ପ୍ରାଥମିକତା । ଅଧିକ ପଢନ୍ତୁ

ଭୁବନେଶ୍ବର: ଆହୁରୀ ସଶକ୍ତ ହେବ ମିଶନ ଶକ୍ତି । ସକ୍ରିୟ ହେବ କୃଷି ଓ ଏମଏସଏମଇ ବିଭାଗ । ଏ ନେଇ ମାଷ୍ଟର ପ୍ଲାନ କରିଛନ୍ତି ରାଜ୍ୟ ସରକାର । 5 ବର୍ଷରେ ମିଶନ ଶକ୍ତିକୁ 50 ହଜାର କୋଟି ଋଣ ଦେବା ଲକ୍ଷ୍ୟ ରଖାଯାଇଛି । ଏହା ସହ କୃଷି ଓ କୃଷକ ଏବଂ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପକୁ ଦିଆଯିବ ପ୍ରାଥମିକତା । ଏହି କ୍ଷେତ୍ରରେ 1 ହଜାର 34 ଲକ୍ଷ କୋଟି ଟଙ୍କା ବାର୍ଷିକ ଋଣ ପ୍ରଦାନ କରିବାକୁ ଟାର୍ଗେଟ ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷି, ଏମଏସଏମଇ, ମିଶନ ଶକ୍ତିକୁ ଋଣ ଦେବାରେ ଶ୍ରେଷ୍ଠ 9ଟି ବ୍ୟାଙ୍କକୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଋଣ ପ୍ରଦାନରେ 9 ଶ୍ରେଷ୍ଠ ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର

ବ୍ୟାଙ୍କ ଗୁଡିକକୁ ଉତ୍ସାହିତ କରିବା ଲାଗି ପ୍ରଦାନ କରାଯାଉଛି ଏହି ପୁରସ୍କାର । କୃଷି କ୍ଷେତ୍ରରେ ଋଣ ଦେବାରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବଲାଙ୍ଗୀର ପ୍ରଥମ ସ୍ଥାନରେ ରହିଛି । ଏକ୍ସିସ ବ୍ୟାଙ୍କ ରାୟଗଡ଼ାକୁ ଦ୍ବିତୀୟ, ଏକ୍ସିସ ବ୍ୟାଙ୍କ ସମ୍ବଲପୁର ତୃତୀୟ ସ୍ଥାନରେ ରହିଛି । ଏମଏସଏମଇକୁ ଋଣ ଦେବାରେ ୟୁନିୟନ ବ୍ୟାଙ୍କ, ବଲାଙ୍ଗୀରକୁ ପ୍ରଥମ ପୁରସ୍କାର ମିଳିଛି । ବ୍ୟାଙ୍କ ଅଫ୍ ଇଣ୍ଡିଆ, ଜୟଦେବ ବିହାର, ଭୁବନେଶ୍ବରକୁ ଦ୍ବିତୀୟ ପୁରସ୍କାର ମିଳିଛି । ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ତାଳଚେରକୁ ତୃତୀୟ ପୁରସ୍କାର ମିଳିଛି । ମିଶନ ଶକ୍ତିକୁ ଋଣ କ୍ଷେତ୍ରରେ ଏସବିଆଇ, କଣ୍ଟାବାଞ୍ଝି ପ୍ରଥମ ସ୍ଥାନରେ ରହିଥିବା ବେଳେ ଡୁଙ୍ଗୁରିପାଲି, ସୁବର୍ଣ୍ଣପୁର ଏସବିଆଇକୁ ଦ୍ବିତୀୟ ପୁରସ୍କାର ମିଳିଛି । ମାଲକାନଗିରି ଏସବିଆଇକୁ ତୃତୀୟ ପୁରସ୍କାର ମିଳିଛି ।

ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, 2021/22 ଆର୍ଥିକ ବର୍ଷରେ ସମସ୍ତ ବ୍ୟାଙ୍କ ମିଳିତ ଭାବେ 1.03 ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି । କୋଭିଡ଼ ସତ୍ତ୍ବେ ବ୍ୟାଙ୍କଗୁଡ଼ିକର ଋଣ ପ୍ରଦାନ 93 ପ୍ରତିଶତରୁ ଅଧିକ ରହିଛି । ଆଗାମୀ ଦିନରେ ଏହି ପ୍ରକ୍ରିୟା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି । ଏଭଳି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକୁ ଉତ୍ସାହିତ କରିବାରେ ଦେଶର ଏକମାତ୍ର ରାଜ୍ୟ ଓଡ଼ିଶା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଥମ ପୁରସ୍କାର ରାଶି 5 ଲକ୍ଷ ଟଙ୍କା ମିଳିଛି । ସେହିପରି ଦ୍ଵିତୀୟ ଓ ତୃତୀୟ ପାଇଁ 3 ଓ 2 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

କୃଷି କ୍ଷେତ୍ରରେ ସର୍ବାଧିକ ଋଣ ପ୍ରଦାନ ପାଇଁ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ପୁରସ୍କାର ଗ୍ରହଣ କରିଛି । ସେହିପରି ଏମଏସଏମଇରେ ଋଣ ପ୍ରଦାନ ଲାଗି ଏସବିଆଇ, ମିଶନ ଶକ୍ତି ଗ୍ରୁପକୁ ଋଣ ପ୍ରଦାନ ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ପୁରସ୍କାର ମିଳିଛି । ଅଗ୍ରାଧିକାର କ୍ଷେତ୍ରକୁ ସର୍ବାଧିକ ସାମଗ୍ରିକ ଋଣ ପ୍ରଦାନ ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଇଣ୍ଡସ୍ ଇଣ୍ଡ ବ୍ୟାଙ୍କ ପୁରସ୍କାର ଗ୍ରହଣ କରିଛନ୍ତି । ଅଗ୍ରାଧିକାର କ୍ଷେତ୍ରକୁ ସାମଗ୍ରିକ ଋଣ ପ୍ରଦାନ କରୁଥିବା ବ୍ୟାଙ୍କଗୁଡିକ ଉତ୍ସାହିତ କରିବା ନେଇ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ଅର୍ଥମନ୍ତ୍ରୀ, ମୁଖ୍ୟ ଶାସନ ସଚିବ କହିଛନ୍ତି । ଅଗ୍ରାଧିକାର କ୍ଷେତ୍ରରେ ଋଣ ବାର୍ଷିକ 18.86 ପ୍ରତିଶତ ବୃଦ୍ଧି ହେଉଥିବା ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ କହିଛନ୍ତି । କୃଷି ବିଭାଗର ଅତିରିକ୍ତ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ମିଶନ ଶକ୍ତି ବିଭାଗର କମିଶନର ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ନିଜ ନିଜ ବିଭାଗ ଋଣ ପ୍ରକ୍ରିୟା ବାବଦରେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.