ETV Bharat / city

5ଟା ସୁଦ୍ଧା ମତଦାନ: ବାଲେଶ୍ବରରେ 68.19%, ତିର୍ତ୍ତୋଲରେ 67.97%

author img

By

Published : Nov 3, 2020, 2:04 PM IST

Updated : Nov 3, 2020, 5:56 PM IST

ରାଜ୍ୟରେ ଦୁଇଟି ଉପନିର୍ବାଚନ ପାଇଁ ମତଦାନ ଜାରି ରହିଥିବାବେଳେ ସନ୍ଧ୍ୟା 5ଟା ସୁଦ୍ଧା ବାଲେଶ୍ବରରେ 68.19 ପ୍ରତିଶତ ଓ ତିର୍ତ୍ତୋଲରେ 67.97 ପ୍ରତିଶତ ମତଦାନ ହୋଇଛି ।

ଉପନିର୍ବାଚନ
ଉପନିର୍ବାଚନ

ଭୁବନେଶ୍ବର: ରାଜ୍ୟରେ ଦୁଇଟି ଉପନିର୍ବାଚନ ପାଇଁ ଜାରି ରହିଛି ମତଦାନ । ବାଲେଶ୍ବର ସଦର ଓ ତିର୍ତ୍ତୋଲ ପାଇଁ ମତଦାନ ଜାରି ରହିଛି । ସନ୍ଧ୍ୟା 5ଟା ସୁଦ୍ଧା ବାଲେଶ୍ବରରେ 68.19 ପ୍ରତିଶତ ଓ ତିର୍ତ୍ତୋଲରେ 67.97 ପ୍ରତିଶତ ମତଦାନ ହୋଇଛି । ସମୁଦାୟ 68.08 ପ୍ରତିଶତ ଭୋଟ ଗ୍ରହଣ ହୋଇଛି । ତେବେ ଅପରାହ୍ନ 3ଟା ସୁଦ୍ଧା ବାଲେଶ୍ବରରେ 54.85 ପ୍ରତିଶତ ଓ ତିର୍ତ୍ତୋଲରେ 55.23 ପ୍ରତିଶତ ମତଦାନ ହୋଇଛି । ସମୁଦାୟ 55.04 ପ୍ରତିଶତ ଭୋଟ ଗ୍ରହଣ ହୋଇଛି ।

ଉପନିର୍ବାଚନ

ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଭୋଟିଂ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । କୌଣସି କିଛି ଗଡବଡ ହେବାର ସୂଚନା ଆସିନଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି । ତେବେ ଅପରାହ୍ନ 1ଟା ଓ 3ଟା ସୁଦ୍ଧା ବାଲେଶ୍ବର ଯଥାକ୍ରମେ 41.36 ପ୍ରତିଶତ ଓ 54.85 ପ୍ରତିଶତ ଓ ତିର୍ତ୍ତୋଲରେ 39.68 ପ୍ରତିଶତ ଓ 55.23 ପ୍ରତିଶତ ମତଦାନ ହୋଇଥିଲା । ସମୁଦାୟ 55.04 ପ୍ରତିଶତ ଭୋଟ ଗ୍ରହଣ ହୋଇଥିଲା ।

ମକ ପୁଲ ସମୟରେ କିଛି ସ୍ଥାନରେ ତ୍ରୁଟି ଦେଖାଦେଇଥିଲା। ବାଲେଶ୍ବରରେ 2ଟି ଭିଭିପାଟ ବଦଳା ଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି କହିଛନ୍ତି । କୌଣସି ଗଣ୍ଡଗୋଳର ସୂଚନା ନାହିଁ ଓ ଉଭୟ ନିର୍ବାଚନ ମଣ୍ଡଳୀର ଭୋଟରମାନେ ବୁଥ ଆରେଞ୍ଜମେଣ୍ଟକୁ ନେଇ ଖୁସିଥିବା ସେ କହିଛନ୍ତି ।

ସୂଚନାଥାଉକି, ଦୁଇଟି ଆସନରେ ସମୁଦାୟ 15 ଜଣ ପ୍ରାର୍ଥୀ ରହିଥିବାବେଳେ 4 ଲକ୍ଷ 69 ହଜାର 450 ଜଣ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Nov 3, 2020, 5:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.