ETV Bharat / city

ସଂଗରୋଧ ଲାଗି ରାଜଧାନୀବାସୀଙ୍କୁ ସଚେତନ କଲା BMC

author img

By

Published : Jan 25, 2022, 6:48 AM IST

bmc release self isolation guidelines
ସଂଗରୋଧ ଲାଗି ବିଏମସି ପକ୍ଷରୁ ସଚେତନା ବାର୍ତ୍ତା

ଗୃହ ସଙ୍ଗରୋଧ ପାଇଁ ସ୍ବତନ୍ତ୍ର ସଚେତନତା ବାର୍ତ୍ତା । ରିପୋର୍ଟ କୋଭିଡ୍ ପଜିଟିଭ ଜଣାପଡ଼ିଲେ ହଠାତ୍ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ଏଥିପାଇଁ BMC ବାଣ୍ଟୁଛି ସଚେତନତା ବାର୍ତ୍ତା । ଅଧିକ ପଢନ୍ତୁ

ଭୁବନେଶ୍ବର: ଗୃହ ସଙ୍ଗରୋଧ ପାଇଁ ସ୍ବତନ୍ତ୍ର ସଚେତନତା ବାର୍ତ୍ତା । ରିପୋର୍ଟ କୋଭିଡ୍ ପଜିଟିଭ ଜଣାପଡ଼ିଲେ ହଠାତ୍ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ଏଥିପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଟୋଲ୍ ଫ୍ରି ନମ୍ବର ୧୯୨୯ ଏବଂ ୧୦୪କୁ ଫୋନ୍ କରି ନେଇ ପାରିବେ ନିଜର ଯତ୍ନ ଏବଂ ଅବସ୍ଥା ଅନୁସାରେ ଆବଶ୍ୟକୀୟ ପଦକ୍ଷେପ । ଏଥିପାଇଁ ଭୁବନେଶ୍ବର ମହାନଗର ନିଗମ (BMC) ପକ୍ଷରୁ ପ୍ରଚାର ଗାଡ଼ିରେ କୋଭିଡ୍ ଜନିତ ଗୃହ ସଙ୍ଗରୋଧ ଏବଂ ଆବଶ୍ୟକୀୟ ଯତ୍ନ ବାବଦରେ ପରାମର୍ଶ ବାର୍ତାର ପ୍ରସାର କରାଯାଇଛି ।

ତେବେ ପଜିଟିଭ ବ୍ୟକ୍ତିଙ୍କ ଲକ୍ଷଣ ନଥିଲେ ବି ଏମାନେ ସଂଗରୋଧରେ ରହି ନିଜ ଯତ୍ନ ନେଇ ପାରିବେ । ସେହିପରି ସଂକ୍ରମିତ ବ୍ୟକ୍ତିଙ୍କ ରହିବା ସ୍ଥାନଟି ବାୟୁ ଚଳାଚଳ ଯୁକ୍ତ ହୋଇଥିବ । ଏଥିସହ ସଂକ୍ରମିତ ଲୋକ ବ୍ୟବହାର କରୁଥିବା ପାଇଖାନା ପୃଥକ୍ ରହିବା ସହ ଅନ୍ୟକୁ ସୁରକ୍ଷିତ ରଖିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ।

ଆଜି ଏନେଇ ବିଏମସି ପକ୍ଷରୁ ସଚେତନ କରାଇବା ସହ କୋଭିଡ ସଂକ୍ରମିତ ଲୋକ କିପରି ନିଜର ଯତ୍ନ ନେବେ ପ୍ରଚାର କରାଯାଇଛି । ସବୁବେଳେ କୋଭିଡ ନିୟମ ମାନି ଚାଲିଲେ କୌଣସି କ୍ଷତି ହେବ ନାହିଁ ବୋଲି ବିଏମସି କହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.