ETV Bharat / city

ଟିକସ ଆଦାୟ ପାଇଁ ମେଳା କରିବ ବିଏମସି

author img

By

Published : Feb 26, 2021, 5:56 PM IST

ଆଉ ଗୋଟିଏ ମାସ ପରେ ଶେଷ ହେବ 2020-21 ଆର୍ଥିକ ବର୍ଷ । ସୀମିତ ସମୟ ମଧ୍ୟରେ ଟାର୍ଗେଟ ସଂଖ୍ୟକ ଟିକସ ଆଦାୟ ପାଇଁ ମେଳାର ଆୟୋଜନ କରିଛି ବିଏମସି । ଅଧିକ ପଢନ୍ତୁ...

ଟିକସ ଆଦାୟ ପାଇଁ ମେଳା କରିବ ବିଏମସି
ଟିକସ ଆଦାୟ ପାଇଁ ମେଳା କରିବ ବିଏମସି

ଭୁବନେଶ୍ବର: ଆଉ ଗୋଟିଏ ମାସ ପରେ ଶେଷ ହେବ 2020-21 ଆର୍ଥିକ ବର୍ଷ । ସେପଟେ ସୀମିତ ସମୟ ମଧ୍ୟରେ ରାଜସ୍ବ ଆଦାୟ ନେଇ ଚିନ୍ତାରେ ବିଏମସି କର୍ତ୍ତୃପକ୍ଷ । ଏନେଇ ଏକ ରାସ୍ତା ଆପଣେଇଛି ଭୁବନେଶ୍ବର ମହାନଗର ନିଗମ । ଆସନ୍ତା 27 ଓ 28 ତାରିଖ ମଧ୍ୟରେ ବିଏମସି ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ୱାର୍ଡରେ ହୋଲଡିଂ ଟ୍ୟାକ୍ସ, ଟ୍ରେଡ ଲାଇସେନ୍ସ ଏବଂ ଫୁଡ ଲାଇସେନ୍ସ ମେଳା ଆୟୋଜନ କରାଯିବ । ଶୁକ୍ରବାର ବିଏମସି କର୍ତ୍ତୃପକ୍ଷକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଟିକସ ଆଦାୟ ପାଇଁ ମେଳା କରିବ ବିଏମସି
ଟିକସ ଆଦାୟ ପାଇଁ ମେଳା କରିବ ବିଏମସି

ଯେଉଁ ବାସିନ୍ଦା ଅନଲାଇନରେ ଟିକସ ପୈଠ କରିପାରୁନାହାନ୍ତି, ଯେଉଁମାନେ ହୋଲ୍ଡିଂ ଟିକସ ବକେୟା ରଖିଛନ୍ତି, ଟ୍ରେଡ ଲାଇସେନ୍ସ ନଥିବା ବ୍ୟବସାୟ ପ୍ରତିଷ୍ଠାନ ଏବଂ ଫୁଡ ଲାଇସେନ୍ସ ନଥିବା ଛୋଟ ବଡ ଖାଦ୍ୟ ସମାଗ୍ରୀ ବ୍ୟବସାୟୀ ଏହି ମେଳାର ସମ୍ପୂର୍ଣ୍ଣ ଫାଇଦା ଉଠାଇ ପାରିବେ । ବିଏମସିର ଏହି ମେଳାରେ ହୋଲ୍ଡିଂ ଟିକସ, ଟ୍ରେଡ ଲାଇସେନ୍ସ ଏବଂ ଫୁଡ ଲାଇସେନ୍ସ ମିଳିପାରିବ ଏବଂ ଏହାର ନବୀକରଣ ମଧ୍ୟ ହୋଇପାରିବ । ଏହାସହ ଲୋକମାନେ ଟିକସ ପୈଠ ମଧ୍ୟ କରିପାରିବେ ।

ଟିକସ ଆଦାୟ ପାଇଁ ମେଳା କରିବ ବିଏମସି

5 ରୁ 6ଟି ୱାର୍ଡକୁ ନେଇ ମେଳା ଆୟୋଜନ ହେବ । ଉତ୍ତର ଜୋନରେ 3ଟି ମେଳା, ସାଉଥ ବେଷ୍ଟ ଜୋନରେ 3ଟି ଏବଂ ସାଉଥ ଇଷ୍ଟ ଜୋନରେ 5ଟି ମେଳା ଆୟୋଜନ କରାଯିବ । ବିଶେଷକରି ସପ୍ତାହର ଶେଷରେ ଶୁକ୍ରବାର, ଶନିବାର, ରବିବାର ଦିନ ଏହି ମେଳା ଆୟୋଜନ କରାଯିବ । ପ୍ରତି ମେଳାରେ 6ଟି କାଉଣ୍ଟର ରହିବ । ହୋଲ୍ଡିଂ ଟ୍ୟାକ୍ସ ପାଇଁ 2ଟି, ଟ୍ରେଡ ଲାଇସେନ୍ସ ପାଇଁ 2ଟି, ଫୁଡ ଲାଇସେନ୍ସ ପାଇଁ ଗୋଟିଏ ଏବଂ ଏ ସମ୍ପର୍କିତ ସୂଚନା ପାଇଁ ଗୋଟିଏ କାଉଣ୍ଟର ବ୍ୟବସ୍ଥା କରାଯିବ ।

ତେବେ ବିଏମସି ପକ୍ଷରୁ ଚଳିତ ବର୍ଷ 90 କୋଟିର ହୋଲଡିଂ ଟ୍ୟାକ୍ସ ଆଦାୟ ନେଇ ଟାର୍ଗେଟ ଧାର୍ଯ୍ୟ ହୋଇଥିବାବେଳେ ଫେବୃୟାରୀ ଶେଷ ସୁଦ୍ଧା ମାତ୍ର 27 କୋଟି ଟଙ୍କା ଟିକସ ଆଦାୟ ହୋଇପାରିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.