ETV Bharat / city

ରାଜଧାନୀରେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ

author img

By

Published : Sep 5, 2022, 2:10 PM IST

Updated : Sep 5, 2022, 2:56 PM IST

ରାଜଧାନୀରେ ପହଞ୍ଚିଲେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ
ରାଜଧାନୀରେ ପହଞ୍ଚିଲେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ

ରାଜଧାନୀ ଭୁବନେଶ୍ବରରେ ପହଞ୍ଚିଲେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ । ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ (BJP Odisha in-charge Sunil Bansal)। ସେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବାବେଳେ, ଆଜି ଅପରାହ୍ନରେ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ତେବେ ସେ ୨ ଦିନ ଧରି ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ତେବେ ସେ ୨ ଦିନ ଧରି ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଓଡ଼ିଶାର ଦାୟିତ୍ବ ନେବାପରେ ଏହା ରାଜ୍ୟରେ ସୁନୀଲ ବଂଶଲଙ୍କ ପ୍ରଥମ କାର୍ଯ୍ୟକ୍ରମ । ଭୁବନେଶ୍ବର ବିମାନ ବନ୍ଦରରେ ସେ ପହଞ୍ଚିବା ପରେ ତାଙ୍କୁ ଶତାଧିକ ବିଜେପି କର୍ମୀ ତାଙ୍କୁ ସ୍ବାଗତ କରିଛନ୍ତି । ଆଗକୁ ୨୦୨୪ ନିର୍ବାଚନ ଆସୁଥିବାରୁ ଦଳର ରଣନୀତି ଉପରେ ଆଲୋଚନା ହେବ । ସେ ଦଳର ବିଧାୟକ, ସାଂସଦ ଓ ଦଳର ବିଭିନ୍ନ ମୋର୍ଚ୍ଚା ପଦାଧିକାରୀଙ୍କ ସହ ପୃଥକ ପୃଥକ ଭାବରେ ଆଲୋଚନା କରିବେ ।

ରାଜଧାନୀରେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ

ଏହା ବି ପଢନ୍ତୁ- ଆଜି ପବିତ୍ର ଗୁରୁଦିବସ, ଗୁରୁଙ୍କୁ ପୂଜା କଲେ ରାଜଧାନୀର ଛାତ୍ରଛାତ୍ରୀ

ଆଜି ଅପରାହ୍ନରେ ସୁନୀଲ ବଂଶଲ ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତାଙ୍କ ସହ କରିବେ ପ୍ରାଥମିକ ଆଲୋଚନା କରିବେ । ରାଜ୍ୟର ସାଧାରଣ ସମ୍ପାଦକଙ୍କ ସହ ଦଳର ସାଙ୍ଗଠନିକ ସ୍ଥିତି ବିଷୟରେ ଆଲୋଚନା କରିବେ ଏବଂ ଫିଡ଼ ବ୍ୟାକ ନେବେ । ସନ୍ଧ୍ୟାରେ ସୁନୀଲ ବଂଶଲଙ୍କର ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି ଏବଂ ଆସନ୍ତାକାଲି କାଲି ଦଳର ବିଧାୟକ, ସାଂସଦ ଓ ଦଳର ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀଙ୍କ ସହ ସେ ଆଲୋଚନା କରିବେ ।

ତେବେ ଏ ନେଇ ବିଜେପି ନେତା ବାବୁ ସିଂ କହିଛନ୍ତି, "ଏଠାରେ ୨୩ ବର୍ଷ ଧରି ଦୁର୍ନୀତିର ଶାସନ ଚାଲିଛି । ନାରୀ ନିର୍ଯାତନାରେ ଓଡ଼ିଶା ପ୍ରଥମ ହେଉଛି, ମହିଳା ସୁରକ୍ଷିତ ନାହାନ୍ତି । ଶିଶୁ ଅପହରଣ ମାମଲା, ଚୋରି ଡକାୟତିରେ ଓଡ଼ିଶା ପ୍ରଥମ ହେଉଛି । ଏଥିରୁ ମୁକୁଳିବା ଲାଗି ରାଜ୍ୟବାସୀ ତ୍ରାହି ତ୍ରାହି ଡାକୁଛନ୍ତି । ଏଥିଲାଗି ଆଜି ସୁନୀଲ ବଂଶଲ ଆସିଛନ୍ତି । ଆଉ କିଛି ସମୟ ପରେ ସେ ପୁରୀ ଗସ୍ତ କରିବେ । ସେଠାରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଦଳର ସମସ୍ତ ନେତାଙ୍କ ସହ ଆଲୋଚନା ହେବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 5, 2022, 2:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.