ETV Bharat / city

ରଥଯାତ୍ରା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିଜୟ, ଜବାବ ରଖିଲା ବିଜେଡି

author img

By

Published : Jun 17, 2020, 2:07 PM IST

ରଥଯାତ୍ରା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିଜୟ, ଜବାବ ରଖିଲା ବିଜେଡି
ରଥଯାତ୍ରା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିଜୟ, ଜବାବ ରଖିଲା ବିଜେଡି

ରଥଯାତ୍ରା ନିଷ୍ପତ୍ତି ବିଳମ୍ବ ନେଇ ସରକାରଙ୍କୁ ନିଶାନା କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଏହାର ଜବାବ ରଖିଲା ବିଜେଡି । ଅଧିକ ପଢନ୍ତୁ...

ଭୁବନେଶ୍ବର: ରଥଯାତ୍ରା ନିଷ୍ପତ୍ତି ବିଳମ୍ବ ନେଇ ସରକାରଙ୍କୁ ନିଶାନା କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଅଦାଲତରେ ହେଉଥିବା ମାମଲାକୁ ପ୍ରାୟୋଜିତ ମାମଲା କହିବା ସହ ରଥଯାତ୍ରା ନ କରିବାକୁ ସରକାର ଚାହୁଁଛନ୍ତି ବୋଲି ସନ୍ଦେହ ହେଉଥିବା ସେ କହିଛନ୍ତି ।

ରଥଯାତ୍ରା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିଜୟ, ଜବାବ ରଖିଲା ବିଜେଡି

ସେହିପରି ସେବାୟତ ଓ ଜଗନ୍ନାଥ ପ୍ରେମୀଙ୍କ ମନରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ସୁପ୍ରିମକୋର୍ଟରେ ସମୁଦାୟ 3ଟି ମାମଲା କରାଯାଇଛି । 2 ଟି ରଥଯାତ୍ରା ବନ୍ଦ ଓ ଗୋଟିଏ ଯାତ୍ରା କରିବାକୁ । ମୁଁ ଆଜି ପୁରୀ ଯାଉଛି ସେବାୟତ ପ୍ରତିନିଧି ଓ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବି ବୋଲି ସେ ଦର୍ଶାଇଛନ୍ତି ।

ଏହାସହ ଏଠି ଅଧିକାରୀଙ୍କ ପାଇଁ ନେତା ବିବୃତି ଦେଉଛନ୍ତି । ଏହା ଏକ ଅଦ୍ଭୁତ ଧାରା । ଦଳର ନେତା ଆସି ମୃଷ୍ଟିମେୟ ଅଫିସରଙ୍କୁ ସୁରକ୍ଷା ଦେଉଛନ୍ତି । ସେ ଶ୍ରୀମନ୍ଦିର ହେଉ ଅବା ମାସ୍କ ଦୁର୍ନୀତି ହେଉ । ମନ୍ଦିର ପ୍ରଶାସନ ଦୁଇ ଥର ସରକାରଙ୍କୁ ଚିଠି ଲେଖିଲାଣି କିନ୍ତୁ ସରକାର ଉତ୍ତର ଦେଇ ନାହାଁନ୍ତି । କେନ୍ଦ୍ର ସରକାର ମନ୍ଦିରରେ ଦର୍ଶନର କଟକଣା ହଟାଇଛନ୍ତି । ରଥଯାତ୍ରା କଲେ ସରକାରଙ୍କୁ କଟକଣା ହଟାଇବାକୁ ପଡିବ । ପରସ୍ପର ବିରୋଧୀ କଥା କରୁଥିବାରୁ ସନ୍ଦେହ ହେଉଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

ଅନ୍ୟପଟେ ରଥ ଦଉଡି 220 ଫୁଟ । ହିସାବ କଲେ ଟାଣିବାକୁ15 ଶହ ଲୋକ ଆବଶ୍ୟକ । ତେଣୁ ପୋଲିସ ଓ ସେବାୟତ ମିଶିଲେ ରଥ ଟାଣି ହେବ । କିଛିଟା ତ୍ରୁଟି ଓ ସମସ୍ୟା ହୋଇପାରେ, ଯାହା ମାର୍ଜନୀୟ ବୋଲି କହିଛନ୍ତି ବିଜୟ ମହାପାତ୍ର ।

ସେପଟେ ଏହାର ଜବାବ ଦେଇଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ମହାପ୍ରଭୁଙ୍କ ଯାତ୍ରାକୁ ନେଇ ବିବାଦ କରିବା ଉଚିତ ନୁହେଁ । କୋଭିଡ ମାର୍ଗଦର୍ଶିକା ଓ ପରିସ୍ଥିତିକୁ ଲକ୍ଷ୍ୟକରି ସରକାର ପରାମର୍ଶ ନେଉଛନ୍ତି । ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି । ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତିକୁ ସମସ୍ତେ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି ସେ ।

ସୂଚନାଥାଉକି, ସୁପ୍ରିମକୋର୍ଟରେ ହୋଇଥିବା ମାମଲାର ଶୁଣାଣି ଆସନ୍ତାକାଲି କରାଯିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.