ETV Bharat / city

Health Experts On Covid: ଶ୍ଵାସ ରୋଗୀଙ୍କୁ ଫେସସିଲ୍ଡ ପିନ୍ଧିବାକୁ ପରାମର୍ଶ

author img

By

Published : Jan 20, 2022, 10:06 PM IST

health export covid reaction: ଶ୍ଵାସ ରୋଗୀ ମାନେ ଫେସସିଲ ପିନ୍ଧିବାକୁ ପରାମର୍ଶ
health export covid reaction: ଶ୍ଵାସ ରୋଗୀ ମାନେ ଫେସସିଲ ପିନ୍ଧିବାକୁ ପରାମର୍ଶ

ଏବେବି ରାଜ୍ୟରେ ଦ୍ୱିତୀୟ ଲହରର ପ୍ରଭାବ ରହିଛି । ତୃତୀୟ ଲହରିରେ ତଣ୍ଟି କାଟିବା ସହ ଛିଙ୍କ, କାଶ ମଧ୍ୟ ହେଉଛି । ସାମାନ୍ୟ ଲକ୍ଷଣ ଥିଲେ ଘରେ ରହି ଚିକିତ୍ସା ହୁଅନ୍ତୁ । ଓମିକ୍ରନର ଲକ୍ଷଣରେ ମଧ୍ୟ ପରିବର୍ତ୍ତନ ଆସିପାରେ ବୋଲି SCB ମେଡିକାଲ କଲେଜର ଛାତି ବିଶେଷଜ୍ଞ ଡ଼ଃ ଜ୍ୟୋତି ପଟ୍ଟନାୟକଙ୍କ ସୂଚନା । ଅଧିକ ପଢନ୍ତୁ

ଭୁବନେଶ୍ବର: କୋଭିଡ଼ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପ୍ରେସମିଟ । SCB ମେଡିକାଲ କଲେଜର ଛାତି ବିଶେଷଜ୍ଞ ଡ଼ଃ ଜ୍ୟୋତି ପଟ୍ଟନାୟକଙ୍କ ସୂଚନା । ଏବେବି ରାଜ୍ୟରେ ଦ୍ୱିତୀୟ ଲହରର ପ୍ରଭାବ ରହିଛି । ତୃତୀୟ ଲହରିରେ ତଣ୍ଟି କାଟିବା ସହ ଛିଙ୍କ, କାଶ ମଧ୍ୟ ହେଉଛି । ସାମାନ୍ୟ ଲକ୍ଷଣ ଥିଲେ ଘରେ ରହି ଚିକିତ୍ସା ହୁଅନ୍ତୁ । ଓମିକ୍ରନର ଲକ୍ଷଣରେ ମଧ୍ୟ ପରିବର୍ତ୍ତନ ଆସିପାରେ ।

ତୃତୀୟ ଲହରରେ ତଣ୍ଟି କାଟିବା, ଛିଙ୍କ ହେବା ସହ କାଶ ହେଉଥିବାର ଦେଖାଯାଉଛି । ବର୍ତ୍ତମାନ ଏହି ଲହରରେ ଡେଲ୍ଟା ଭାରିଅଣ୍ଟ ରହିଛି । ଶରୀରରେ ଅକ୍ସିଜେନ 93 ତଳକୁ ରହୁଛି ସେମାନଙ୍କୁ ହସ୍ପିଟାଲରେ ଆଡମିଶନ କରାଯାଉଛି । ଯେଉଁମାନଙ୍କର ଅଧିକ ଅକ୍ସିଜେନ ରହିଥିଲା ସେମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି । ଏବେଯାଏଁ ଦେଖାଯାଇଛି ଯେ, ଓମିକ୍ରନ ଭ୍ୟାରିଏଣ୍ଟ ତଣ୍ଟି ପର୍ଯ୍ୟନ୍ତ ରହୁଛି, ଏହା ଛାତି ପର୍ଯ୍ୟନ୍ତ ଯାଇନାହିଁ ।

ଯେଉଁ ମାନଙ୍କର ଛାତି ରୋଗ ରହିଛି ସେମାନଙ୍କର ଅନେକ ସମସ୍ୟା ହୋଇଥାଏ । ଯେଉଁ ରୋଗୀଙ୍କୁ ସଂକ୍ରମଣ ନେଇ ଭୟ ଡର ରହୁଛି ସେମାନଙ୍କର ଆବଶ୍ୟକତା ଅନୁଯାୟୀ ସୁଗାର କିଡ଼ନୀ ଏବଂ ରକ୍ତ ପରୀକ୍ଷା କରାଯାଉଛି । ଅଯଥା ଟେଷ୍ଟ ନକରି ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ ବୋଲି କହିଛନ୍ତି ବିଶେଷଜ୍ଞ । ଏହି ଲହରରେ ଚିକିତ୍ସା ପ୍ରଣାଳୀରେ କିଛି ପରିବର୍ତ୍ତନ ହୋଇନାହିଁ । ସାଧାରଣ ମେଡ଼ିସିନ ନେଉଛନ୍ତି ରୋଗୀ । ପୂର୍ବରୁ ଯାହା ଚିକିତ୍ସା ଥିଲା ସେହି ମେଡିସିନ ଦିଆଯାଉଛି ରୋଗୀଙ୍କୁ ।

କୌଣସି ଟିକାନାହିଁ ଯାହା 100 ପ୍ରତିଶତ କାମଦେବ । ଅନେକ ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ଥାଏ । ତେବେ ସେମାନଙ୍କୁ ଟିକା ନେଲା ପରେ ବି ପଜିଟିଭ ହୋଇପାରେ । ଶ୍ଵାସ ରୋଗୀ ମାନଙ୍କର ରହିଛି ଅନେକ ସମସ୍ୟା । କୋଭିଡ ଲକ୍ଷଣ ଦେଖିଲେ ହୋମ ଆଇସଲେସନରେ ରହିବା ଆବଶ୍ୟକ । ଶ୍ଵାସ ରୋଗୀ ଅଧିକ ସମୟ ଧରି ମାସ୍କ ପିନ୍ଧିଲେ ଅନେକ ସମସ୍ୟାରେ ପଡ଼ିଥାନ୍ତି । ତେଣୁ, ସେମାନେ ସାଧାରଣ ଭାବରେ ଫେସସିଲ୍ଡ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଯେଉଁମାନେ ଭେଣ୍ଟିଲେଟର ଓ ଆଇସିୟୁରେ ରହିଛନ୍ତି ସେମାନଙ୍କ ମଧ୍ୟରୁ ଶତକଡା 75 ଭାଗ ଲୋକଙ୍କର ଲକ୍ଷଣ ରହୁଛି । ଫୁସଫୁସ ସଂକ୍ରମଣ ହେଉଛି । ହୋମ ଅକ୍ସିଜେନରେ ରହିଛନ୍ତି, ପ୍ରାଣୟମରେ ରହୁଛନ୍ତି । ସେମାନଙ୍କ ପାଇଁ ଇକମୋ ହୋଉଛି ଶେଷ ଚିକିତ୍ସା । ଏହି ଚିକିତ୍ସା ବହୁତ କମ ସଫଳତା ଅର୍ଜନ କରିଥିବା ନଜରକୁ ଆସିଛି ବୋଲି କହିଛନ୍ତି ବିଶେଷଜ୍ଞ ଜ୍ୟୋତି ପଟ୍ଟନାୟକ ।



ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.