ETV Bharat / city

ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

author img

By

Published : Jan 23, 2020, 5:07 AM IST

berhampur latest news, berhampur murder case, wife kills husband in berhampur, ବ୍ରହ୍ମପୁର ଲାଟେଷ୍ଟ ନ୍ୟୁଜ୍‌, ବ୍ରହ୍ମପୁରରେ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ, ବ୍ରହ୍ମପୁର ହତ୍ୟାକାଣ୍ଡ
ପ୍ରତୀକାତ୍ମକ ଫଟୋ

ଧରା ପଡିଛି ସଇତାନ ସ୍ତ୍ରୀର କଳା କାରନାମା । ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଛି ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହର ଉପକଣ୍ଠ ସଦରଥାନା ଅନ୍ତର୍ଗତ ସୁକୁଣ୍ଡା ଗ୍ରାମରେ ।

ବ୍ରହ୍ମପୁର: ଧରା ପଡିଛି ସଇତାନ ସ୍ତ୍ରୀର କଳା କାରନାମା । ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଛି ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହର ଉପକଣ୍ଠ ସଦରଥାନା ଅନ୍ତର୍ଗତ ସୁକୁଣ୍ଡା ଗ୍ରାମରେ । ସମ୍ପୃକ୍ତ ଗ୍ରାମର ପ୍ରଫୁଲ ସାହୁ ଜଣେ ରାଜମିସ୍ତ୍ରୀ ଭାବେ ବାହାରେ ରହି କାମ କରନ୍ତି । ତେଣୁ ମାସକୁ ଥରେ କିମ୍ଵା ଦୁଇ ମାସରେ ଥରେ ପ୍ରଫୁଲ ନିଜ ଘରକୁ ଆସିଥାନ୍ତି । ଏପରି ସ୍ଥିତିରେ ପ୍ରଫୁଲଙ୍କ ସ୍ତ୍ରୀ ମିତାଙ୍କର ଅନ୍ୟତ୍ର ଗଢି ଉଠିଥିଲା ପ୍ରେମ ସମ୍ପର୍କ ।

ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

ପତ୍ନୀ ମିତା ଓ ଦୁଇ ସନ୍ତାନ ଘରେ ଏକା ରହୁଥିବା ବେଳେ କଳାହାଣ୍ଡି ଅଞ୍ଚଳର ଜଣେ ଯୁବକ ସରୋଜ ମହାରଣା ନିଜକୁ ଧର୍ମଭାଇର ପରିଚୟ ଦେଇ ଗ୍ରାମରେ ଆସି ରହୁଥିଲେ । ଇତି ମଧ୍ୟରେ ପ୍ରଫୁଲ ଘରକୁ ଆସିଥିବା ବେଳେ ସେ ବୁଧବାର ରାତିରେ ଘରକୁ ଆସିଥିବା ମା’ଙ୍କୁ ନିଜ ଭଉଣୀ ଘରେ ଛାଡି ଫେରିଥିଲେ । ପରେ କୌଣସି କାରଣରୁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହେବାରୁ ପ୍ରଫୁଲଙ୍କ ତଣ୍ଟି ଚିପି ଆକ୍ରମଣ କରାଯିବା ପରେ ଅତି ତରବରିଆ ଭାବେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ପୋଲିସକୁ ଘଟଣା ନେଇ ଅବଗତ କରିଥିଲେ । ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଥିବା ବେଳେ ପୋଲିସ ଘଟଣାର ଖୋଳତାଡ ଜାରି ରଖିଛି । ତେବେ ଆଠ ବର୍ଷ ତଳେ ମିତା ଓ ପ୍ରଫୁଲଙ୍କ ପ୍ରେମ ବିବାହ ହୋଇଥିଲା । ହେଲେ ଗତ ଛଅ ମାସ ଧରି ମିତା ସହ ସରୋଜଙ୍କ ନୂଆ ସମ୍ପପର୍କ ଗଢି ଉଠିଥିବା କୁହାଯାଉଥିବା ବେଳେ ପୋଲିସର ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:
ପ୍ରେମିକ ସହ ମିଶି ନିଜ ସ୍ବାମୀଙ୍କୁ ହତ୍ୟା କରିଛି ପତ୍ନୀ ।ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହର
ଉପକଣ୍ଠ ସଦରଥାନା ଅନ୍ତର୍ଗତ ସୁକୁଣ୍ଡା ଗ୍ରାମରେ । ଘଟଣା ରହିଥିଲା ଏଭଳି ।ଗ୍ରାମର ପ୍ରଫୁଲ ସାହୁ ଜଣେ ରାଜମିସ୍ତ୍ରୀ ଭାବରେ ବାହାରେ ରହି କାର୍ଯ୍ୟ କରନ୍ତି । ପ୍ରତି ମାସକୁ ଥରେ କିମ୍ଵା ଦୁଇ ମାସରେ ପ୍ରଫୁଲ ନିଜ ଗ୍ରାମକୁ ଆସିଥାନ୍ତି ।ଗ୍ରାମରେ ପ୍ରଫୁଲ ଙ୍କ ପତ୍ନୀ ଏବଂ ଦୁଇ ସନ୍ତାନ ରହିଥାନ୍ତି ।ହେଲେ ଏହାରି ମଧ୍ୟରେ ପ୍ରଫୁଲ ଙ୍କ ପତ୍ନୀ ମିତା ସହିତ କଳାହାଣ୍ଡି ଅଞ୍ଚଳର ଜଣେ ଯୁବକ ସରୋଜ ମହାରଣା ନିଜକୁ ଧର୍ମଭାଇର ପରିଚୟ ଦେଈ ଗ୍ରାମରେ ଆସି ରହୁଥିଲେ ।ଇତି ମଧ୍ୟରେ ପ୍ରଫୁଲ ଗ୍ରାମକୁ ଆସିଥିବା ବେଳେ ସେ ଗତକାଲି ରାତ୍ର ସମୟରେ ଘରକୁ ଆସିଥିବା ମାଆଙ୍କୁ ନିଜ ଭଉଣୀ ଘରେ ଛାଡି ଘରକୁ ଫେରିଥିଲେ ।ଆଉ ଏହାରି ପରେ କୈଣସି କାରଣରୁ ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ତିକ୍ତତା ହେବା ସହ ପ୍ରଫୁଲ ଙ୍କ ତଣ୍ଟି ଚିପି ଆକ୍ରମଣ କରାଯିବା ପରେ ଅତ୍ୟନ୍ତ ତରବରିଆ ଭାବରେ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତୀ କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିବା ସହ ପୋଲିସ କୁ ଘଟଣା ନେଇ ଅବଗତ କରିଥିଲେ ।ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଥିବା ବେଳେ ପୋଲିସ ଘଟଣାର ଖୋଳତାଳ ଜାରୀ ରଖିଛି ।ଗତ ଆଠ ବର୍ଷ ତଳେ ପ୍ରଫୁଲ ଙ୍କ ସହିତ ମିତାର ପ୍ରେମ ବିବାହ ହୋଇଥିବା ବେଳେ ଗତ ଛଅ ମାସ ଧରି ମିତା ସହ ସରୋଜ ଙ୍କ ର ନୂତନ ସଂପର୍କ ଗଢି ଉଠିଥିବା କୁହାଯାଉଥିବା ବେଳେ ପୋଲିସର ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ ।

Body:ବାଇଟ୍-ରବି ନାରାୟଣ ଜେନା(ଗ୍ରାମବାସୀ)
ବାଇଟ୍-ମୃତକଙ୍କ ମାଆ
ବାଇଟ୍-କାଳିଆ ବେହେରା(ଗ୍ରାମବାସୀ)

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.