ETV Bharat / city

କୋରୋନାରେ ଚାଲିଗଲା ବାପାଙ୍କ ଜୀବନ, ବାହୁନି କାନ୍ଦୁଛି ଝିଅ

author img

By

Published : May 11, 2020, 8:24 PM IST

କୋରୋନା ଲିଭେଇ ଦେଲା ମୁହଁରୁ ହସ । ଆଖିରେ ଭରିଦେଲା ଅଜସ୍ର ଲୁହ । ପରିବାରର ମୁରବୀଙ୍କୁ ନେଇଗଲା ମହାମାରୀ । ଚାରୋଟି ଛୋଟଛୋଟ ଝିଅଙ୍କ ସମେତ ଅନ୍ଧାରକୁ ଠେଲିହୋଇଗଲା ଗଞ୍ଜାମରେ କୋରୋନାରେ ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାର ଭବିଷ୍ୟତ । ଦେଖନ୍ତୁ ରିପୋର୍ଟ...

situation of corona deaths family in ganjam
କୋରୋନାରେ ଚାଲିଗଲା ବାପାଙ୍କ ଜୀବନ, ବାହୁନି କାନ୍ଦୁଛି ଝିଅ

ବ୍ରହ୍ମପୁର: ବାପାଙ୍କ କଥାକୁ ମନ ପକାଇ ବାହୁନି କାନ୍ଦୁଛି ଝିଅ । କାନ୍ଦି କାନ୍ଦି କହୁଛି କେହି ମତେ ଟିକେ ଦେଖାଇଦେଲେନି । ଆଉ ଝିଅର କାନ୍ଦ ଦେଖି ନିରବି ଯାଇଛି ଗାଁ । ସ୍ତବ୍ଧ ହୋଇଯାଇଛନ୍ତି ସମସ୍ତେ । ଆମେ କହୁଛୁ ଗଞ୍ଜାମ ଜିଲ୍ଲାର କୋରୋନା ରୋଗରେ ମୃତ୍ୟୁ ହୋଇଥିବା ମଧୁପଲ୍ଲୀ ଗାଁର ଆକ୍ରାନ୍ତ ପରିବାରର କଥା।

କୋରୋନାରେ ଚାଲିଗଲା ବାପାଙ୍କ ଜୀବନ, ବାହୁନି କାନ୍ଦୁଛି ଝିଅ

ଗଞ୍ଜାମ ଜିଲ୍ଲାର କୋରୋନା ରୋଗରେ ମୃତ୍ୟୁ ଘଟିଥିବା ମଧୁପଲ୍ଲୀ ଗାଁର ଆକ୍ରାନ୍ତ ଜଣଙ୍କ ସୁରଟରେ ରହୁଥିଲେ । ଗଞ୍ଜାମ ଜିଲ୍ଲାର କୋରୋନା ରୋଗରେ ମୃତ୍ୟୁ ଘଟିଥିବା ମଧୁପଲ୍ଲୀ ଗାଁର ଆକ୍ରାନ୍ତ ଜଣଙ୍କ ସୁରଟରେ ରହୁଥିଲେ । ଲକ୍‌ଡାଉନ ପାଇଁ କାମ ନମିଳିବାରୁ ଅନ୍ୟମାନଙ୍କ ସହିତ ଗାଁକୁ ଫେରି ସରକାରଙ୍କ କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ରହିଥିଲେ ।

ତେବେ ସେଠାରେ ତାଙ୍କୁ ଜ୍ବର ହେବାରୁ ସ୍ଥାନୀୟ ଚିକିତ୍ସକଙ୍କୁ କହି ଔଷଧ ସେବନ କରିଥିଲେ । ହେଲେ ଗତ 8 ତାରିଖରେ ତାଙ୍କର ଜୀବନ ଚାଲିଯାଇଥିଲା । ତାଙ୍କ ମୃତଦେହକୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ବ୍ୟବଚ୍ଛେଦ ପରେ ପ୍ରଶାସନ ପକ୍ଷରୁ ଶେଷକୃତ୍ୟ କରାଯାଇଛି ।

ଏପଟେ ବାପାଙ୍କୁ ହରାଇ କାନ୍ଦୁଛନ୍ତି ଚାରି ଝିଅ । ସ୍ବାମୀର ବାଟକୁ ଚାହିଁ ଚାହିଁ ଦିନ କାଟୁଥିବା ସ୍ତ୍ରୀ ଏବେ ଚାରି ଚାରୋଟି ଛୋଟ ଝିଅଙ୍କୁ ନେଇ କିପରି ବଞ୍ଚିବ ସେହି ଚିନ୍ତାରେ । ଦିନେ ହସଖୁସିରେ ଚାଲୁଥିବା ମୃତକଙ୍କ ପରିବାର ଆଜି ଶୋକଛାୟାରେ ବୁଡି ରହିଛି । ଗୋଟିଏ ପଟେ ପରିବାରର ମୁଖିଆଙ୍କୁ ହରାଇବାର ଦୁଃଖ ଅନ୍ୟପଟେ ବଞ୍ଚିବାର ବିଶ୍ବାସକୁ ନେଇ ଏହି ପରିବାର ଏବେ ସରକାର ସହାୟତାର ଅପେକ୍ଷାରେ ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.