ETV Bharat / city

ବେଆଇନ ଗୋଚାଲାଣ: ୫ଟି ପିକଅପ୍ ଭ୍ୟାନରୁ ୩୯ଗୋରୁ ଉଦ୍ଧାର, ୯ ଅଟକ

author img

By

Published : Oct 18, 2022, 8:31 AM IST

ବେଆଇନ ଗୋଚାଲାଣ: ୩୯ଗୋରୁ ଉଦ୍ଧାର
ବେଆଇନ ଗୋଚାଲାଣ: ୩୯ଗୋରୁ ଉଦ୍ଧାର

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ମଧ୍ୟ ଦେଇ ବାହାର ରାଜ୍ୟକୁ ଗୋଚାଲାଣ କରାଯାଉଥିବା ସମୟରେ ୩୯ଟି ଗୋରୁକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

ବ୍ରହ୍ମପୁର: ଥମୁନି ବେଆଇନ ଗୋ ଚାଲାଣ । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ମଧ୍ୟ ଦେଇ ବାହାର ରାଜ୍ୟକୁ ଗୋ-ଚାଲାଣ ସମୟରେ ୩୯ ଗୋଟି ଗୋରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଅଞ୍ଚଳ ବାସିନ୍ଦା । ସୂଚନା ଅନୁଯାୟୀ, ବ୍ରହ୍ମପୁର ସହରର ବଡବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ନିକଟ ରାସ୍ତା ଦେଇ ୫ଟି ଭ୍ୟାନରେ ଗୋରୁ ଚାଲାଣ କରାଯାଉଥିଲା । ଯାହାକୁ ନେଇ ଉକ୍ତ ପିକଅପ୍ ଭ୍ୟାନକୁ ସ୍ଥାନୀୟ ବାସିନ୍ଦା କାବୁ କରି ପୋଲିସ ଜିମାରେ ଦେଇଥିଲେ । ଏଥିସହିତ ୯ ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି ।

ବେଆଇନ ଗୋଚାଲାଣ: ୩୯ଗୋରୁ ଉଦ୍ଧାର

ସେପଟେ ଏହି ଘଟଣାକୁ ନେଇ ବ୍ରହ୍ମପୁର ବଡବଜାର ଥାନା ପୋଲିସ ପକ୍ଷରୁ ଏ ନେଇ ଏକ ମାମଲା ରୁଜ କରାଯାଇଛି । ଏଥିସହିତ ଉଦ୍ଧାର ହୋଇଥିବା ୩୯ଟି ଗୋରୁକୁ ବ୍ରହ୍ମପୁର ମହାନଗର ନିଗମର ଗୋ-ଶାଳା ଛଡାଯିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଥିବା କୁହାଯାଇଛି । ତେବେ ଅନ୍ୟପଟେ ଏହି ଘଟଣାରେ ଅଟକ ରହିଥିବା ୯ ଜଣ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କମ୍ ସ୍ଥାନରେ ଅଧିକ ପରିମାଣର ଗୋରୁ ନେଉଥିବା ଯୋଗୁଁ କ୍ର୍ୟୁରାଲଟି ଆନିମଲ ଆକ୍ଟରେ(cruelty animal act) ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣ ବିବେକ ଏମ୍ । ସେହିପରି ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ତେବେ ଏନେଇ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମ୍ କହିଛନ୍ତି, "ବ୍ରହ୍ମପୁର ସହରର ବଡବଜାର ଥାନା ନିକଟରେ ୫ଟି ଭ୍ୟାନରୁ ୩୯ଟି ଗୋରୁ ଉଦ୍ଧାର ହୋଇଛନ୍ତି । ଏନେଇ ଅଟକ ରହିଥିବା ୯ଜଣ ଲୋକଙ୍କ ବିରୋଦ୍ଧରେ କ୍ର୍ୟୁରାଲଟି ଆନିମଲ ଆକ୍ଟରେ ମାମଲା ରୁଜୁ କରାଯିବ । ଏଥିସହ ଉଦ୍ଧାର ହୋଇଥିବା ଗୋରୁଙ୍କୁ ଗୋଶାଳାରେ ଛଡାଯିବ ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.