ETV Bharat / city

ବୁଢୀ ଠାକୁରାଣୀଙ୍କ ଯାତ୍ରାର ତୃତୀୟ ଦିନ: ଘଟ ପରିକ୍ରମା ଆରମ୍ଭ

author img

By

Published : Apr 1, 2019, 12:55 PM IST

ପ୍ରସିଦ୍ଧ ବୁଢୀ ଠାକୁରାଣୀଙ୍କ ଯାତ୍ରାକୁ ନେଇ ଚଳଚଞ୍ଚଳ ବ୍ରହ୍ମପୁର। ଆଜି ଯାତ୍ରାର ତୃତୀୟ ଦିନ ଅବସରରେ ଆରମ୍ଭ ହୋଇଛି ମାଆଙ୍କ ଘଟ ପରିକ୍ରମା।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ପ୍ରତି ଦୁଇ ବର୍ଷକୁ ଥରେ ଆସେ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା। ବ୍ରହ୍ମପୁର ଆରଧ୍ୟା ଦେବୀ ମାଆ ବୁଢୀ ଠାକୁରାଣୀ ଶାଶୁ ଘର ଛାଡି ନିଜ ବାପା ଘରକୁ ଆସନ୍ତି । ଆଉ ସାହି ସାହି ବୁଲି ଭକ୍ତଙ୍କୁ ଦିଅନ୍ତି ଦର୍ଶନ । ମାଆ ବୁଢ଼ୀ ଠାକୁରାଣୀ ଯାତ୍ରାର ତୃତୀୟ ଦିବସରେ ଆରମ୍ଭ ହୋଇଥାଏ ମାଆଙ୍କ ଘଟ ପରିକ୍ରମା । ଆଉ ଏହି ଯାତ୍ରା ପ୍ରାୟ 29 ଦିନ ଧରି ଚାଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ତେବେ ଏହି ଘଟ ପରିକ୍ରମା ପାଇଁ ସହର ଉପକଣ୍ଠ କୁମ୍ଭାରପଲ୍ଲୀ ଗ୍ରାମରେ ରହୁଥିବା ଏକ ନିର୍ଦ୍ଦିଷ୍ଟ ପରିବାରର ସଦସ୍ୟ ମାନେ ମାଆଙ୍କ ଘଟ ଚିତ୍ରଣ କରନ୍ତି । ଏହାପରେ ମାଆଙ୍କ ଆଜ୍ଞମାଳ ଫୁଲ ଚାଙ୍ଗୁଡିରୁ ଘଟରେ ରଖାଯାଇ ପାରମ୍ପରିକ ରୀତିନୀତି ଅନୁଯାୟୀ ପୁଜାର୍ଚ୍ଚନା କରନ୍ତି । ଆଉ ତାପରେ ଆରମ୍ଭ ହୋଇଥାଏ ଘଟ ପରିକ୍ରମା । ମାଆଙ୍କ ସହ ଆଠଟି ପାର୍ଶ୍ଵ ଘଟ ଅସ୍ଥାୟୀ ମନ୍ଦିରରୁ ବାହାରି ପ୍ରଥମେ ରାଜବାଟୀରେ ପହଞ୍ଚେ । ସେଠାରେ ପୁଜା ହେବା ପରେ ମାଆଙ୍କ ଘଟ ଦେଶୀବେହେରା ସାହି ପରିକ୍ରମା କରି ପୁଣି ଅସ୍ଥାୟୀ ମନ୍ଦିରକୁ ଫେରିଥାଏ ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହେଉଥିବା ବ୍ରହ୍ମପୁର ର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ର ତୃତୀୟ ଦିବସରେ ଆରମ୍ଭ ହୋଇଥାଏ ମାଆଙ୍କ ଘଟ ପରିକ୍ରମା ।ସହର ଉପକଣ୍ଠ କୁମ୍ଭାରପଲ୍ଲୀ ଗ୍ରାମରେ ରହୁଥିବା ଏକ ନିର୍ଦ୍ଦିଷ୍ଟ ପରିବାରର ସଦସ୍ୟ ମାନେ ମାଆଙ୍କ ଘଟ ଚିତ୍ରଣ କରିବା ପରେ ମାଆଙ୍କ ଆଞାମାଳ ଫୁଲ ଚାଙ୍ଗୁଡିରୁ ଘଟରେ ରଖାଯାଇ ପାରମ୍ପରିକ ରୀତିନୀତି ଅନୁଯାୟୀ ପୁଜାର୍ଚ୍ଚନା ପରେ ଆରମ୍ଭ ହୋଇଥାଏ ଘଟ ପରିକ୍ରମା ।ମାଆ ଙ୍କ ସହ ଆଠଟି ପାର୍ଶ୍ଵ ଘଟ ଅସ୍ଥାୟୀ ମନ୍ଦିରରୁ ବାହାରି ପ୍ରଥମେ ରାଜବାଟୀ ରେ ପହଞ୍ଚି ପୁଜା ହେବା ପରେ ମାଆଙ୍କ ଘଟ ଦେଶୀବେହେରା ସାହି ପରିକ୍ରମା କରି ପୁଣି ଅସ୍ଥାୟୀ ମନ୍ଦିର କୁ ଫେରିଥାଏ ।
ବାଇଟ୍ - ନୀଳମଣି ପୃଷ୍ଟି(ଜାମୁଲା ପୁଜକ)


Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.