ETV Bharat / city

କୋରୋନା ଯୋଦ୍ଧା ମାନ୍ୟତା ପାଇଁ ଆୟୁଷ ଡାକ୍ତର ସଙ୍ଘର ଦାବି

author img

By

Published : Jul 8, 2020, 5:22 PM IST

AYUSH doctors association, talks with the Ganjam district collector, recognition as corona warrior, କୋରୋନା ଯୋଦ୍ଧା ମାନ୍ୟତା, ଆୟୁଷ ଡାକ୍ତର ସଂଙ୍ଘର ଦାବି,  ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଖବର, ବ୍ରହ୍ମପୁର, berhampur
କୋରୋନା ଯୋଦ୍ଧା ମାନ୍ୟତା ପାଇଁ ଆୟୁଷ ଡାକ୍ତର ସଂଙ୍ଘର ଦାବି

କୋରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ ଦାବିରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଆୟୁଷ ଡାକ୍ତର ସଙ୍ଘ । ଅଧିକ ପଢ଼ନ୍ତୁ...

ବ୍ରହ୍ମପୁର: କୋରୋନା ଭଳି ମହାମାରୀ ସମୟରେ ଏହାର ମୁକାବିଲା କରିବା ପାଇଁ ଦୀର୍ଘ ଦିନ ଧରି ସାଧାରଣ ଜନତାଙ୍କୁ ସମସ୍ତ ପ୍ରକାର ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି ରାଜ୍ୟର ଆୟୁଷ ଡାକ୍ତର ମାନେ । ଏପରିକି ଜିଲ୍ଲାରେ ସରକାରଙ୍କ ସଙ୍ଗରୋଧ କେନ୍ଦ୍ର ଠାରୁ ଆରମ୍ଭ କରି ଘର ଘର ବୁଲି କୋରୋନା ଲକ୍ଷଣ ଦେଖି ରୋଗୀ ଚିହ୍ନଟ କରିବା ଏବଂ କୋଭିଡ ନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟ କରି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତେବେ ଏମାନଙ୍କୁ କୋରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରିବା ଦାବିରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାର ଆୟୁଷ ଡାକ୍ତର ସଙ୍ଘ ।

କୋରୋନା ଯୋଦ୍ଧା ମାନ୍ୟତା ପାଇଁ ଆୟୁଷ ଡାକ୍ତର ସଂଙ୍ଘର ଦାବି

ଏଭଳି ସମୟରେ କୋରୋନା ଯୁଦ୍ଧରେ ନିଜକୁ ଉତ୍ସର୍ଗୀକୃତ କରିଥିବା ଏହି ଆୟୁଷ ଡାକ୍ତର ମାନଙ୍କ ପ୍ରତି ସରକାର ତୁରନ୍ତ ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ । ଏହାସହ ଏଭଳି ସମୟରେ ସରକାର ସେମାନଙ୍କ ପ୍ରତି ଗୁରୁତ୍ବ ନଦେଲେ ସେମାନେ ଏବଂ ତାଙ୍କ ପରିବାର କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନ ଉଠାଯାଇଛି ।

AYUSH doctors association, talks with the Ganjam district collector, recognition as corona warrior, କୋରୋନା ଯୋଦ୍ଧା ମାନ୍ୟତା, ଆୟୁଷ ଡାକ୍ତର ସଂଙ୍ଘର ଦାବି,  ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଖବର, ବ୍ରହ୍ମପୁର, berhampur
କୋରୋନା ଯୋଦ୍ଧା ମାନ୍ୟତା ପାଇଁ ଆୟୁଷ ଡାକ୍ତର ସଙ୍ଘର ଦାବି

ଏଣୁ ସରକାରଙ୍କ ପକ୍ଷରୁ ଏହି ଡାକ୍ତର ମାନଙ୍କୁ ତୁରନ୍ତ କୋରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରିବା, ଦୈନିକ ୧୫୦୦ ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରିବା, କୋଭିଡ-୧୯ର ଜୀବନ ବୀମା ଭୁକ୍ତ କରିବା, ଦାୟିତ୍ବରେ ଥିବା ଡାକ୍ତରଙ୍କ ସ୍ବାବ ନମୁନା ପରୀକ୍ଷଣ ଓ ସଙ୍ଗରୋଧ ରହିବାର ବ୍ୟବସ୍ଥା ସହ ସ୍ବାସ୍ଥ୍ୟାବସ୍ଥା ଠିକ ନଥିବା ଡାକ୍ତରଙ୍କୁ କୋଭିଡ-୧୯ ଦାୟିତ୍ବରୁ ଦୂରେଇ ରଖିବା ପାଇଁ ବ୍ୟବସ୍ଥା କରିବା ଲାଗି ଦାବି କରିଯାଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଏକ ଦାବି ପତ୍ର ପ୍ରଦାନ କରିବା ସହ ଏହି ଦାବି ପୂରଣ ହୋଇପାରିଲେ ସେମାନେ ଆହୁରି ଅଧିକ ଆଗ୍ରହୀ ଓ ଉତ୍ସାହର ସହ କୋରୋନା ଯୁଦ୍ଧରେ ସାମିଲ ହୋଇ ଏହାକୁ ପ୍ରତିହତ କରିବାରେ ସହାୟକ ହୋଇପାରିବେ ବୋଲି ଗଣମାଧ୍ୟମକୁ ଅବଗତ କରାଇଛନ୍ତି ।

AYUSH doctors association, talks with the Ganjam district collector, recognition as corona warrior, କୋରୋନା ଯୋଦ୍ଧା ମାନ୍ୟତା, ଆୟୁଷ ଡାକ୍ତର ସଂଙ୍ଘର ଦାବି,  ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଖବର, ବ୍ରହ୍ମପୁର, berhampur
ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଦାବି ପତ୍ର

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭ ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.