ETV Bharat / city

ଆଶ୍ଚର୍ଯ୍ୟ ! ଘରେ ଆପେ ଆପେ ଲାଗୁଛି ନିଆଁ

author img

By

Published : May 19, 2022, 1:33 PM IST

ଘରେ ଆପେ ଆପେ ଲାଗୁଛି ନିଆଁ, ଭୌତିକ କାଣ୍ଡ
ଘରେ ଆପେ ଆପେ ଲାଗୁଛି ନିଆଁ, ଭୌତିକ କାଣ୍ଡ

ନିମିଷକ ମଧ୍ୟରେ ଘରେ ଲାଗୁଛି ନିଆଁ । ଚାହୁଁ ଚାହୁଁ ଆଖି ସାମ୍ନାରେ ପୋଡି ପାଉଁଶ ହୋଇଯାଇଛି ଘରର ଆବାସପତ୍ର । ଏଭଳି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁ ଗ୍ରାମରେ । ଅଧିକ ପଢନ୍ତୁ

ବାଲେଶ୍ବର: ନିମିଷକ ମଧ୍ୟରେ ଘରେ ଲାଗୁଛି ନିଆଁ । ଚାହୁଁ ଚାହୁଁ ଆଖି ସାମ୍ନାରେ ପୋଡି ପାଉଁଶ ହୋଇଯାଇଛି ଘରର ଆବାସପତ୍ର । ଏଭଳି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁ ଗ୍ରାମରେ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଦିନକୁ ୫ରୁ ୭ ଥର ନିଆଁ ଲାଗିଥିବା କଥା ଜଣାପଡିଛି ।

ଘରେ ଆପେ ଆପେ ଲାଗୁଛି ନିଆଁ, ଭୌତିକ କାଣ୍ଡ

ସୂଚନାଅନୁସାରେ, ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ଘରେ କୌଣସି କାରଣ ନଥାଇ ୧୫ ଘଣ୍ଟାରେ ୭ ଥର ନିଆଁ ଲାଗି ଥିବା ବେଳେ ଘର ଭିତରେ ଥିବା ଆସବାପତ୍ର ଗୁଡ଼ିକ ବାହାରେ ପକାଇ ରଖିଛନ୍ତି ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ପରିବାର l ଘର ଭିତରେ ଅଚାନକ ଅଦ୍ଭୁତ ଭାବେ ନିଆଁ ଲାଗିବା ଯୋଗୁଁ ଘର ଲୋକେ ଓଗ୍ରାମବାସୀଙ୍କ ସହାୟତାରେ ଘର ଭିତରେ ନିଆଁ ଲିଭାଇଥିଲେ । ହେଲେ ରାତି ୧୨ ଟାରେ ପୁଣି ଅଚାନକ ଦେବାନନ୍ଦଙ୍କ ମାଆ ଶୋଇଥିବା ଘରେ ପୁଣି ନିଆଁ ଲାଗି ଯାଇଥିଲା । ବିଦ୍ୟୁତ୍ ସଟ ସର୍କିଟ କୌଣସି ଜାଗାରେ ହୋଇନଥିବା ବେଳେ କିପରି ନିଆଁ ଲାଗୁଛି ତାହା ବର୍ତ୍ତମାନ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.