ETV Bharat / city

ଚାଲାଣବେଳେ ଡମ୍ଫରରୁ ୧୦ ଲକ୍ଷ ଟଙ୍କାର ମଦ ଜବତ, ୩ ଗିରଫ

author img

By

Published : Sep 13, 2021, 9:29 PM IST

୧୦ ଲକ୍ଷ ଟଙ୍କାର ମଦ ଜବତ, ୩ ଗିରଫ
୧୦ ଲକ୍ଷ ଟଙ୍କାର ମଦ ଜବତ, ୩ ଗିରଫ

ବାଲେଶ୍ବର ଅବକାରୀ ବିଭାଗକୁ ସଫଳତା । ପାଟ୍ରୋଲିଂ ବେଳେ ଜବତ ହେଲା ଦେଶୀ ମଦ ବୋଝେଇ ଡମ୍ଫର । ୩ ଗିରଫ । ଅଧିକ ପଢନ୍ତୁ...

ବାଲେଶ୍ବର: ପାଟ୍ରୋଲିଂ ବେଳେ ଏକ ଡମ୍ଫରରୁ ବିପୁଳ ପରିମାଣର ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରିଛି ଜିଲ୍ଲା ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତମାନେ ସେଖ ଆବୁ ରହିମ, ଅନନ୍ତ ମାଝୀ ଓ ରାଜୁ ଚୌଧୁରୀ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

୧୦ ଲକ୍ଷ ଟଙ୍କାର ମଦ ଜବତ, ୩ ଗିରଫ

ମିଳିଥିବା ସୂଚନା ଅନୁସାରେ, ଏକ ଡ଼ମ୍ପର ଯୋଗେ ଦେଶୀ ରନ୍ଧାମଦ ନେଇ କିଛି ବ୍ୟକ୍ତି ମୟୂରଭଞ୍ଜରୁ ବାଲେଶ୍ଵର ଅଭିମୁଖେ ଆସୁଥିବା ଖବର ମିଳିଥିଲା । ସୂଚନା ଆଧାରରେ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଜାତୀୟ ରାଜପଥରେ ଜଗି ରହିଥିଲା ଅବକାରୀ ବିଭାଗ । ଅବକାରୀ ଟିମକୁ ଦେଖି ଡ଼ମ୍ପରଟି ଦ୍ରୁତଗତିରେ ଭଦ୍ରକ ଆଡକୁ ମୁହାଁଇଥିଲା। ଅବକାରୀ ବିଭାଗ ଡମ୍ଫରକୁ ପିଛା କରିବା ସହ ଖନ୍ତାପଡ଼ା ଠାରେ କାବୁ କରିବାରେ ସଫଳ ହୋଇଥିଲେ । ଡମ୍ଫର ଭିତରେ 10 ହଜାର ଲିଟର ଦେଶୀ ରନ୍ଧା ମଦ ରଖାଯାଇଥିବା ଜଣାପଡିଥିଲା । ଜବତ ମଦର ଆନୁମାନିକ ମୂଲ୍ୟ 10 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.