ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ, ସାଲିଆ ସାହିରେ ଧରପଗଡ

author img

By

Published : Sep 20, 2022, 4:15 PM IST

raid by commissionerate police in salia sahi basti bhubaneswar

ଆଉ ଦିନ କେଇଟା ଗଲେ ଆସିବ ପାର୍ବଣ । ଏଥିପାଇଁ ଆଗୁଆ ସଜାଗ ହୋଇଛି କମିଶନରେଟ ପୋଲିସ । ଭୁବନେଶ୍ବର ସ୍ଥିତ ସାଲିଆ ସାହି ବସ୍ତିରେ ଏକ କାଳୀନ ଚଢ଼ାଉ କରିଛି କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଆଗକୁ ଆସୁଛି ପାର୍ବଣ । ଏଥିପାଇଁ ଆଗୁଆ ସଜାଗ ହୋଇଛି କମିଶନରେଟ ପୋଲିସ । ରାଜଧାନୀରେ ଅପରାଧିକ ମାମଲାକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ କରିଛି କମିଶନରେଟ ପୋଲିସ । ଆଜି ଭୁବନେଶ୍ବର ସ୍ଥିତ ସାଲିଆ ସାହି ବସ୍ତିରେ କମିଶନରେଟ ପୋଲିସର ଟିମ୍ ଏକ କାଳୀନ ଚଢ଼ାଉ କରିଛନ୍ତି । ପୋଲିସ ଟିମ୍‌ ସାହିର ବିଭିନ୍ନ ବସ୍ତିରେ ବୁଲି ବୁଲି ଖୋଜୁଛି ମଦ ଭାଟି । ବିଭିନ୍ନ‌ ମଦ ମାଟିରେ ଚଢ଼ାଉ କରି ବିପୁଳ ରିମାଣର ଦେଶି ମଦ ପୋଚ ଚାଉଳି ଜବତ କରାଯାଇଛି।

ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ, ସାଲିଆ ସାହିରେ ଧରପଗଡ

ଚଢ଼ାଉ ସମୟରେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ସାମଗ୍ରୀ ହାଣ୍ଡି ଓ ବାଲଟି ଆଦି ଜବତ ହୋଇଛି । ତେବେ ଭୁବନେଶ୍ୱର ଡିସିପି ପ୍ରତିକ୍ରିୟା ରଖି କହିଛନ୍ତି, " ପୂଜା ସମୟରେ ଅଧିକ ମାତ୍ରାରେ ଅପରାଧ ମାମଲା ଦେଖିବାକୁ ମିଳେ । କ୍ରିମିନାଲମାନେ ମଦ ପିଇ ଅପରାଧିକ କାର୍ଯ୍ୟାକଳାପ କରିଥାନ୍ତେ । ଯେଉଁ ସ୍ଥାନ ଗୁଡ଼ିକରେ ଏଭଳି କିଛି ଘଟଣା ଦେଖିବାକୁ ମିଳୁଛି ସେଥିପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଡ୍ରଗ୍ସ ଉପରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ଡ୍ରାଇଭ କରାଯାଉଛି । ସାଲିଆ ସାହିରେ ନିଶା ଦ୍ରବ୍ୟ ତିଆରି ହେଉଥିବାର ସୂଚନା ମିଳିଥିଲା । ଖବର ପାଇଁ କମିଶନରେଟ ପୋଲିସର ସ୍ବତନ୍ତ୍ର ଟିମ ଚଢ଼ାଉ କରିଛି।" ତେଣୁ ପର୍ଯ୍ୟାୟ କ୍ରମେ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳକୁ ଯାଇ ରେଡ କରୁଛି ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ: ସହରରେ ଆତଙ୍କ ମଚାଇପାରନ୍ତି କ୍ରିମିନାଲ, ଚେକମେଟ୍ ପାଇଁ ପୋଲିସର ସିକ୍ରେଟ ପ୍ଲାନ

ସୂଚନା ଥାଉକି, ଆଉ କେଇଟା ଦିନ ପରେ ଧରା ଅବତରଣ କରିବେ ଜଗତ ଜନନୀ ଦୁର୍ଗତିନାସିନୀ ମାଆ ଦୁର୍ଗା । ଏନେଇ ଏବେ ଚଳଚଞ୍ଚଳ ହୋଇ ଉଠିଲାଣି ସହରାଞ୍ଚଳ । ଦୀର୍ଘ ଦୁଇ ବର୍ଷ ପରେ ଏଥର ଜମିବ ଦୁର୍ଗାପୂଜା । ହେଲେ ଏହି ଦୁର୍ଗା ପୂଜାରେ ଯେପରି କୌଣସି ବିଶୃଙ୍ଖଳା ସୃଷ୍ଚି ନହୁଏ ସେଥିପାଇଁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ (commissionerate police fully prepared puja session ) । ପେଶାଦାର ଅପରାଧୀଙ୍କ ଉପରେ ରହିବ କମିଶନରେଟର କଡ଼ା ନଜର । ଖାଲି ସେତିକି ନୁହେଁ ସିସିଟିଭି ନଜରରେ ପୁରା ରାଜଧାନୀର କୋଣ ଅନୁକୋଣ ରହିବ । ଏପରିକି ରାଜଧାନୀର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନରେ ନାକାବନ୍ଦୀ ହେବ । ଦଫା ୧୧୦ ଲାଗିଥିବା ଅଭିଯୁକ୍ତ ଥାନାରେ ହାଜିରା ଦେବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି । ଯଦି ଏହାକୁ କେହି ଅଭିଯୁକ୍ତ ଅବମାନନା କରିବେ ତାହାଲେ ବନ୍ଧା ହେବେ ବୋଲି ରୋକଠୋକ କହିଛି କମିଶନରେଟ ପୋଲିସ ।

ସେହିପରି ଛିନତାଇ ରୋକିବା ପାଇଁ ଗଠନ ହୋଇଛି ସ୍ବତନ୍ତ୍ର ଟିମ । ସମସ୍ତ ସ୍ଥାନରେ ସାଧା ପୋଷାକରେ ରହିବେ ପିଓପିଡି ପୋଲିସ ଟିମ । ଟ୍ରାଫିକ ସମସ୍ୟା ରୋକିବା ପାଇଁ ବ୍ୟାପକ ପ୍ରସ୍ତୁତି ରହିଛି । ସମସ୍ତ ଦୁର୍ଗାପୂଜା ମଣ୍ଡପରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ମଧ୍ୟ ରହିଛି । ପୂଜା ମଣ୍ଡପର କିଛି ଭଲ୍ୟୁଣ୍ଟରକୁ ପୋଲିସ ଟ୍ରେନିଂ ଦେବ । କିପରି ପୂଜାରେ ଭିଡ ଓ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣରେ ରହିବେ ସେନେଇ ପ୍ରଶିକ୍ଷଣ ଦେବ କମିଶନରେଟ ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.