ସହରରେ ଆତଙ୍କ ମଚାଇପାରନ୍ତି କ୍ରିମିନାଲ, ଚେକମେଟ୍ ପାଇଁ ପୋଲିସର ସିକ୍ରେଟ ପ୍ଲାନ

author img

By

Published : Sep 19, 2022, 9:37 PM IST

ପାର୍ବଣ ଋତୁ ପାଇଁ ସଜାଗ କମିଶନରେଟ

ଆସୁଛି ପାର୍ବଣ ଋତୁ । ଆଉ କେଇଟା ଦିନ ପରେ ଧରା ଅବତରଣ କରିବେ ଜଗତ ଜନନୀ ମାଆ ଦୁର୍ଗା । ଏପଟେ କମିଶନରେଟ ପୋଲିସ ଡିସିପି କହିଲେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ (commissionerate police fully prepared puja session )। ଅଧିକ ପଢ଼ନ୍ତୁ

ଭୁବନେଶ୍ବର : ଆସୁଛି ପାର୍ବଣ ଋତୁ । ଆଉ କେଇଟା ଦିନ ପରେ ଧରା ଅବତରଣ କରିବେ ଜଗତ ଜନନୀ ଦୁର୍ଗତିନାସିନୀ ମାଆ ଦୁର୍ଗା । ଏନେଇ ଏବେ ଚଳଚଞ୍ଚଳ ହୋଇ ଉଠିଲାଣି ସହରାଞ୍ଚଳ । ଝିକିମିକ ଆଲୁଅରେ ସଜେଇ ହେଲାଣି ଟ୍ୱିନସିଟି । ଉତ୍ସବମୁଖର ହେଲାଣି ରାଜଧାନୀ ଭୁବନେଶ୍ବର । ଦୀର୍ଘ ଦୁଇ ବର୍ଷ ପରେ ଏଥର ଜମିବ ଦୁର୍ଗାପୂଜା। ହେଲେ ଏହି ଦୁର୍ଗା ପୂଜାରେ ଯେପରି କୌଣସି ବିଶୃଙ୍ଖଳା ସୃଷ୍ଚି ନହୁଏ ସେଥିପାଇଁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ (commissionerate police fully prepared puja session ) । ପେଶାଦାର ଅପରାଧୀଙ୍କ ଉପରେ ରହିବ କମିଶନରେଟର କଡ଼ା ନଜର । ଖାଲି ସେତିକି ନୁହେଁ ସିସିଟିଭି ନଜରରେ ପୁରା ରାଜଧାନୀର କୋଣ ଅନୁକୋଣ ରହିବ । ଏପରିକି ରାଜଧାନୀର ପ୍ରବେଶ ଓ ପ୍ରସ୍ଥାନ ଜାଗାରେ ନାକାବନ୍ଦୀ ହେବ ।

ପାର୍ବଣ ଋତୁ ପାଇଁ ସଜାଗ କମିଶନରେଟ ପୋଲିସ

ସେପଟେ ଦଫା ୧୧୦ ଲାଗିଥିବା ଅଭିଯୁକ୍ତ ଥାନାରେ ହାଜିରା ଦେବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି । ଯଦି ଏହାକୁ କେହି ଅଭିଯୁକ୍ତ ଅବମାନନା କରିବେ ତାହାଲେ ବନ୍ଧା ହେବେ ବୋଲି ରୋକଠୋକ କହିଛି କମିଶନରେଟ ପୋଲିସ । ପୂଜାରେ ଯେପରି କୌଣସି ବେଆଇନ ବ୍ୟବସାୟ ନଚାଲେ ଅର୍ଥାତ ବ୍ରାଉନସୁଗର, ନକଲି ମଦ ବିକ୍ରି ଏସବୁ ପାଇଁ ଦୈନନ୍ଦିନ ଚଢ଼ଉ ହେଉଛି । ନିଶା ବିରୋଧରେ ଅପରେସନ ହ୍ବାଇଟ ସ୍ପାଇଡରରେ ପ୍ରତ୍ୟେକ ଥାନାରେ ଚାଲିଛି ଚଢଉ ଓ ଗିରଫଦାରୀ ।

ଏହି କର୍ମରେ ଚଳିତ ମାସ ୧ ତାରିଖରୁ ୧୯ ତାରିଖ ମଧ୍ୟରେ ୩୮ ଟି କେସ ରୁଜୁ ହୋଇଛି । ବ୍ରାଉନସୁଗର ଜବତ ଘଟାଣରେ ୨୫ ଟି ଓ ୧୩ଟି ଗଞ୍ଜେଇ କେସ ରୁଜୁ ହୋଇଛି । ଏଯାବତ ୪୬୬ ଗ୍ରାମ ବ୍ରାଉନସୁଗର ସହ ୨ ଲକ୍ଷ ୬୯ ହଜାର ଟଙ୍କା ଠାବ ହୋଇଛି । ପାଖାପାଖି ୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି କମିଶନରେଟ ପୋଲିସ ।

ସେହିପରି ଛିନତାଇ ରୋକିବା ପାଇଁ ଟିମ ଗଠନ ହୋଇଛି । ସମସ୍ତ ସ୍ଥାନରେ ସାଧା ପୋଷାକରେ ରହିବେ ପିଓପିଡି ପୋଲିସ ଟିମ । ଟ୍ରାଫିକ ସମସ୍ୟା ରୋକିବା ପାଇଁ ବ୍ୟାପକ ପ୍ରସ୍ତୁତି ରହିଛି । ସମସ୍ତ ଦୁର୍ଗାପୂଜା ମଣ୍ଡପରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ମଧ୍ୟ ରହିଛି । ଏନେଇ ପୂଜା କମିଟି ସହ ଆଲୋଚନା ହୋଇଛି ।

ମେଢ଼, ମେଲୋଡି, ମିନାବଜାର ପାଇଁ କେତେକ ରାସ୍ତା ଗହଳି ହୋଇପାରେ । ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସମସ୍ତ ବନ୍ଦୋବସ୍ତ ହୋଇଛି । ପୂଜା ମଣ୍ଡପର କିଛି ଭଲ୍ୟୁଣ୍ଟରକୁ ପୋଲିସ ଟ୍ରେନିଂ ଦେବ । କିପରି ପୂଜାରେ ଭିଡ ଓ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣରେ ରହିବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.