ETV Bharat / city

ପରୀକ୍ଷା ପରେ ବି ସାର୍ଟିଫିକେଟ ଦେଉନାହିଁ କଲେଜ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଛାତ୍ରଛାତ୍ରୀ

author img

By

Published : Sep 30, 2021, 7:27 PM IST

ପରୀକ୍ଷା ପରେ ବି ସାର୍ଟିଫିକେଟ ଦେଉନାହିଁ କଲେଜ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଛାତ୍ରଛାତ୍ରୀ
ପରୀକ୍ଷା ପରେ ବି ସାର୍ଟିଫିକେଟ ଦେଉନାହିଁ କଲେଜ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଛାତ୍ରଛାତ୍ରୀ

ବାଲେଶ୍ବରରେ ଘରୋଇ ଇଞ୍ଜିନିୟରିଂ କଲେଜ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ । ପରୀକ୍ଷା ଶେଷ ହେବା ପରେ ମଧ୍ୟ ସାର୍ଟିିଫିକେଟରୁ ବଞ୍ଚିତ ଛାତ୍ରଛାତ୍ରୀ । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି କଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ବାଲେଶ୍ବର: ଛାତ୍ରଛାତ୍ରୀ ପରୀକ୍ଷା ଦେଇ ପାସ କରିଥିଲେ ସୁଦ୍ଧା ସାର୍ଟିଫିକେଟ ଦେଉନି ଘରୋଇ ଇଞ୍ଜିନିୟରିଂ କଲେଜ । ଏପରି ଅଭିଯୋଗ ଆସିଛି ବାଲେଶ୍ବରର ସତ୍ୟସାଇ ଇଞ୍ଜିନିୟରିଂ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ । କଲେଜ କର୍ତ୍ତୃପକ୍ଷଙ୍କ ଏପରି ମନମୁଖୀ କାର୍ଯ୍ୟ ପାଇଁ ଛାତ୍ରଛାତ୍ରୀ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ବାଧ୍ୟ ହେଉଛନ୍ତି । ଫଳରେ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବା ସହ ଟାଉନ ଥାନାରେ ଏତଲା ମଧ୍ୟ ଦେଇଛନ୍ତି ।

ପରୀକ୍ଷା ପରେ ବି ସାର୍ଟିଫିକେଟ ଦେଉନାହିଁ କଲେଜ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଛାତ୍ରଛାତ୍ରୀ

ଘଟଣା ଅନୁସାରେ, 2019 ମସିହାରେ ଛାତ୍ରଛାତ୍ରୀ B-TECH ପାସ କରି ସାରିଥିବାବେଳେ କଲେଜ କର୍ତ୍ତୃପକ୍ଷ ଆଜିକାଲି କହି ସେମାନଙ୍କୁ ଏପର୍ଯ୍ୟନ୍ତ ସାର୍ଟିଫିକେଟ ପ୍ରଦାନ କରିନାହିଁ । ପାସ ପିଲାମାନେ କିଛି ଘରୋଇ କମ୍ପାନୀରେ ଚାକିରୀ କରିଥିବାବେଳେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସାର୍ଟିଫିକେଟ ଦେଖାଇ ପାରୁନାହାନ୍ତି । ଅନ୍ୟପଟେ କଲେଜର ଏପରି ଅବହେଳା ପାଇଁ ଛାତ୍ରଛାତ୍ରୀ ଅନ୍ୟତ୍ର ଚାକିରୀ ପାଇଁ ମଧ୍ୟ ଆବେଦନ କରିବାରୁ ବଞ୍ଚିତ ହୋଇଆସୁଥିବା ଅଭିଯୋଗ କରିଛନ୍ତି ।

ଏନେଇ ପିଲାମାନେ କଲେଜ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଭେଟିଥିଲେ ମଧ୍ୟ କର୍ତ୍ତୃପକ୍ଷ ସେମାନଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ ହୋଇଛି । ବାରମ୍ବାର ନାରାଶ ହେବା ପରେ ଆଜି ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କୁ ଭେଟି ଏ ବିଷୟରେ ଧ୍ୟାନ ଦେବା ପାଇଁ ନିବେଦନ କରିଛନ୍ତି । ଅନ୍ୟପଟେ ଏନେଇ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.