ETV Bharat / business

ଦୁର୍ବଳ ଟଙ୍କା, ଡଲାର ତୁଳନାରେ ଟଙ୍କା ମୂଲ୍ୟର ସର୍ବକାଳୀନ ହ୍ରାସ

author img

By

Published : Jun 29, 2022, 10:39 PM IST

ଦୁର୍ବଳ ଟଙ୍କା, ଡଲାର ତୁଳନାରେ ଟଙ୍କା ମୂଲ୍ୟର ସର୍ବକାଳୀନ ହ୍ରାସ
ଦୁର୍ବଳ ଟଙ୍କା, ଡଲାର ତୁଳନାରେ ଟଙ୍କା ମୂଲ୍ୟର ସର୍ବକାଳୀନ ହ୍ରାସ

ଡଲାର ତୁଳନାରେ ପୁଣି ଦୁର୍ବଳ ହେଲା ଭାରତୀୟ ଟଙ୍କା । ଆଜି ଅନ୍ୟତମ ସର୍ବକାଳୀନ ସର୍ବନିମ୍ନ ୭୯.୦୩କୁ ଖସି ଆସିଛି ଟଙ୍କା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଡଲାର ତୁଳନାରେ ଭାରତୀୟ ଟଙ୍କା ପୁଣି ଦୁର୍ବଳ ହୋଇଛି । ଆଜି ଆମେରିକୀୟ ମୁଦ୍ରା ତୁଳନାରେ ଟଙ୍କା ସର୍ବକାଳୀନ ସର୍ବନିମ୍ନ ୭୯.୦୩କୁ ଖସି ଆସିଛି(Rupee Breaches 79 Per Dollar Mark For The First Time Ever)। ଆଜି ଟଙ୍କା ମୂଲ୍ୟରେ ୧୮ ପଇସା ହ୍ରାସ ଘଟିଛି । ଯାହାପରେ ଏହା ୭୯.୩ରେ ପହଞ୍ଚିଛି । ବିଦେଶୀ ପୁଞ୍ଜି ବର୍ହିଗମନ, ଡଲାର ମଜୁବତ ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଯୋଗୁଁ ଟଙ୍କା ଉପରେ ଚାପ ସୃଷ୍ଟି ହେଉଛି । ଯେଉଁ କାରଣରୁ ଏହାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି ।

ବୁଧବାର ଆନ୍ତଃବ୍ୟାଙ୍କ ବୈଦେଶିକ ମୁଦ୍ରା ବଜାରରେ ଗ୍ରୀନବ୍ୟାଙ୍କ ବିରୁଦ୍ଧରେ ଟଙ୍କା ୭୮.୮୬ରେ ଖୋଲିଥିଲା । କାରବାର ସରିବା ବେଳକୁ ଏହା ୭୯.୩ରେ ରହିଥିଲା । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଆଜି ସର୍ବକାଳୀନ ସର୍ବନିମ୍ନ ସ୍ତରକୁ ଖସି ଆସିବା ଯୋଗୁଁ ଏହାର ପ୍ରଭାବ ଷ୍ଟକ ବଜାରରେ ପଡିଛି । ଆଜି ବଜାର କାରବାର ମାନ୍ଦା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.