ETV Bharat / business

କନ୍ଦାଇଲାଣି ତୈଳ ଦର, ୯ ଦିନରେ ୫ ଟଙ୍କାରୁ ଅଧିକ ମହଙ୍ଗା

author img

By

Published : Mar 30, 2022, 8:27 AM IST

କନ୍ଦାଇଲାଣି ତୈଳ ଦର, ୯ ଦିନରେ ୫ ଟଙ୍କାରୁ ଅଧିକ ମହଙ୍ଗା
କନ୍ଦାଇଲାଣି ତୈଳ ଦର, ୯ ଦିନରେ ୫ ଟଙ୍କାରୁ ଅଧିକ ମହଙ୍ଗା

ଦେଶରେ ଅସହ୍ୟ ହେଲାଣି ତେଲ ତାତି । ଗତ ୯ ଦିନ ଧରି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଜାଣନ୍ତୁ ଆଜି ଦର କେଉଁଠି କେତେ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲ ଦରରେ ଲାଗୁନି ବ୍ରେକ । ବିଗତ ୯ ଦିନ ଧରି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି (Petrol and diesel prices hiked) । ଆଜି(ବୁଧବାର)ସର୍ବଭାରତୀୟସ୍ତରରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ଲେଖାଏଁ ବୃଦ୍ଧି ପାଇଛି । ତେଲ ଦର ୯ ଦିନ ମଧ୍ୟରେ ୮ ଥର ପାଇଁ ବଢିଛି । ଏହି ୮ ଥରରେ ତୈଳ ଦର ଲିଟର ପିଛା ୫.୬୦ ଟଙ୍କା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବେ ୧୦୧.୦୧ ଟଙ୍କା ଏବଂ ଡିଜେଲ ୧୦୦.୨୧ ଟଙ୍କା ହୋଇଯାଇଛି । ଗତକାଲି(ମଙ୍ଗଳବାର) ଦର ଯଥାକ୍ରମେ ୯୧.୪୭ ଟଙ୍କା ଏବଂ ୯୨.୨୭ ଟଙ୍କା ଥିଲା ।

ଦେଶରେ ତୈଳ କମ୍ପାନୀଗୁଡିକ ଗତ ୨୨ ତାରିଖରୁ ଦର ବଢାଇ ଚାଲିଛନ୍ତି । ଦେଶବ୍ୟାପୀ ତେଲ ଦର ବଢିଛି । ସ୍ଥାନୀୟ ଟିକସ ଏବଂ ପରିବହନ ଖର୍ଚ୍ଚ ଆଧାରରେ ଦେଶର ବିଭିନ୍ନ ସ୍ଥାନରେ ଦର ଭିନ୍ନ ଭିନ୍ନ ରହିଛି । ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୪ ପଇସା ଏବଂ ଡିଜେଲ ୮୫ ପଇସା ବଢିଛି । ଫଳରେ ଏଠାରେ ଏବେ ଏହି ତେଲ ଦର ଯଥାକ୍ରମେ ୧୧୫.୮୮ ଟଙ୍କା ଏବଂ ୧୦୦.୧୦ ଟଙ୍କାକୁ ବୃଦ୍ଧି ପାଇଛି ।

ଚେନ୍ନାଇରେ ତେଲ ଲିଟର ପିଛା ୭୫ ଓ ୭୬ ପଇସା ଲେଖାଏଁ ମହଙ୍ଗା ହୋଇଛି । ଏଠାରେ ଏବେ ପେଟ୍ରୋଲ ଲିଟର ୧୦୬.୬୯ ଟଙ୍କା ଥିବାବେଳେ ଡିଜେଲ ୯୬ ଟଙ୍କା ପାର୍ କରିଛି । କୋଲକାତାରେ ୮୪ ପଇସା ଓ ୮୦ ପଇସା ଲେଖାଏଁ ପେଟ୍ରୋଲ ଓ ଡିଜେଲ ଦର ବଢିବା ସହ ଦର ଲିଟର ପିଛା ୧୧୦.୫୨ ଟଙ୍କା ଏବଂ ୯୫.୪୨ ଟଙ୍କା ହୋଇଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.