ETV Bharat / business

ସେୟାର ବଜାର କାରବାରରେ ରେକର୍ଡ, ସର୍ବକାଳୀନ ଉଚ୍ଚତମ ସ୍ତରରେ ସେନସେକ୍ସ ଓ ନିଫ୍ଟି

author img

By ETV Bharat Odisha Team

Published : Jan 12, 2024, 4:35 PM IST

ସେୟାର ବଜାର କାରବାରରେ ରେକର୍ଡ
ସେୟାର ବଜାର କାରବାରରେ ରେକର୍ଡ

Sensex Hits all time high: ଭାରତୀୟ ସେୟାର ବଜାରରେ ଜବରଦସ୍ତ ଉତ୍ସାହ । ସର୍ବକାଳୀନ ଉଚ୍ଚତମ ସ୍ତରରେ ସେନସେକ୍ସ ଓ ନିଫ୍ଟି । ସେନସେକ୍ସରେ 800 ପଏଣ୍ଟରୁ ଅଧିକ ବୃଦ୍ଧି ହେବା ସହ ନିଫ୍ଟି 21900 ସ୍ତର ଛୁଇଁବାର ନିକଟତର ହୋଇଛି । ଅଧିକ ପଢ଼ନ୍ତୁ

ମୁମ୍ବାଇ: ଭାରତୀୟ ସେୟାର ବଜାରରେ ଜବରଦସ୍ତ ଉତ୍ସାହ । ସର୍ବକାଳୀନ ରେକର୍ଡ କଲା ସେୟାର ବଜାର । ବାଣିଜ୍ୟ ସପ୍ତାହର ଶେଷ ଦିନ (ଶୁକ୍ରବାର) ସେୟାର ମାର୍କେଟରେ ରେକର୍ଡ କଲା କାରବାର । 30 ସେୟାର ଆଧାରିତ ବିଏସଇ ସୂଚକାଙ୍କ ସେନସେକ୍ସ ଓ 50 ସେୟାର ଆଧାରିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ଜୋରଦାର ଅଭିବୃଦ୍ଧି ସହିତ ନୂଆ ରେକର୍ଡ କରି ସର୍ବକାଳୀନ ଉଚ୍ଚତା ଛୁଇଁଛି । ସେନସେକ୍ସରେ 800 ପଏଣ୍ଟରୁ ଅଧିକ ବୃଦ୍ଧି ହେବା ସହ ନିଫ୍ଟି 21900 ସ୍ତର ଛୁଇଁବାର ନିକଟତର ହୋଇଛି ।

ତେବେ ଆଜିର ସେୟାର ବଜାର କାରବାରରେ ରେକର୍ଡ ହୋଇଛି । ସେନସେକ୍ସରେ 847.27 ପଏଣ୍ଟ ଅର୍ଥାତ 1.18 ପ୍ରତିଶତ ବୃଦ୍ଧି ପାଇ 72568.45 ପଏଣ୍ଟରେ କରାବାର ବନ୍ଦ କରିଛି । ସେହିପରି ନିଫ୍ଟି 247.35 ପଏଣ୍ଟ ଅର୍ଥାତ 1.14 ପ୍ରତିଶତ ବୃଦ୍ଧି ପାଇ 21894.55 ପଏଣ୍ଟରେ କାରବାର ବନ୍ଦ କରିଛି । ଆଜି ସେୟାର ବଜାର ପ୍ରାରମ୍ଭିକ କାରବାରରେ ବିଏସଇ ସେନସେକ୍ସରେ 426 ପଏଣ୍ଟ ବୃଦ୍ଧି ହେବା ସହ ଏହା 72148 ପଏଣ୍ଟରେ ଖୋଲିଥିଲା । ସେହିପରି ଏନଏସଇ ନିଫ୍ଟି 126 ପଏଣ୍ଟ ବୃଦ୍ଧ ହେବା ସହ ଏହା 21773 ପଏଣ୍ଟରେ କାରବାର ଆରମ୍ଭ କରିଥିଲା । ସେନସେକ୍ସ ଓ ନିଫ୍ଟିରେ ଦେଶର ଦୁଇ ପ୍ରମୁଖ ଆଇଟି କମ୍ପାନୀ ଟିସିଏସ ଓ ଇନଫୋସିସ୍‌ର ସେୟାର ଗୁଡିକରେ ଅଧିକ ଲାଭ ଦେଖିବାକୁ ମିଳିଛି । ତେବେ ଇନଫୋସିସର ପ୍ରତି ସେୟାର ମୂଲ୍ୟରେ 115.80 ଅର୍ଥାତ 7.75 ପ୍ରତିଶତ ବୃଦ୍ଧି ହୋଇ 1610 ରହିଥିଲା । ଏହା ପଛକୁ ଟେକ ମହିନ୍ଦ୍ରାର ସେୟାର ମୂଲ୍ୟରେ 58.05 ଅର୍ଥାତ 4.65 ପ୍ରତିଶତ ବୃଦ୍ଧି ହୋଇ 1307.45 ରହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ.....ସବୁଜ ସଙ୍କେତରେ ବନ୍ଦ ହେଲା ଷ୍ଟକ ମାର୍କେଟ, ଆଦାନୀ ପୋର୍ଟ ସବୁଠାରୁ ଳାଭକାରୀ

ତେବେ ଆଜିର କାରବାରେ ଇନଫୋସିସ, ଟେକ ମହିନ୍ଦ୍ରା, ଏଲଟିଆଇମାଇଣ୍ଡଟ୍ରି ଓ ଓଏଜିସିର ସେୟାର ଗୁଡ଼ିକ ଲାଭରେ କାରବାର କରିଛି । ସେହିପରି ଆପୋଲ, ସିପ୍ଲା, ଅଲ୍ଟ୍ରାଟେକ ସିମେଣ୍ଟ ଓ ବଜାଜ ଫିନସର୍ବର ସେୟାର କ୍ଷତି ସହିଛି । ବିଏସଇ ମିଡକ୍ୟାପ ଓ ସ୍ମଲକ୍ୟାପ ଇଣ୍ଡେକ୍ସ ଗୁଡିକ 0.5 ପ୍ରତିଶତ ଉପରେ ରହିଥିଲା । ଅଟୋ ଓ ହେଲ୍‌ଥ ସେକ୍ଟରକୁ ଛାଡ଼ି ଅନ୍ୟ ସେକ୍ଟର ଗୁଡିକର ସୂଚକାଙ୍କ ସବୁଜ ସଂକେତ ସହ ବନ୍ଦ ହୋଇଛି । ଦିନ 2.53 ମିନିଟ ସମୟରେ ସେନସେକ୍ସରେ 826 ପଏଣ୍ଟ ଏର୍ଥାତ 1.3 ପ୍ରତିଶତ ବୃଦ୍ଧି ହୋଇ 72548 ପଏଣ୍ଟରେ ରହିଥିବା ବେଳେ ନିଫ୍ଟିରେ 254 ପଏଣ୍ଟ ଅର୍ଥାତ 1.17 ପ୍ରତିଶତ ବୃଦ୍ଧି ହେବା ସହ 21901 ପଏଣ୍ଟରେ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.