ଶୀଘ୍ର ନିବେଶ କରନ୍ତୁ ଓ ଯଥେଷ୍ଟ ସଞ୍ଚୟ କରନ୍ତୁ

author img

By

Published : Sep 28, 2022, 2:39 PM IST

ଶୀଘ୍ର ନିବେଶ କରନ୍ତୁ ଓ ଯଥେଷ୍ଟ ସଞ୍ଚୟ କରନ୍ତୁ

ପ୍ରତ୍ୟେକ ପରିବାର ସୃଦୁଢ ଆର୍ଥିକ ସ୍ଥିତି ଚାହାନ୍ତି । ଏଥିପାଇଁ ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ଶିଖିବା ଉଚିତ୍ । ସର୍ବଦା ଦରମାର ଏକ ତୃତୀୟାଂଶ ସଞ୍ଚୟ ଓ ନିବେଶ କରିବା ଆବଶ୍ୟକ । ବାକି ଅର୍ଥ ଆପଣ ବ୍ୟୟ କରିପାରିବେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆରାମଦାୟକ ଜୀବନଯାପନ କରିବା କାହାର ବା ଇଚ୍ଛା ନୁହେଁ । ଏଥିପାଇଁ ପ୍ରତ୍ୟେକ ପରିବାରର ଆର୍ଥିକ ସ୍ଥିତି ମଜବୁତ ହେବା ଆବଶ୍ୟକ । ଏହା ନିର୍ଭର କରେ, ସେମାନେ ସେହି ସ୍ଥିତିରେ ପହଞ୍ଚିବାକୁ କ'ଣ କରୁଛନ୍ତି ଏବଂ କିପରି ଯୋଜନା ପ୍ରସ୍ତୁତ କରନ୍ତି । ଜୀବନ ଧରଣର ମାନରେ ସେତେବେଳେ ପରିବର୍ତ୍ତନ ହୋଇପାରିବ, ଯେତେବେଳେ ଆମେ ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରେ ଏବଂ ତାହାକୁ ହାସଲ କରେ । ଯଦି ନିଜର ଲକ୍ଷ୍ୟ ପୂରଣ ଦିଗରେ ଆମେ କାର୍ଯ୍ୟ କରୁ, ତେବେ ସଫଳତାର ସ୍ବାଦ ଖୁବଶୀଘ୍ର ଚାଖିଥାଉ । ଜୀବନରେ ଏପରି ଅନେକ ସ୍ଥିତି ଆସେ, ଯେତେବେଳେ ଆମର ଆର୍ଥିକ ସ୍ଥିତି ଦୋହଲି ଯାଇଥାଏ । ବହୁଳ ଖର୍ଚ୍ଚାନ୍ତ ହେବାକୁ ପଡେ । ଯାହାକି ଆମର ଲକ୍ଷ୍ୟ ପଥରେ କିଛି ସମୟ ପାଇଁ ପ୍ରତିବନ୍ଧକ ସାଜିଥାଏ । ତେବେ ଏହା ଯେପରି ଆମ ପରିବାରକୁ ପ୍ରଭାବିତ ନ କରେ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଜରୁରୀ।

ଶୀଘ୍ର ନିବେଶ କରନ୍ତୁ ଓ ଯଥେଷ୍ଟ ସଞ୍ଚୟ କରନ୍ତୁ
ଶୀଘ୍ର ନିବେଶ କରନ୍ତୁ ଓ ଯଥେଷ୍ଟ ସଞ୍ଚୟ କରନ୍ତୁ

ଏକ ସୁଦୃଢ ଆର୍ଥିକ ସ୍ଥିତି ଚାହୁଁଥିବା ପ୍ରତ୍ୟେକ ପରିବାର ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ଶିଖିବା ଉଚିତ୍ । ସର୍ବଦା ଦରମାର ଏକ ତୃତୀୟାଂଶ ସଞ୍ଚୟ ଓ ନିବେଶ କରିବା ଆବଶ୍ୟକ । ବାକି ଅର୍ଥ ଆପଣ ବ୍ୟୟ କରିପାରିବେ । ଅବଶ୍ୟ ଏହି ସଞ୍ଚୟ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ଅଟେ । ଏଥିପାଇଁ ପ୍ରଥମେ ଆପଣଙ୍କୁ ନିଜର ଖର୍ଚ୍ଚ ତାଲିକା ପ୍ରସ୍ତୁତ କରିବାକୁ ପଡିବ । ଏହାପରେ କେଉଁ କ୍ଷେତ୍ରରେ ଅଧିକ ବ୍ୟୟ ହେଉଛି ତାହା ଦେଖିବାକୁ ହେବ । ଏହାଦ୍ବାରା ଆପଣଙ୍କ ଅନାବଶ୍ୟକ ଖର୍ଚ୍ଚ ହ୍ରାସ ପାଇବ । ସବୁବେଳେ ଆୟ ବଢିବା ସହ ନିଜର ସଞ୍ଚୟ ମଧ୍ୟ ବୃଦ୍ଧି କରିବା ଆବଶ୍ୟକ । ଯେପରି ଆୟ ସହ ବ୍ୟୟ ନ ବଢେ ସେ ଦିଗରେ ଯତ୍ନବାନ ହେବା ଜରୁରୀ । ଏହିପରି ଭାବେ ଆମେ ନିଜ ପରିବାର ପାଇଁ ସମ୍ବଳ ସୃଷ୍ଟି କରିପାରିବା ।

ଆର୍ଥିକ ସ୍ଥିରତା ଲାଭ କରିବାକୁ ହେଲେ ପ୍ରତ୍ୟେକ ପରିବାର ପାଇଁ ନିବେଶ ଅପରିହାର୍ଯ୍ୟ । ସଅଳ ଏବଂ ଦୀର୍ଘମିଆଦି ନିବେଶ ଅଧିକ ଲାଭପ୍ରଦ ହୋଇଥାଏ । ତେଣୁ ଏହିକ୍ରମରେ ନିଜର ଆର୍ଥିକ ଲକ୍ଷ୍ୟ ଏବଂ ଏଥିପାଇଁ ଯୋଜନା ତିଆରି କରନ୍ତୁ । ଉଦାହରଣସୂରୁପ, ଜଣେ ୪୦ ବର୍ଷୀୟ ବ୍ୟକ୍ତି ଇକ୍ବିଟିରେ ୭୦ରୁ ୮୦ ପ୍ରତିଶତ ନିବେଶ କରିପାରିବେ । ଏହାବାଦ୍ ସେ ୨୦ରୁ ୩୦ ପ୍ରତିଶତ ଡେବ୍ଟ ପ୍ଲାନ ଏବଂ ଗୋଲ୍ଡ ଫଣ୍ଡରେ(debt plans and gold funds) ବିନିଯୋଗ କରିପାରିବେ । ବୟସ ବଢିବା ସହ ଏହି ନିବେଶ ଅନୁପାତରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଯେତେବେଳେ ସମ୍ପୃକ୍ତ ନିବେଶକ ୬୦ ବର୍ଷ ବୟସରେ ପହଞ୍ଚିବେ, ସେତେବେଳେ ଇକ୍ବିଟି ନିବେଶ ୬୦ରୁ ୩୦ ପ୍ରତିଶତ କମ୍ କରିବା ଜରୁରୀ ।

ଗୋଲ୍ଡରେ ନିବେଶ ୧୦ ପ୍ରତିଶତରୁ ଅଧିକ ହେବା ଅନୁଚିତ୍ । ଆମେ ଚାହିଁଲେ ସଭରେନ ଗୋଲ୍ଡ ବଣ୍ଡ, ଗୋଲ୍ଡ ଇଟିଏଫ ଏବଂ ଗୋଲ୍ଡ ଫଣ୍ଡରେ ନିବେଶ କରାପାରିବା । ଯେକୌଣସି ଜଟିଳ ପରିସ୍ଥିତିର ମୁକାବିଲା ପାଇଁ ପରିବାରର ଆର୍ଥିକ ସ୍ଥିତି ସେତିକି ସୁଦୃଢ ହେବା ନିତାନ୍ତ ଜରୁରୀ । ଏହା ବୀମା ସହିତ ହିଁ ସମ୍ଭବପର ହୋଇପାରିବ । ରୋଜଗାର କରୁଥିବା ପ୍ରତ୍ୟେକ ବ୍ୟକ୍ତି ନିଜ ବାର୍ଷିକ ଆୟର ୨୦ ଗୁଣା ଇନସ୍ୟୁରାନ୍ସ ବା ବୀମା ନେବା ଜରୁରୀ । ମନେକର, ଯଦି ଜଣେ ବ୍ୟକ୍ତି ବାର୍ଷିକ ୫ ଲକ୍ଷ ଆୟ କରନ୍ତି, ତେବେ ସେ ୧ କୋଟିର ବୀମା ନେବା ଆବଶ୍ୟକ । ଯଦି ଆପଣଙ୍କ ନିକଟରେ ଗ୍ରୁପ ଇନସ୍ୟୁରାନ୍ସ ରହିଛି, ତେବେ ଆପଣ ପର୍ସନାଲ କଭର ନେବା ଜରୁରୀ । ନିଜର ଖର୍ଚ୍ଚ ନିୟନ୍ତ୍ରଣ ଏବଂ ନିବେଶ ବୃଦ୍ଧି ପାଇଁ ସର୍ବଦା ଦୃଢ ଇଚ୍ଛାଶକ୍ତି ଆବଶ୍ୟକ ।

ଏହାମଧ୍ୟ ପଢନ୍ତୁ: ଆଜିଠୁ ମୁଦ୍ରାନୀତି କମିଟି ବୈଠକ, ପୁଣି ବଢିପାରେ ରେପୋ ରେଟ୍

ଅପ୍ରତ୍ୟାଶିତ ଆର୍ଥିକ ସମସ୍ୟା ଗୁଡିକର ମୁକାବିଲା ପାଇଁ ଆମ ପାଖରେ ଏକ ଆକସ୍ମିକ ପାଣ୍ଠି(contingency fund) ପ୍ରସ୍ତୁତ ରହିବା ଆବଶ୍ୟକ । ସର୍ବଦା ସଞ୍ଚୟର ଏକ ଚତୁର୍ଥାଂଶ ଏହି ଫଣ୍ଡରେ ସଂରକ୍ଷିତ କରନ୍ତୁ । ଆମେ ସଞ୍ଚୟ କରୁଥିବା ପ୍ରତି ୧୦୦ ଟଙ୍କାର ୨୫ ଟଙ୍କା ଏହି ଆକସ୍ମିକ ପାଣ୍ଠିକୁ ଯିବା ଉଚିତ୍ । ବାକି ୭୫ ଟଙ୍କା ନିବେଶ କରନ୍ତୁ । ଯେକୌଣସି ପରିସ୍ଥିତିରେ ପ୍ରତ୍ୟେକ ପରିବାର ନିକଟରେ ୧୨ ମାସ ପାଇଁ ଯଥେଷ୍ଟ ଆକସ୍ମିକ ପାଣ୍ଠି ପ୍ରସ୍ତୁତ ରହିବା ଜରୁରୀ । ଯଦି ଏହି ପାଣ୍ଠି ଶେଷ ହୋଇଯାଏ, ତେବେ ଯଥାସମ୍ଭବ ଏହାକୁ ପୁନଃ ଭରଣା କରିବା ଦିଗରେ ପ୍ରୟାସ କରିବା ଉଚିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.