ଆଜିଠୁ ମୁଦ୍ରାନୀତି କମିଟି ବୈଠକ, ପୁଣି ବଢିପାରେ ରେପୋ ରେଟ୍

author img

By

Published : Sep 28, 2022, 8:45 AM IST

ଆଜିଠୁ ମୁଦ୍ରାନୀତି କମିଟି ବୈଠକ: ପୁଣି ବଢିପାରେ ରେପୋ ରେଟ୍

ଆଜିଠୁ ଆରମ୍ଭ ହେବ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ବୈଠକ । ଆସନ୍ତା ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିବେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜିଠୁ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ବୈଠକ(MPC Meet) ଆରମ୍ଭ ହେବ । ତିନି ଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ(RBI) ପୁଣିଥରେ ରେପୋ ରେଟ ବୃଦ୍ଧି କରିବା ନେଇ ଚର୍ଚ୍ଚା ହେଉଛି । ଆସନ୍ତା ୩୦ ତାରିଖରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ(RBI Governor Shaktikanta Das) ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବେ ।

ତେବେ ଦେଶରେ ମୁଦ୍ରାସ୍ଫୀତିର ମୁକାବିଲା ଏବଂ ଆମେରିକାର ଫେଡେରାଲ ରିଜର୍ଭ ସୁଧହାର ବୃଦ୍ଧି କରିଥିବାରୁ ରିଜର୍ଭ ବ୍ୟାଙ୍କ ମଧ୍ୟ ରେପୋ ରେଟରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିବାର ସମ୍ଭାବନା ରହିଛି । ଏହାହେଲେ ବ୍ୟାଙ୍କ ଋଣ ଠାରୁ ଆରମ୍ଭ କରି EMI ଯାଏଁ ସବୁକିଛି ମହଙ୍ଗା ହୋଇଯିବ । ଆରବିଆଇ ଲଗାତାର ଚତୁର୍ଥ ଥର ପାଇଁ ମୁଦ୍ରାନୀତି ବୈଠକରେ ରେପୋ ରେଟରେ ବୃଦ୍ଧି କରିପାରନ୍ତି(RBI MPC likely to raise repo rate) ।

ବର୍ତ୍ତମାନ ରେପୋ ରେଟ ୫.୪୦% ଥିବାବେଳେ ଏହାକୁ ୫.୯୦% ବୃଦ୍ଧି କରାଯାଇପାରେ । ଚଳିତ ବର୍ଷ ମେ' ମାସରୁ RBI ରେପୋ ରେଟରେ ୧୪୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛି । ପ୍ରଥମେ ମେ' ମାସରେ ୪୦ ବେସିସ୍ ପଏଣ୍ଟ, ଦ୍ବିତୀୟ ଥର ଜୁନରେ ୫୦ ବେସିସ୍ ପଏଣ୍ଟ ଏବଂ ତୃତୀୟ ଥର ଅଗଷ୍ଟରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇଥିଲା ।

ଏହାମଧ୍ୟ ପଢନ୍ତୁ: କ୍ରେଡିଟ କାର୍ଡ ନା BNPL ? ଜାଣନ୍ତୁ କିଏ ଅଧିକ ଲାଭଦାୟକ

ରିଜର୍ଭ ବ୍ୟାଙ୍କ ସୁଧହାର(Repo Rate) ବଢାଇବା ଅର୍ଥ ଇଏମଆଇ ଏବଂ ଋଣ ମହଙ୍ଗା ହେବ । ରେପୋରେଟ୍‌ ବଢିବା ପରେ ହୋମ ଲୋନ, କାର ଲୋନ ଉପରେ ସୁଧହାର ବଢାଇଥାନ୍ତି ବ୍ୟାଙ୍କ୍‌ । ଯାହାକି ବର୍ଗର ଗ୍ରାହକଙ୍କୁ ପ୍ରଭାବିତ କରିବ । ଲଗାତାର କିଛି ମାସ ହେଲା ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ରହୁଛି । ଗତ ଅଗଷ୍ଟରେ ମୁଦ୍ରାସ୍ଫୀତି ୭% ରହିଥିଲା । ମେ'ରେ ଖୁଚୁରା ମୁଦ୍ରାସ୍ଫୀତି ୭.୦୪ ପ୍ରତିଶତ ରେକର୍ଡ ହୋଇଥିଲା । ସେହିପରି ଗତ ଏପ୍ରିଲ ମାସରେ ୭.୭୯ ପ୍ରତିଶତ ଥିଲା । ଖାଦ୍ୟ ମୁଦ୍ରାସ୍ଫୀତି ହାର ଜୁନରେ ୭.୭୫ ପ୍ରତିଶତ ଥିବା ବେଳେ ମେ'ରେ ଏହା ୭.୯୭ ପ୍ରତିଶତ ରହିଥିଲା । ଏହିସବୁ ଦୃଷ୍ଟିରୁ ପୁନର୍ବାର ରେପୋ ରେଟ୍ ବଢିବା ନେଇ ଆଶଙ୍କା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.