ETV Bharat / business

ପାର୍ବଣ ଋତୁରେ କରନ୍ତୁ ସପିଂ, ଏହି ବ୍ୟାଙ୍କ ଦେଉଛନ୍ତି ଦମଦାର ରିହାତି ଅଫର

author img

By ETV Bharat Odisha Team

Published : Nov 5, 2023, 7:06 PM IST

Festive Season  credit card offers
Festive Season credit card offers

ପାର୍ବଣ ଋତୁରେ ବଢ଼ୁଛି ଲୋକମାନଙ୍କ ସପିଂ । ଏହି ଉତ୍ସବ ଋତୁ ପାଇଁ ବ୍ୟାଙ୍କ ମଧ୍ୟ ଅନେକ ପ୍ରକାରର ରିହାତି ପ୍ରଦାନ କରିଥାନ୍ତି । ବ୍ୟାଙ୍କ ଗୁଡିକ ପାର୍ବଣ ଋତୁରେ ସପିଂ କରିବା ଉପରେ କ୍ୟାସବ୍ୟାକ ଅଫର ଠାରୁ ଆରମ୍ଭ କରି କ୍ରେଡିଟ କାର୍ଡ ଉପରେ ବିଶେଷ ରିହାରି ପ୍ରଦାନ କରୁଛନ୍ତି । ଜାଣନ୍ତୁ କେଉଁ ବ୍ୟାଙ୍କର କଣ ରହିଛି ଅଫର

ନୂଆଦିଲ୍ଲୀ: ଦୀପାବଳି ଯେତିକି ପାଖେଇ ଆସୁଛି ଲୋକମାନଙ୍କର ସପିଂ ସେତିକି ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଲୋକମାନେ ଅନେକ ଜିନିଷ କିଣିବା ପାଇଁ ଆକର୍ଷିତ ହୁଅନ୍ତି । ଦୀପାବଳି ସମୟରେ ସାରା ଦେଶରେ ସପିଂ କରିବା ପାଇଁ ଲୋକଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳେ । ଏହି ସମୟରେ ଅଧିକାଶଂ ଲୋକ ଖର୍ଚ୍ଚ କରିବାକୁ ମଧ୍ୟ ପସନ୍ଦ କରନ୍ତି । ତେବେ ଉପହାର ପାଇଁ ହେଉ କିମ୍ବା ବ୍ୟକ୍ତିଗତ କ୍ରୟ କରିବା ପାଇଁ ବର୍ଷର ଏହି ସମୟରେ ଲୋକମାନଙ୍କୁ ଟଙ୍କା ଖର୍ଚ୍ଚ କରିବାରେ ଫରକ ପଡେ ନାହିଁ । ଏଭଳି ସ୍ଥିତିରେ ବ୍ୟାଙ୍କ ମଧ୍ୟ ଅନେକ ପ୍ରକାରର ରିହାତି ପ୍ରଦାନ କରିଥାନ୍ତି । ବ୍ୟାଙ୍କ ଗୁଡିକ ପାର୍ବଣ ଋତୁରେ ସପିଂ କରିବା ଉପରେ କ୍ୟାସବ୍ୟାକ ଅଫର ଠାରୁ ଆରମ୍ଭ କରି କ୍ରେଡିଟ କାର୍ଡ ଉପରେ ବିଶେଷ ରିହାରି ପ୍ରଦାନ କରିଥାନ୍ତି । ଆଜି ଆମେ କିଛି ବ୍ୟାଙ୍କର କ୍ରେଡିଟ କାର୍ଡ କଥା ବିଷୟରେ କହିବୁ ଯାହା ସପିଂ, ଖାଦ୍ୟ ଏବଂ ଭ୍ରମଣ କରିବା ଆଦି ଉପରେ ଆକର୍ଷଣୀୟ ରିହାତି ପ୍ରଦାନ କରିଥାନ୍ତି ।

SBI କ୍ରେଡିଟ କାର୍ଡ: ଦୀପାବଳି ଅବସରରେ, ଏସବିଆଇ ଏହାର କ୍ରେଡିଟ କାର୍ଡରେ ସବୁ ଋଣ ଉପରେ ରିହାତି ଏବଂ କ୍ୟାସବ୍ୟାକ ଦେଇଥାଏ । ଇଲୋକ୍ଟ୍ରୋନିକ୍ସ, ଫ୍ୟାସନ ଓ ଜୀବନଶୈଳୀ, ଅଳଙ୍କାର, ମୋବାଇଲ ଫୋନ, ଭ୍ରମଣ କରିବା ଆଦି ଉପରେ ରିହାତି ମିଳିଥାଏ । ଇଲୋକ୍ଟ୍ରୋନିକ୍ସ ଜିନିଷ ଉପରେ ଗ୍ରେଟ୍ ଇଷ୍ଟର୍ଣ୍ଣ ରିଟେଲ୍ ଷ୍ଟୋର୍ ଗୁଡିକରେ 5 ପ୍ରତିଶତ ରିହାତି ଏବଂ ଫ୍ଲିପକାର୍ଟରେ 10 ପ୍ରତିଶତ ରିହାତି ପାଇପାରିବେ । ସେହିଭଳି ମୋବାଇଲ୍ ଫୋନ୍ ପାଇଁ EMI ମାଧ୍ୟମରେ କିଣାଯାଇଥିବା ସାମସଙ୍ଗ ଏବଂ ଭିଭୋ ଫୋନ ଉପରେ 5000 ଏବଂ 10,000 ଟଙ୍କାର କ୍ୟାସବ୍ୟାକ୍ ପାଇପାରିବେ । ଏହାସହ ଭ୍ରମଣରେ ଟ୍ରାଭେଲ୍ ପୋର୍ଟାଲ୍ କ୍ଲିୟରଟ୍ରିପ୍ ଏବଂ ଯାତ୍ର ଉପରେ 12 ପ୍ରତିଶତ ରିହାତି ପାଇ ପାରିବେ ।

HDFC ବ୍ୟାଙ୍କ କ୍ରେଡିଟ କାର୍ଡ: HDFC ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ମଧ୍ୟ ଅନେକ ଅଫର ପ୍ରଦାନ କରୁଛି । LG ଇଲେକ୍ଟ୍ରୋନିକ୍ସ କ୍ରୟ ପାଇଁ HDFC ବ୍ୟାଙ୍କ କ୍ରେଡିଟ୍ କାର୍ଡ ଏବଂ EMI ବ୍ୟବହାର ଉପରେ 26,000 ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଦେଇଥାଏ । ଏହା ବ୍ୟତୀତ ରିଲାଏନ୍ସ ରିଟେଲରେ କ୍ରୟ ପାଇଁ HDFC ବ୍ୟାଙ୍କ କ୍ରେଡିଟ୍ କାର୍ଡ ବ୍ୟବହାର କରିବା ସମୟରେ ଟେଲିଭିଜନ୍ ଏବଂ ୱାଶିଂ ମେସିନ୍ ଉପରେ 7,500 ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ଉପଭୋଗ କରିପାରିବେ ।

ଏହା ମଧ୍ୟ ପଢ଼ନ୍ତୁ.....ଦୀପାବଳି ବିକ୍ରି ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ, ଏହି ଜିନିଷ ଗୁଡିକର ରହିଛି ଚାହିଦା

ICICI ବ୍ୟାଙ୍କ କ୍ରେଡିଟ କାର୍ଡ: ଯଦି ଏହି ବ୍ୟାଙ୍କ କାର୍ଡ ବିଷୟରେ କୁହାଯାଏ ତେବେ ନଭେମ୍ବର 3 ରୁ ନଭେମ୍ବର 10 ମଧ୍ୟରେ ଯେକୌଣସି ଅନଲାଇନ୍ ସପିଂ ୱେବସାଇଟ୍ କିମ୍ବା ମୋବାଇଲ୍ ଆପରେ କ୍ରୟ କରୁଥିବା ସମସ୍ତ ଗ୍ରାହକ ଅତିରିକ୍ତ 10 ପ୍ରତିଶତ କ୍ୟାସବ୍ୟାକ୍ ପାଇ ପାରିବେ । ଏହା ବ୍ୟତୀତ ବିଭିନ୍ନ ବ୍ରାଣ୍ଡରେ ଅନ୍ୟାନ୍ୟ ଅଫର ମଧ୍ୟ ଉପଲବ୍ଧ ରହିଛି ।

Kotak Mahindra ବ୍ୟାଙ୍କ କ୍ରେଡିଟ କାର୍ଡ: କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ମଧ୍ୟ ଏହାର କ୍ରେଡିଟ୍ କାର୍ଡରେ ବିଭିନ୍ନ ପ୍ରକାରର ରିହାତି ପ୍ରଦାନ କରୁଛି । ଯାହା ମାଧ୍ୟମରେ ଆପଣ ପାର୍ବଣ ଋତୁରେ ଦମଦାର କ୍ରୟ କରିପାରିବେ । ଇଲେକ୍ଟ୍ରୋନିକ୍ସରେ ସାମସଙ୍ଗ ଉତ୍ପାଦ ଉପରେ 22.5 ପ୍ରତିଶତ କ୍ୟାସବ୍ୟାକ୍ ପାଇପାରିବେ। ଏହାସହ ଗୋଦ୍ରେଜ ଉତ୍ପାଦ ଗୁଡିକରେ 12,000 ଟଙ୍କା ପର୍ଯ୍ୟନ୍ତ 20 ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଉପଲବ୍ଧ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.