ETV Bharat / business

ସାମ୍ବାଦିକଙ୍କ ସସପେଣ୍ଡ ଆକାଉଣ୍ଟକୁ ପୁନଃ ସଂସ୍ଥାପିତ କଲା ଟ୍ବିଟର

author img

By

Published : Dec 19, 2022, 8:03 AM IST

suspended twitter accounts of journalists
suspended twitter accounts of journalists

ସାମ୍ବାଦିକଙ୍କ ସସପେଣ୍ଡ ଆକାଉଣ୍ଟକୁ ପୁନଃ ସଂସ୍ଥାପିତ କଲା ଟ୍ବିଟର । ଏଲନ ମସ୍କଙ୍କ ବିରୋଧରେ ଲେଖିବାରୁ ଏକାଧିକ ସାମ୍ବାଦିକଙ୍କ ଟ୍ବିଟର ଆକାଉଣ୍ଟ ସସପେଣ୍ଡ କରିଥିଲେ ମସ୍କ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଟ୍ବିଟର କିଣିବା ପରେ ବିଶ୍ବର ଦ୍ବିତୀୟ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦୁର୍ଦ୍ଦିନ ବଢି ଚାଲିଛି । ଗତ ୧୫ ତାରିଖରେ ଏଲନ ମସ୍କଙ୍କ ବିରୋଧରେ ଲେଖିବାରୁ ଏକାଧିକ ସାମ୍ବାଦିକଙ୍କ ଟ୍ବିଟର ଆକାଉଣ୍ଟ ସସପେଣ୍ଡ କରିଥିଲେ ମସ୍କ । ତେବେ ଟ୍ବିଟର ତରଫରୁ ସାମ୍ବାଦିକମାନଙ୍କର ଆକାଉଣ୍ଟକୁ ପୁନଃ ସଂସ୍ଥାପିତ କରାଯାଇଛି । ତେବେ ଏହାସହ ଆସନ୍ତା ୩୦ ଦିନ ମଧ୍ୟରେ କମ୍ପାନୀ ଆହୁରି ଅନେକ ବନ୍ଦ କରାଯାଇଥିବା ଆକାଉଣ୍ଟକୁ ପୁନଃ ସଂସ୍ଥାପିତ କରିବାକୁ ଯୋଜନା କରୁଛି ।

ସୂଚନାଅନୁସାରେ, ମସ୍କଙ୍କୁ ଟାର୍ଗେଟ କରିବା ସହ ଟ୍ବିଟର ବିରୋଧରେ ଖବର ପ୍ରସାରଣ କରୁଥିବାରୁ ଆକାଉଣ୍ଟକୁ ସସପେଣ୍ଡ କରାଯାଇଥିଲା(Twitter suspends journalists who wrote about Elon Musk)। ଏଥିରେ ଦି ନ୍ୟୁୟର୍କ ଟାଇମ୍ସ, ଓ୍ବାଶିଂଟନ ପୋଷ୍ଟ, ସିଏନଏନର ରିପୋର୍ଟର ମାନେ ରହିଥିଲେ । ତେବେ ଗୁରୁବାର ମସ୍କ ଟ୍ବିଟ କରି କହିଥିଲେ," ମତେ ସବୁଦିନ ସମାଲୋଚନା କରିଲେ ମୋର କିଛି ଫରକ ପଡିବ ନାହିଁ । କିନ୍ତୁ ମୋ ରିୟଲ ଟାଇମ ଲୋକେସନ ଓ ମୋ ପରିବାରକୁ ଟାର୍ଗେଟ କରି ତଥ୍ୟ ସାର୍ବଜନୀନ କରିବା ଆଦୌ ଗ୍ରହଣୀୟ ନୁହେଁ ।"ଟ୍ବିଟରର ଏଭଳି ପଦକ୍ଷେପ ପରେ ଜାତିସଂଘର ମୁଖ୍ୟ ଆଣ୍ଟିନିଓ ଗୁଟେରସ ଏହାକୁ ନିନ୍ଦା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଏଲନ ମସ୍କଙ୍କ ବିରୋଧରେ ଲେଖିବାରୁ ଏକାଧିକ ସାମ୍ବିଦିକଙ୍କ ଟ୍ବିଟର ଆକାଉଣ୍ଟ ସସପେଣ୍ଡ

ସୂଚନାଅନୁସାରେ, ଓ୍ବାଂଶିଟନ ପୋଷ୍ଟର ଏକାଧିକ ସାମ୍ବାଦିକଙ୍କ ଆକାଉଣ୍ଡକୁ ସସପେଣ୍ଡ କରିଥିଲା ଟ୍ବିଟର । ଏମାନଙ୍କ ମଧ୍ୟରୁ ସବୁଠାରୁ ବରିଷ୍ଠ ସାମ୍ବାଦିକ ଥିଲେ ଟେଲର ଲୋରେଞ୍ଜ(Lorenz Added to list of journalists Banned from Twitter) ।

ଲୋରେଞ୍ଜ କହିଥିଲେ,"ହଠାତ୍ ଶନିବାର ରାତିରେ ଆକାଉଣ୍ଟ ସସପେଣ୍ଡ ହୋଇଯାଇଥିଲା । ବିଶ୍ବର ଅନେକ ସାମ୍ବାଦିତଙ୍କ ଟ୍ବିଟର ଆକାଉଣ୍ଟ ସସପେଣ୍ଡ କରିବା ପରେ ଆମେ ମସ୍କଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ, କିନ୍ତୁ ସମ୍ଭବ ହୋଇପାରିନଥିଲା । ଏହାପରେ ଶନିବାର ଟ୍ବିଟରରେ ମସ୍କକୁ ଟ୍ୟାଗ କରି ଏକ ସାକ୍ଷାତକାର ପାଇଁ ମଧ୍ୟ ଅନୁରୋଧ କରିଥିଲୁ । କିନ୍ତୁ କିଛି ଉତ୍ତର ଦେଇନଥିଲେ ମସ୍କ । ଏହାପରେ ହଠାତ୍‌ ଚେକ କରୁକରୁ ମୋର ମଧ୍ୟ ଆକାଉଣ୍ଟ ସସପେଣ୍ଡ କରାଯାଇଥିଲା । ମୁଁ ଆଶା କରୁଛି ମୋ ଆକାଉଣ୍ଡ ସସପେଣ୍ଡର କାରଣ ମୋତେ ମସ୍କ କୁହନ୍ତୁ । ମସ୍କଙ୍କ ଠାରୁ ଶୁଣି ମୁଁ ଖୁସି ହେବି ।"

ତେବେ ପ୍ରକାଶଯୋଗ୍ୟ ଯେ, ଶୁକ୍ରବାର ମାଇକ୍ରୋବ୍ଲଗିଂ ସାଇଟ କୁ' ଆକାଉଣ୍ଟ ସସପେଣ୍ଡ କରିଥିଲା ଟ୍ବିଟର । କୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅପ୍ରମେୟ ରାଧାକୃଷ୍ଣ କହିଥିଲେ," କାହିଁକି ଆମର ଆକାଉଣ୍ଟ ସସପେଣ୍ଡ କରାଯାଇଛି ? । ଆମେ ଟ୍ବିଟର ସହ ପ୍ରତିଯୋଗିତା କରୁଛୁ ବୋଲି ଆମର କୁ' ଆକାଉଣ୍ଟ ସସପେଣ୍ଡ କରାଯାଇଛି । ଏହା କି ପ୍ରକାର ବାକ ସ୍ବାଧିନତା? ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.