ETV Bharat / business

Market Capitalization: ଆଦାନୀ ଗ୍ରୁପର 12675 କୋଟି ଟଙ୍କା ବୃଦ୍ଧି

author img

By ETV Bharat Odisha Team

Published : Sep 3, 2023, 7:48 AM IST

ଆଦାନୀ ଗ୍ରୁପର 12675 କୋଟି ଟଙ୍କା ବୃଦ୍ଧି
ଆଦାନୀ ଗ୍ରୁପର 12675 କୋଟି ଟଙ୍କା ବୃଦ୍ଧି

ସେୟାର ବଜାରରେ ଆଦାନି ଗ୍ରୁପର ସେୟାରରେ ବଡ଼ ଅଭିବୃଦ୍ଧି । ବଜାର ପୁଞ୍ଜିକରଣରେ 12675 କୋଟି ଟଙ୍କାର ବୃଦ୍ଧି ପାଇଛି ଆଦାନୀ ଗ୍ରୁପ । ଅଧିକ ପଢ଼ନ୍ତୁ

ମୁମ୍ବାଇ: ସେୟାର ବଜାରରେ ଆଦାନି ଗ୍ରୁପର ସେୟାରରେ ବଡ଼ ଅଭିବୃଦ୍ଧି । ବଜାର ପୁଞ୍ଜିକରଣରେ 12675 କୋଟି ଟଙ୍କାର ବୃଦ୍ଧି ପାଇଛି ଆଦାନୀ ଗ୍ରୁପ । ତେବେ ଆଦାନୀ ଗ୍ରୁପର 10 ତାଲିକାଭୁକ୍ତ କମ୍ପାନୀର ମୋଟ ବଜାର ପୁଞ୍ଜିକରଣ 10.62 ଲକ୍ଷ କୋଟିରେ ପହଞ୍ଚିଛି । ଗୁରୁବାର କାରବାରର ସମାପ୍ତି ବେଳକୁ ବଜାର କ୍ୟାପ 10.49 ଲକ୍ଷ କୋଟି ଥିବାବେଳେ ଏହା ଶୁକ୍ରବାର 10.62ଲକ୍ଷ କୋଟିରେ ପହଞ୍ଚିଛି ।

ତେବେ ଆଦାନୀ ଗ୍ରୁପର ପ୍ରମୁଖ କମ୍ପାନୀ ଆଦାନୀ ଏଣ୍ଟର୍‌ପ୍ରାଇଜସ୍‌ର ସେୟାରର ମୂଲ୍ୟ 1.27 ପ୍ରତିଶତ ବୃଦ୍ଧି ପାଇ 2450.05 ଟଙ୍କା ହୋଇଛି । ଏହାସହ ଏହାର ବଜାର ପୁଞ୍ଜିକରଣ ମଧ୍ୟ ବୃଦ୍ଧି ପାଇଁ 2.79 ଲକ୍ଷ କୋଟି ଟଙ୍କା ହୋଇଛି । ସେହିପରି ଆଦାନୀ ପୋର୍ଟର ସେୟାର ମଧ୍ୟ 0.92 ପ୍ରତିଶତ ବୃଦ୍ଧି ପାଇଛି ।

  • #AdaniGroup stocks posted gains, leading to an increase in its market capitalisation by Rs 12,675 crore.

    The total market capitalisation of the 10 listed Adani Group companies touched Rs 10.62 trillion, up from Rs 10.49 trillion in the previous closing. pic.twitter.com/qg44WLqolz

    — IANS (@ians_india) September 1, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢ଼ନ୍ତୁ....ଆଦାନୀ-ହିଣ୍ଡେନବର୍ଗ ବିବାଦ: ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲା ସେବି

ତେବେ ବିଏସଇ ସେନସେକ୍ସରେ ଆଦାନୀ ପାଓ୍ବାରର ସେୟାରରେ 2.77 ପ୍ରତିଶତ, ଆଦାନୀ ଗ୍ରୀନ ଏନର୍ଜିରେ 2.32 ପ୍ରତିଶତ ଏବଂ ଆଦାନୀ ଏନର୍ଜୀ ସଲ୍ୟୁସନ ସେୟାରରେ 1.62 ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଗ୍ରୁପର ଅଗ୍ରଣୀ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜର୍ସର ସେୟାରରେ 1.29 ପ୍ରତିଶତ ବୃଦ୍ଧି ଘଟିଛି । ଏହା ବ୍ୟତୀତ ଅମ୍ବୁଜା ସିମେଣ୍ଟ, ଆଦାନୀ ପୋର୍ଟ ଆଣ୍ଡ ଏସଇଜେଡ ଏବଂ ଏନଡିଟିବିର ସେୟାରରେ ମଧ୍ୟ ଅଭିବୃଦ୍ଧି ଘଟିଛି । ସେପଟେ ଆଦାନୀ ଓ୍ବିଲ୍ମର, ଆଦାନୀ ଟୋଟାଲ ଗ୍ୟାସ ଏବଂ ଏସିସିର ସେୟାର ବଜାର କାରାବାରରେ ହ୍ରାସ ଘଟିଛି।

ଏହା ମଧ୍ୟ ପଢ଼ନ୍ତୁ....Hindenburg Case: ଆଦାନୀ ଗ୍ରୁପକୁ ସୁପ୍ରିମକୋର୍ଟଙ୍କ ଏକ୍ସପର୍ଟ କମିଟିର କ୍ଲିନଚିଟ୍

ସେପଟେ ଓସିସିଆରପି (OCCRP)ନିଜ ରିପୋର୍ଟରେ ଦର୍ଶାଇଛି ଯେ, ଆଦାନୀ ଗ୍ରୁପ କମ୍ପାନୀର ସେୟାର ଗୁଡିକୁ ବୃଦ୍ଧି କରିବା ପାଇଁ ବିଦେଶରେ ନକଲି କମ୍ପାନୀର ବ୍ୟବହାର କରାଯାଇଛି। ଏହି ନକଲି କମ୍ପାନୀ ଗୁଡିକରେ ଟଙ୍କା ନିବେଶ କରିଥିବା ବ୍ୟକ୍ତିଙ୍କ ସହ ପ୍ରମୋଟର ପରିବାରର ଘନିଷ୍ଠ ସମ୍ପର୍କ ଥିବା ଦାବି କରାଯାଇଛି। ତେବେ ଆଦାନୀ ଗ୍ରୁପ ଏହି ସମସ୍ତ ଅଭିଯୋଗକୁ ସମ୍ପୁର୍ଣ୍ଣ ଭାବରେ ଖଣ୍ଡନ କରିଛି।

ଏହା ମଧ୍ୟ ପଢ଼ନ୍ତୁ...Gold Silver Share Market News: ସୁନା-ରୁପାର ମୂଲ୍ୟ ହ୍ରାସ, ଡଲାର ତୁଳନାରେ ଟଙ୍କା ମୂଲ୍ୟ ବୃଦ୍ଧି

ତେବେ ଶୁକ୍ରବାର ସେୟାର ବଜାର କାରାବାରରେ ବଡ଼ ଅଭିବୃଦ୍ଧି ଘଟିଥିବାର ଦେଖାଯାଇଥିଲା। 50 ସେୟାର ଆଧାରିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟରେ 108.50 ପଏଣ୍ଟ ବୃଦ୍ଧି ହୋଇଥିବା ବେଳେ ଏହା 19435.30 ପଏଣ୍ଟରେ କାରବାର କରିଥିଲା। ସେହିପରି 30 ସେୟାର ଆଧାରିତ ବିଏସଇ ସୂଚକାଙ୍କ ସେନସେକ୍ସରେ 555.75 ପଏଣ୍ଟ ବୃଦ୍ଧି ଘଟି 65387.16 ପଏଣ୍ଟରେ କାରବାର କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.