ETV Bharat / business

ଆଦାନୀ-ହିଣ୍ଡେନବର୍ଗ ବିବାଦ: ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲା ସେବି

author img

By ETV Bharat Odisha Team

Published : Aug 25, 2023, 9:17 PM IST

ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲା ସେବି(SEBI)। ଅଧିକ ପଢ଼ନ୍ତୁ

ଆଦାନୀ-ହିଣ୍ଡେନବର୍ଗ
ଆଦାନୀ-ହିଣ୍ଡେନବର୍ଗ

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଶୁକ୍ରବାର ସେବି (SEBI) ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛି । ତେବେ ରିପୋର୍ଟରେ ସେବି କହିଛି ଯେ, ଏହି ମାମଲାରେ ମୋଟ 24ଟି ଯାଞ୍ଚ ମଧ୍ୟରୁ 22ଟିର ଯାଞ୍ଚ ସମାପ୍ତ ହୋଇଛି । ଏହାସହ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଏହି ବାକି ଥିବା 2ଟି ଯାଞ୍ଚ ପାଇଁ ବାହାର ଏଜେନ୍ସିଠାରୁ ସୂଚନାକୁ ଅପେକ୍ଷା କରାଯାଇଛି।

ତେବେ ବାକି ଥିବା ଅନ୍ୟ ଦୁଇଟି ଯାଞ୍ଚରେ ଆଦାନୀ କମ୍ପାନୀର 13ଟି ଶାଖା ସାମିଲ ଅଛି । ମାର୍କେଟ ରେଗୁଲେଟରର କହିବା ଅନୁସାରେ ଚୂଡ଼ାନ୍ତ ତଦନ୍ତ ପରେ ସଠିକ ଭାବରେ ଆଗକୁ ବଢ଼ିହେବ। ସେବି ଏଫ୍‌ପିଆଇଠାରୁ ସମ୍ପୂର୍ଣ୍ଣ ବିବରଣୀ ମାଗିଛି, ଯେଉଁଥିରେ 5ଟି ଦେଶରୁ ଏଫ୍‌ପିଆଇର ସମ୍ପୂର୍ଣ୍ଣ ବିବରଣୀ ମଗାଯାଇଛି ।

ଏବା ମଧ୍ୟ ପଢ଼ନ୍ତୁ...Hindenburg Case: ଆଦାନୀ ଗ୍ରୁପକୁ ସୁପ୍ରିମକୋର୍ଟଙ୍କ ଏକ୍ସପର୍ଟ କମିଟିର କ୍ଲିନଚିଟ୍

ସୂଚନା ଅନୁସାରେ ଆଦାନୀ ଗ୍ରୁପ ଆରମ୍ଭରୁ ହିଁ ହିଣ୍ଡେନବର୍ଗର ଅଭିଯୋଗକୁ ଖଣ୍ଡନ କରିଆସୁଛି । ସେପଟେ ସେବି କହିଛି ଯେ, ଏହି ବିଦେଶୀ ନିବେଶକମାନଙ୍କ ମଧ୍ୟରୁ ଅନେକ ସଂସ୍ଥା ଟ୍ୟାକ୍ସ ହେବେନ ମଧ୍ୟରେ ଆସୁଛନ୍ତି । ଏପରି ପରିସ୍ଥିତିରେ 12 ଏଫ୍‌ପିଆଇର ଇକୋନୋମିକ୍‌ ଇଣ୍ଟ୍ରେଷ୍ଟ୍‌ ସ୍ଥାପିତ କରିବା ଏକ ବଡ଼ ଆହ୍ବାନ ଅଟେ । ଏହା ପୂର୍ବରୁ ସୁପ୍ରିମକୋର୍ଟ ସେବିକୁ ଆଦାନୀ-ହିଣ୍ଡେନବର୍ଗ ମାମଲାର ତଦନ୍ତ କରି ଅଗଷ୍ଟ 14 ସୁଦ୍ଧା ନିଜ ରିପୋର୍ଟ ଦାଖଲ କରିବା ପାଇଁ 15 ଦିନର ସମୟ ଦେଇଥିଲେ । ସେହିପରି ଦ୍ବିତୀୟ ଥର ପାଇଁ ସେବି ଏହି ମମାଲାର ଯାଞ୍ଚ କରିବା ପାଇଁ ସୁପ୍ରିମକୋର୍ଟକୁ ଅତିରିକ୍ତ ସମୟ ମାଗିଛି ।

ତେବେ ସେବି ସୁପ୍ରିମକୋର୍ଟକୁ କହିଛି ଯେ, ଆଦାନୀ ଗ୍ରୁପର 24ଟି ଟ୍ରାଞ୍ଜାକ୍ସନ୍‌କୁ ଯାଞ୍ଚ କରୁଛି, ଯେଉଁଥିରୁ ଏହାର 17ଟି ଯାଞ୍ଚ ଶେଷ ହୋଇ ସାରିଛି । ଏହାସହ ଏହି ମାମଲାରେ ଅନ୍ୟ ରେଗୁଲେଟର ଏବଂ ଅନ୍ୟ ଦେଶରୁ ମଧ୍ୟ ସୂଚନା ମଗାଯାଇଛି । ତେବେ ଏହାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ 29ରେ ହେବ ।

ସୂଚନା ଥାଉ କି ଗତ ଜାନୁଆରୀ 24 ତାରିଖରେ ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନବର୍ଗ ପ୍ରତିଷ୍ଠାତା ନାଥନ ଏଣ୍ଡକସେନ ଷ୍ଟକ୍‌ ବଜାରରେ ହେରଫେର ନେଇ ଅଭିଯୋଗ ଆଣିଥିଲେ । ଏହାପରେ ଆଦାନୀ ଗ୍ରୁପ ଦୋହଲି ଯାଇଥିବା ବେଳେ ସାରା ଦେଶରେ ଚହଳ ପଡ଼ିଥିଲା। ଅଭିଯୋଗ ଆସିବା ପରେ ଆଦାନୀ ଗ୍ରୁପକୁ ବହୁ କ୍ଷତି ସହିବାକୁ ପଡ଼ିଥିଲା । ଏପରିକି କମ୍ପାନୀ କ୍ରମାଗତ ଭାବେ ସେୟାର ହ୍ରାସ ପାଇବା ପରେ ଗ୍ରୁପ ମାଲିକ ତଥା ବିଶିଷ୍ଟ ଶିଲ୍ପପତି ଗୌତମ ଆଦାନୀ ବିଶ୍ବ ଧନୀ ତାଲିକାରେ ଶୀର୍ଷରୁ ବହୁ ତଳକୁ ଖସି ଆସିଥିଲେ । ତେବେ ଏହା ପରେ ମାର୍ଚ୍ଚରୁ ପୁଣି ଥରେ ସେୟାର ଗୁଡ଼ିକର ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଥିଲେ ମଧ୍ୟ ଆଦାନୀ ଗ୍ରୁପ ନିଜ ପୁରୁଣା ସ୍ଥାନରେ ଏଯାଏଁ ପହଞ୍ଚି ପାରିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.